ଟିମ୍‌ ଇଣ୍ଡିଆର ଏହି ଐତିହାସିକ ବିଜୟର ନାୟକ ସାଜିଲେ ୪ କ୍ରିକେଟର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ୬ ଟିକିଆ ଦିନିକିଆ ସିରିଜରୁ ଭାରତ ଲଗାତାର ୩ଟି ମ୍ୟାଚ୍‌ ଜିତିସାରିଲାଣି। ଟେଷ୍ଟ ସିରିଜ ହାରିବା ପରେ ଟିମ୍‌ ଇଣ୍ଡିଆ ଦିନିକିଆରେ ଜବରଦସ୍ତ କମବ୍ୟାକ୍‌ କରିଛି। କେପ୍‌ଟାଉନ୍‌ ଠାରେ ଖେଳାଯାଇଥିବା ତୃୟୀୟ ଦିନିକିଆରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୨୪ ରନରେ ପରାସ୍ତ କରିଛି। ଏହି ଐତିହାସିକ ବିଜୟରେ ନାୟକ ସାଜିଥିଲେ ଭାରତର ୪ଜଣ ଖେଳାଳି। କିନ୍ତୁ ମୁଖ୍ୟ ନାୟକ ସାଜିଥିଲେ ଅଧିନାୟକ ବିରାଟ କୋହଲି। ଭାରତ ପ୍ରଥମେ ବ୍ୟାଟିଂ କରି […]

4268d621a83f5480c0a23e59aa69d039

4268d621a83f5480c0a23e59aa69d039

Ordigital Desk
  • Published: Thursday, 08 February 2018
  • Updated: 08 February 2018, 11:51 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ୬ ଟିକିଆ ଦିନିକିଆ ସିରିଜରୁ ଭାରତ ଲଗାତାର ୩ଟି ମ୍ୟାଚ୍‌ ଜିତିସାରିଲାଣି। ଟେଷ୍ଟ ସିରିଜ ହାରିବା ପରେ ଟିମ୍‌ ଇଣ୍ଡିଆ ଦିନିକିଆରେ ଜବରଦସ୍ତ କମବ୍ୟାକ୍‌ କରିଛି। କେପ୍‌ଟାଉନ୍‌ ଠାରେ ଖେଳାଯାଇଥିବା ତୃୟୀୟ ଦିନିକିଆରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୨୪ ରନରେ ପରାସ୍ତ କରିଛି। ଏହି ଐତିହାସିକ ବିଜୟରେ ନାୟକ ସାଜିଥିଲେ ଭାରତର ୪ଜଣ ଖେଳାଳି। କିନ୍ତୁ ମୁଖ୍ୟ ନାୟକ ସାଜିଥିଲେ ଅଧିନାୟକ ବିରାଟ କୋହଲି।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୦୩ରନ କରିପାରିଥିଲା। ରୋହିତ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ଏହାପରେ କ୍ରିଜ୍‌କୁ ଆସିଥିଲେ ବିରାଟ। ଶିଖର ଧୱନ ଓ ବିରାଟ ଧର୍ଯ୍ୟର ସହ ବ୍ୟାଟିଂ କରି ଟିମ୍‌ର ମୂଳଦୂଆ ପକାଇଥିଲେ। ୨୩.୧ ଓଭରରେ ଧୱନ ୭୬ ରନ୍‌ କରି ଦ୍ୱିତୀୟ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ଏହାପରେ କ୍ରିଜ୍‌କୁ ଆସିଥିବା ରାହାଣେ, ହାର୍ଦ୍ଧିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନି ଏବଂ କେଦାର ଯାଦବ ବେଶି କିଛି କରି ପାରି ନଥିଲେ। ହେଲେ ଅନ୍ୟପଟରେ ପ୍ରାଚୀର ପରି ଛିଡା ହୋଇଥିଲେ ଅଧିନାୟକ କୋହଲି। ସେ ୧୫୯ ବଲ୍‌ରୁ ୧୨ ଚୌକା ଓ ୨ ଛକା ସହାୟତାରେ ୧୬୦ ରନ୍‌ କରିଥିଲେ।

୩୦୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଦକ୍ଷିଣ ଆଫ୍ରିକା ମାତ୍ର ୧୭୯ ରନରେ ଅଲ ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଚହଲ ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌କୁ  ଧୂଳିସାତ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos