ଗର୍ଜିଲା ଈଶାନ କିଶନଙ୍କ ବ୍ୟାଟ, ମାରିଲେ ୧୧ ଛକା ଓ ୧୯ ଚୌକା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଗର୍ଜିଛି ଯୁବ ତାରକା ଈଶାନ କିଶନଙ୍କ ବ୍ୟାଟ୍। ଆଜି ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଝାରଖଣ୍ଡର ଅଧିନାୟକ ଈଶାନ କିଶନ ମାତ୍ର ୯୪ଟି ବଲରେ ୧୭୩ ରନ୍‌ର ଇନିଂସ ଖେଳି ସମସ୍ତଙ୍କୁ ଜଳକା କରି ଦେଇଛନ୍ତି। ଏହି ବିସ୍ଫୋରକ ଇନିଂସ୍‌ରେ ସେ ୧୧ଟି ବିଶାଳ ଛକା ଓ ୧୯ଟି ଦର୍ଶନୀୟ ଚୌକା ମଧ୍ୟ ମାରିଛନ୍ତି। ସୋଶାଲ ମିଡିଆରେ ଈଶାନଙ୍କ ଏହି ଇନିଂସକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ଆଇପିଏଲରେ ଈଶାନ ମୁମ୍ବାଇ ଇଣ୍ଡିଆନ୍ସ […]

ishan

ishan

Hemant Lenka
  • Published: Saturday, 20 February 2021
  • Updated: 20 February 2021, 05:16 PM IST

Sports

Latest News

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଗର୍ଜିଛି ଯୁବ ତାରକା ଈଶାନ କିଶନଙ୍କ ବ୍ୟାଟ୍। ଆଜି ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଝାରଖଣ୍ଡର ଅଧିନାୟକ ଈଶାନ କିଶନ ମାତ୍ର ୯୪ଟି ବଲରେ ୧୭୩ ରନ୍‌ର ଇନିଂସ ଖେଳି ସମସ୍ତଙ୍କୁ ଜଳକା କରି ଦେଇଛନ୍ତି। ଏହି ବିସ୍ଫୋରକ ଇନିଂସ୍‌ରେ ସେ ୧୧ଟି ବିଶାଳ ଛକା ଓ ୧୯ଟି ଦର୍ଶନୀୟ ଚୌକା ମଧ୍ୟ ମାରିଛନ୍ତି।

ସୋଶାଲ ମିଡିଆରେ ଈଶାନଙ୍କ ଏହି ଇନିଂସକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ଆଇପିଏଲରେ ଈଶାନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ଆଜିର ଇନିଂସ ପରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଟ୍ୱିଟ କରି ତାଙ୍କର ପ୍ରଶଂସା କରିଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଟସ୍ ଜିତି ମଧ୍ୟପ୍ରଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ଈଶାନଙ୍କ ସହ ଉର୍ତ୍କଷ ସିଂହ ଝାରଖଣ୍ଡ ପାଇଁ ଇନିଂସ ଆରମ୍ଭ କରିଥିଲେ। ତେବେ ତୃତୀୟ ଓଭରରେ ୬ ରନ୍ କରି ସିଂହ ଆଉଟ ହୋଇଯାଇଥିଲେ। ପ୍ରଥମେ ସତର୍କତାର ସହ ବ୍ୟାଟିଂ କରୁଥିବା ଈଶାନ ପ୍ରଥମେ ୱିକେଟ ଯିବା ପରେ ଆକ୍ରମଣାତ୍ମକ ରୂପ ଆପଣାଇଥିଲେ।

ସେ ମଧ୍ୟପ୍ରଦେଶ ବୋଲରଙ୍କୁ କାଉଣ୍ଟର ଆଟାକ କରି ମାତ୍ର ୪୦ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ୭୪ ବଲରେ ଶତକ ଓ ୮୬ ବଲରେ ୧୫୦ ରନ୍ କରିଥିଲେ। ଝାରଖଣ୍ଡ ଇନିଂସ ଶେଷ ହେବାକୁ ଆହୁରି ୨୨ ଓଭର୍‌ ଥିବା ବେଳେ ଈଶାନ ନିଜର ଦ୍ୱିତୀୟ ଶତକରୁ ୨୭ ରନ୍‌ ଦୂରରେ ଥିଲେ। କିନ୍ତୁ ସେ ଆଗକୁ ବଢ଼ି ପାରିଥିଲେ। ମାତ୍ର ୯୪ଟି ବଲ୍‌ରେ ୧୭୩ ରନ୍‌ କରି ସେ ଗୌରବ ଯାଦବଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଈଶାନଙ୍କ ଏହି ଇନିଂସ ପରେ ଝାରଖଣ୍ଡ ୫୦ ଓଭର୍ ଘରୋଇ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ଦଳଗତ ସ୍କୋର କରିବାର ରେକର୍ଡ କରିଛି। ଈଶାନଙ୍କ ବ୍ୟତୀତ ବିରାଟ ସିଂହ ୪୯ ବଲରେ ୬୮, ସୁମିତ କୁମାର ୫୮ ବଲରେ ୫୨ ଓ ଅଙ୍କୁଲ ରୟ ୩୯ ବଲରେ ବିସ୍ଫୋରକ ୭୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଫଳରେ ଝାରଖଣ୍ଡ ୫୦ ଓଭରରେ ୯ ୱିକେଟ ହରାଇ ୪୨୨ ରନ୍ କରିଛି।

ମଧ୍ୟପ୍ରଦେଶ ପକ୍ଷରୁ ମିଡିୟମ ପେସର ଗୌରବ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି। ସେ ୯ ଓଭରରେ ୭୩ ରନ୍‌ ବ୍ୟୟ କରିଛନ୍ତି। ଆଜିର ମ୍ୟାଚ୍ ପୂର୍ବରୁ ଈଶାନ କିଶନ ୭୨ଟି ଲିଷ୍ଟ ଏ ମ୍ୟାଚ୍ ଖେଳି ୨୨୩୪ ରନ୍‌ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍ ୮୯.୪୯ ଥିବା ବେଳେ ଆଭରେଜ୍ ୩୬.୪୬ ରହିଥିଲା। ୫୦ ଓଭର କ୍ରିକେଟରେ ତାଙ୍କ ବ୍ୟକ୍ତିଗତ ସ୍କୋର ୧୩୯ ରନ୍‌ ରହିଥିଲା। ହେଲେ ଆଜି ସେ ନିଜର ବ୍ୟକ୍ତିଗତ ସ୍କୋରକୁ ୧୭୩ରେ ପହଞ୍ଚାଇ ଦେଇଛନ୍ତି।

୨୨ ବର୍ଷୀୟ ଈଶାନ ୨୦୨୧ ଆଇପିଏଲରେ ମୁମ୍ବାଇ ପକ୍ଷରୁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। କେଏଲ ରାହୁଲ, ଶିଖର ଧୱନ, ଡାଭିଡ ୱାର୍ଣ୍ଣର ଓ ଶ୍ରେୟସ ଆୟରଙ୍କ ପରେ ସେ ୫୧୬ ରନ୍‌ କରିଥିଲେ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଏଯାଏ ଟିମ୍ ଘୋଷଣା ହୋଇନାହିଁ। ତେଣୁ ଆଜିର ଇନିଂସ ପରେ ଈଶାନ ଏଥିପାଇଁ ଦାବିଦାର ଥିବା ଘୋଷଣା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story