ଶିଳ୍ପାଙ୍କ ଫଟୋକୁ ନେଇ ସୋଶାଲ୍ ମିଡିଆରେ ଝଡ଼!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କର ଏକ ପୁରୁଣା ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଫଟୋଟିକୁ ଦେଖି ଅନେକ ଲୋକ ସମାଲୋଚନା କରୁଛନ୍ତି।

sss
photo credit- bollywood bhaskar

ଫଟୋଟି ୨୦୧୭ ମସିହା ସେପ୍ଟେମ୍ବର ମାସର। ଶିଳ୍ପା ମୁମ୍ବାଇର ଏକ ରାସ୍ତାରେ ନିଜ ପୁଅ ସହିତ ଚାଲି ଚାଲି ଯାଉଛନ୍ତି। ଶିଳ୍ପା ଏକ କଳା ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ତା’ ସହିତ କଳା ରଙ୍ଗର ଜୋତା ମଧ୍ୟ ପିନ୍ଧିଛନ୍ତି। କିନ୍ତୁ ପ୍ୟାଣ୍ଟ ପିନ୍ଧି ନାହାନ୍ତି। ତେଣୁ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରଲ୍ କରାଯାଉଛି।

ଜଣେ ବ୍ୟକ୍ତି ଲେଖିଛନ୍ତି,“ମ୍ୟାଡାମ୍‌ ବହୁତ ଜଲ୍‌ଦିରେ ଥିଲେ… ତେଣୁ ପ୍ୟାଣ୍ଟ୍ ପିନ୍ଧିବାକୁ ଭୁଲି ଯାଇଛନ୍ତି।” ଅନ୍ୟ ଜଣେ ଲେଖିଛନ୍ତି, ପ୍ୟାଣ୍ଟ୍ ପିନ୍ଧିଥିଲେ ଭଲ ହୋଇଥାଆନ୍ତା।