ଅମିୟ ରାୟ ଓସିଏ ଜୁନିୟର ପୁରୁଷ ଚୟନ କମିଟି ଚେୟାରମ୍ୟାନ୍
କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର କ୍ରିକେଟ୍ ଆଡଭାଇଜରୀ କମିଟି ଆଜି ଜୁନିୟର ପୁରୁଷ ଚୟନ କମିଟି ଗଠନ କରିଛି। ୫ ଜଣିଆ ଜୁନିୟର ଚୟନ କମିଟିର ଚେୟାରମ୍ୟାନ୍ ଭାବୋ ଅମିୟ ରାୟ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହ କମିଟିର ସଦସ୍ୟ ଭାବେ ସୁବିତ୍ ବିଶ୍ୱାଳ, ଶାହିଦ୍ ଖାନ୍, ବିବିସିସି ମହାପାତ୍ର ଓ ପାନାଲାଲ୍ ବୋଷ ନିଯୁକ୍ତ ହୋଇଛନ୍ତି।
ଓଡ଼ିଶା ପକ୍ଷରୁ ସର୍ବାଧିକ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିଥିବା ଖେଳାଳିଙ୍କୁ ଚେୟାରମ୍ୟାନ୍ ପବଦୀ ପାଇଁ ଅଗ୍ରାଧିକାର ଦିଆଯାଇଛି। ଏହି କ୍ରମରେ ଅମିୟ ରାୟ ୩୪ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିବା ବେଳେ ସୁବିତ୍ ୨୭, ଶାହିଦ୍ ଖାନ୍ ୨୬, ବିବିସିସି ୨୬ ଓ ପାନାଲାଲ୍ ୨୫ଟି ମ୍ୟାଚ୍ ଖେଳିଛନ୍ତି।
ଚୟନ କମିଟିର ସମସ୍ତ ନୂଆ ନିର୍ବାଚିତ ସଦସ୍ୟଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଓସିଏର ଅନ୍ୟ ଅଧିକାରୀମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।