ଆସନ୍ତାକାଲିଠୁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଭାରତର ପ୍ରଥମ ମ୍ୟାଚ୍ ଜାପାନ ବିରୋଧରେ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ମାଲେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆନ ଚାମ୍ପିଅନ୍ସ ଟ୍ରଫି (ଏସିଟି) ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଏଥିରେ ଭାରତ ସମେତ ପାକିସ୍ତାନ, ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ମାଲେସିଆ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆସନ୍ତାକାଲି ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବେଳେ ଅନ୍ୟଟି ଭାରତ ଓ ଜାପାନ ମଧ୍ୟରେ ହେବ। ୨୨ ତାରିଖରେ ଭାରତ ଦକ୍ଷିଣ କୋରିଆକୁ ଭେଟିବାକୁ ଥିବା ବେଳେ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ। ୨୫ ତାରିଖରେ ଭାରତୀୟ ଟିମ୍ ଚୀନ ସହିତ ଖେଳିବ। ୨୬ ତାରିଖରେ ଭାରତ ଓ ମାଲେସିଆ ମଧ୍ୟରେ ମ୍ୟାଚ୍ ହେବ।

୨୦୧୧ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ସେହି ବର୍ଷ ଭାରତ ଚାମ୍ପିଅନ୍ ହୋଇଥିଲା। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ୨୦୧୪ ଓ ୨୦୧୫ରେ ଏହି ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା। ଭାରତ ଚଳିତ ବର୍ଷ ପୁଣି ଚାମ୍ପିଅନ୍ ହେବାକୁ ଉଦ୍ୟମ କରିବ।

ଆହୁରି ପଢ଼ନ୍ତୁ

ସିରାଜ ଓ ଚହଲଙ୍କ ଚମକ, ୮୪ ରନରେ ଅଟକିଲା କୋଲକାତା

ଟସ୍ ଜିତିଲା କେକେଆର୍, ରସେଲ୍‌ ଆଉଟ୍

ଚେନ୍ନାଇକୁ ବଡ଼ ଝଟକା: ଆଇପିଏଲରୁ ବ୍ରାଭୋ ଆଉଟ

ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ