୩ ନମ୍ବରକୁ ଖସିଲେ ସାଇନା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ଗୁରୁବାର ନମ୍ବର ୧ ସ୍ଥାନ ହରାଇଛନ୍ତି। ସେ ତିନି ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ସଦ୍ୟ ପ୍ରକାଶିତ ବ୍ୟାଡମିଣ୍ଟନ୍ ବିଶ୍ୱ ଏକକ ମହିଳା ମାନ୍ୟତାରେ ସାଇନା ୭୯୧୯୨ ପଏଣ୍ଟ ସହିତ ଦୁଇଟି ସ୍ଥାନକୁ ଖସି ତୃତୀୟ ସ୍ଥାନରେ ରହିଛନ୍ତି। ଅଲିମ୍ପିକ୍ ଚାମ୍ପିଅନ୍ ଲି ଜୁଏରୁଇ ୮୫୨୧୭ ପଏଣ୍ଟ ସହିତ ୧ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ୮୦୭୫୨ ପଏଣ୍ଟ ସହିତ କାରାଲିନା ମାରିନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି […]

sainanehwal

sainanehwal

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 02:59 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ଗୁରୁବାର ନମ୍ବର ୧ ସ୍ଥାନ ହରାଇଛନ୍ତି। ସେ ତିନି ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ସଦ୍ୟ ପ୍ରକାଶିତ ବ୍ୟାଡମିଣ୍ଟନ୍ ବିଶ୍ୱ ଏକକ ମହିଳା ମାନ୍ୟତାରେ ସାଇନା ୭୯୧୯୨ ପଏଣ୍ଟ ସହିତ ଦୁଇଟି ସ୍ଥାନକୁ ଖସି ତୃତୀୟ ସ୍ଥାନରେ ରହିଛନ୍ତି। ଅଲିମ୍ପିକ୍ ଚାମ୍ପିଅନ୍ ଲି ଜୁଏରୁଇ ୮୫୨୧୭ ପଏଣ୍ଟ ସହିତ ୧ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ୮୦୭୫୨ ପଏଣ୍ଟ ସହିତ କାରାଲିନା ମାରିନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସେହିପରି ପୁରୁଷ ଏକକ ତାଲିକାରେ ଭାରତର କେ ଶ୍ରୀକାନ୍ତ ୬୭୧୫୭ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟେଗାଷ୍ଠୀ କ୍ରୀଡ଼ାର ଚାମ୍ପିଅନ୍ ହୋଇଥିବା ପାରୁପାଲି କଶ୍ୟପ ୧୨ତମ ସ୍ଥାନରେ ରହିଛନ୍ତି। ତାଙ୍କ ତଳକୁ ରହିଛନ୍ତି ଏଚ.ଏସ ପ୍ରେନ୍ନୋୟ। ସେ ୧୩ ନମ୍ବର ସ୍ଥାନରେ ଅଛନ୍ତି।

ମହିଳା ଡବଲ୍‌ସରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପାନ୍ନାପା ୧୭ତମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos