ପ୍ରଥମ ଟି-୨୦ ଜିତିଲା ଇଂଲଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ଜେମ୍ସ ଭିନ୍ସଙ୍କ ପ୍ରଥମ ଟି-୨୦ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ଶୁକ୍ରବାର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟୋଜକ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୮.୩ ଓଭରରେ ୩ ୱିକେଟ୍ ହରାଇ ୧୫୪ ରନ୍ କରି […]

vince

vince

Ranjit Kumar Jena
  • Published: Friday, 01 November 2019
  • Updated: 01 November 2019, 04:25 PM IST

Sports

Latest News

କ୍ରାଇଷ୍ଟଚର୍ଚ୍ଚ: ଜେମ୍ସ ଭିନ୍ସଙ୍କ ପ୍ରଥମ ଟି-୨୦ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ଶୁକ୍ରବାର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟୋଜକ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୮.୩ ଓଭରରେ ୩ ୱିକେଟ୍ ହରାଇ ୧୫୪ ରନ୍ କରି ବିଜୟୀ ହୋଇଛି। ଦମଦାର ଇନିଂସ୍ ପାଇଁ ଭିନ୍ସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ବହୁତ ଖରାପ ରହିଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ୍ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ତାଙ୍କ ସାଥୀ କଲିନ୍ ମୁନରୋ ମଧ୍ୟ ଆଶା ମୁତାବକ ପ୍ରଦର୍ଶନ କରିପାରିନଥିଲେ ଏବଂ ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଟିମ୍ ଶିଫର୍ଟ ସ୍ଥିତି ସମ୍ଭାଳି ୩୨ ରନ୍ କରିଥିଲେ। ଏହା ପରେ ଅଭିଜ୍ଞ ରସ୍ ଟେଲର ୪୪ (୩୫ ବଲ୍, ୩ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିଲେ। ତାଙ୍କୁ ଡାରିଏଲ୍ ମିଚେଲ୍ ଭଲ ସହଯୋଗ କରିଥିଲେ, ଯିଏ ଦ୍ରୁତ ୩୦ (୧୭ ବଲ୍, ୧ ଚୌକା, ୨ ଛକା) ରନର ଅପରାଜିତ ଇନିଂସ୍ ଖେଳି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କଲିନ୍ ଡି'ଗ୍ରାଣ୍ଡହୋମ୍ ୧୯ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ୍ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ କୁରାନ୍, ଆଦିଲ୍ ରଶିଦ୍ ଓ ପ୍ୟାଟ୍ରିକ୍ ବ୍ରାଉନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡର ତା'ର ପ୍ରଥମ ୱିକେଟ୍ ୩୭ ରନରେ ହରାଇଥିଲା। ଡି. ମାଲାନ୍ ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଅନ୍ୟତମ ଓପ୍ନର ଜନ୍ନି ବେୟାରଷ୍ଟୋ ୩୫ ରନ୍ (୨୮ ବଲ୍) ରନ୍ କରି ଆଉଟ୍ ହୋଇଥିଲେ। ଭିନ୍ସ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ତୃତୀୟ ୱିକେଟ୍ ପାଇଁ ୫୪ ରନର ଭାଗୀଦାରୀ କରି ଟିମକୁ ବିଜୟ ନିକଟତର କରାଇଥିଲେ। ଭିନ୍ସ ୩୮ ବଲରେ ୭ ଚୌକା ଓ ୨ ଛକା ସହ ୫୯ ରନ୍ କରି ଆଉଟ୍ ହୋଇଥିଲେ। ମୋର୍ଗାନ୍ ୩୪ (୨୧ ବଲ୍, ୪ ଚୌକା, ୧ ଛକା) ଓ ସାମ୍ ବିଲିଙ୍ଗସ୍ ୧୪ ରନ୍ କରି ଅପରାଜିତ ରହିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ମିଚଲେ ସାଣ୍ଟନର ୩ଟି ଯାକ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos