ମହିଳା ଟି-୨୦ ସିରିଜ୍ ଜିତିଲା ଭାରତ

ପ୍ରୋଭିଡେନ୍ସ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ଡ଼େଇଛି। ଭାରତୀୟ ସ୍ପିନରମାନେ ଘରୋଇ ୱେଷ୍ଟଇଣ୍ଡିଜକୁ ୨୦ ଓଭରରେ ୯ ୱିକେଟରେ ୫୯ ରନରେ ରୋକିଥିଲେ। ଏହା ପରେ ରୋଡ୍ରିଗ୍ସ ୮୧ ବଲରେ ଅପରାଜିତ ୪୦ ରନର ଇନିଂସ୍ […]

jemimah

jemimah

Ranjit Kumar Jena
  • Published: Friday, 15 November 2019
  • Updated: 15 November 2019, 05:17 PM IST

Sports

Latest News

ପ୍ରୋଭିଡେନ୍ସ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ଡ଼େଇଛି। ଭାରତୀୟ ସ୍ପିନରମାନେ ଘରୋଇ ୱେଷ୍ଟଇଣ୍ଡିଜକୁ ୨୦ ଓଭରରେ ୯ ୱିକେଟରେ ୫୯ ରନରେ ରୋକିଥିଲେ। ଏହା ପରେ ରୋଡ୍ରିଗ୍ସ ୮୧ ବଲରେ ଅପରାଜିତ ୪୦ ରନର ଇନିଂସ୍ ଖେଳିଥିଲେ, ଯାହା ବଳରେଭାରତ ତିନି ୱିକେଟ୍ ହରାଇ ୨୦ ବଲ୍ ବାକି ଥାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା।

ଏହିପରି ଭାବେ ଭାରତ ଲଗାତାର ଦ୍ୱିତୀୟ ଟି-୨୦ ସିରିଜ୍ ନିଜ ନାଁରେ କରିଛି। ଏହା ପୂର୍ବରୁ ଭାରଥ ଗତ ମାସରେ ଘରୋଇ ସିରିଜରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ସ୍ପିନର ରାଧା ଯାଦବ (୨/୬), ଦୀପ୍ତି ଶର୍ମା (୨/୧୨), ପୁନମ ଯାଦବ (୧/୮) ଓ ଅନୁଜା ପାଟିଲ୍ (୧/୧୩) ଭାରତୀୟ ବିଜୟର ପ୍ରମୁଖ ସୂତ୍ରଧର ସାଜିଥିଲେ। ୱେଷ୍ଟଇଣ୍ଡିଜ୍ ଟିମର ଟି-୨୦ ଅନ୍ତର୍ଜାତୀୟରେ ଏହା ଲଗାତାର ଷଷ୍ଠ ପରାଜୟ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜର ଶୁଭାରମ୍ଭ ବହୁତ ଖରାପ ରହିଥିଲା। ଟିମର ଶୀର୍ଷକ୍ରମ ବ୍ୟାଟ୍ସଓମ୍ୟାନ୍ ହେଲର ମାଥ୍ୟୁସ୍ (୭), ଷ୍ଟାସି-ଆନ୍ନ କିଙ୍ଗ୍ (୨) ଓ ଶେମାଇନ୍ କ୍ୟାମ୍ପବେଲ୍ (୨) ପାୱାରପ୍ଲେର ପ୍ରଥମ ୬ ଓଭରରୋ ମାତ୍ର ୧୨ ରନ୍ ଯୋଡ଼ିଥିଲେ। ଅନୁଜା ତୃତୀୟ ଓଭରରେ ମାଥ୍ୟୁସଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ କ୍ୟାମ୍ପବେଲ୍ ଏବଂ କିଙ୍ଗ୍ ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଚିଡାନ୍ ନେଶନ୍ (୧୧) ଓ ଚିନଲେ ହେନରୀ (୧୧) ହିଁ ଦୁଇଅଙ୍କ ଛୁଇଁପାରିଥିଲେ।

ଏହି ଛୋଟିଆ ଲକ୍ଷ୍ୟର ପିଛା କରୁଥିବା ଭାରତର ଆରମ୍ଭ ମଧ୍ୟ ଆଶାମୁତାବକ ହୋଇନଥିଲା। ଲଗାତାର ଦୁଇଟି ଅର୍ଦ୍ଧଶତକ ମାରିଥିବା ଶେଫାଳୀ ବର୍ମା ଖାତା ଖୋଲିପାରିନଥିଲେ। ସେହିପରି ଅନ୍ୟତମ ଓପ୍ନର ସ୍ମୃତି ମନ୍ଧାନା (୩) ମଧ୍ୟ ସଅଳ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ହରମନପ୍ରୀତ କୌର୍ କେବଳ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତେବେ ରୋଡ୍ରିଗ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମାଥ୍ୟୁସ୍ ୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ । ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରବିବାର ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos