ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ୩ ବର୍ଷ ପରେ ଶୀର୍ଷ ସ୍ଥାନ ହରାଇଲା ଟିମ୍ ଇଣ୍ଡିଆ

ଦୁବାଇ: ଦୀର୍ଘ ୩ ବର୍ଷ ଧରି ଟେଷ୍ଟ କ୍ରିକେଟରେ ରାଜୁତି କରି ଆସୁଥିବା ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ଦବଦବା ଶେଷ ହୋଇଛି। ଶୁକ୍ରବାର ଆଇସିସି ପକ୍ଷରୁ ଜାରି ନୂଆ ଟେଷ୍ଟ ରାଙ୍କିଙ୍ଗରେ ଭାରତ ତା’ର ଶୀର୍ଷ ସ୍ଥାନ ହରାଇଛି। ଅର୍ଥାତ୍ ଏବେ ଅଷ୍ଟ୍ରେଲିଆ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନୂଆ ଏକ ନମ୍ବର ଟିମ୍ ହୋଇଛି। ଆଇସିସି ରାଙ୍କିଙ୍ଗ୍ ନିୟମ ମୁତାବକ ୨୦୧୬-୧୭ର ରେକର୍ଡକୁ ବାର୍ଷିକ ଅପଡେଟରୁ ହଟାଇବା ପରେ ରାଙ୍କିଙ୍ଗରେ ଏହି ପରିବର୍ତ୍ତନ ଦେଖିବାକୁ […]

team-india

team-india

Ranjit Kumar Jena
  • Published: Friday, 01 May 2020
  • Updated: 01 May 2020, 01:49 PM IST

Sports

Latest News

ଦୁବାଇ: ଦୀର୍ଘ ୩ ବର୍ଷ ଧରି ଟେଷ୍ଟ କ୍ରିକେଟରେ ରାଜୁତି କରି ଆସୁଥିବା ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ଦବଦବା ଶେଷ ହୋଇଛି। ଶୁକ୍ରବାର ଆଇସିସି ପକ୍ଷରୁ ଜାରି ନୂଆ ଟେଷ୍ଟ ରାଙ୍କିଙ୍ଗରେ ଭାରତ ତା'ର ଶୀର୍ଷ ସ୍ଥାନ ହରାଇଛି। ଅର୍ଥାତ୍ ଏବେ ଅଷ୍ଟ୍ରେଲିଆ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନୂଆ ଏକ ନମ୍ବର ଟିମ୍ ହୋଇଛି। ଆଇସିସି ରାଙ୍କିଙ୍ଗ୍ ନିୟମ ମୁତାବକ ୨୦୧୬-୧୭ର ରେକର୍ଡକୁ ବାର୍ଷିକ ଅପଡେଟରୁ ହଟାଇବା ପରେ ରାଙ୍କିଙ୍ଗରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି।

ଅକ୍ଟୋବର ୨୦୧୬ ପରେ ପ୍ରଥମଥର ଲାଗି ଟିମ୍ ଇଣ୍ଡିଆ ଟେଷ୍ଟ ରାଙ୍କିଙ୍ଗର ପ୍ରଥମ ସ୍ଥାନରୁ ତଳକୁ ଖସିଆସିଛି। ଫଳସ୍ୱରୂପ ଭାରତ ଏବେ ଟେଷ୍ଟ ରାଙ୍କିଙ୍ଗରେ ୧୧୪ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛି। ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ୧୧୬ ରେଟିଂ ପଏଣ୍ଟ ଶୀର୍ଷ ସ୍ଥାନ କବଜା କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୧୧୫ ପଏଣ୍ଟ ସହ ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହିଛି।

ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଭାରତ ୨୦୧୬ରେ ପ୍ରଥମଥର ଲାଗି ଶୀର୍ଷ ସ୍ଥାନ ହାସଲ କରିଥିଲା। ୨୦୧୬-୧୭ରେ ଭାରତ ୧୨ ଟେଷ୍ଟ ଜିତିଥିବା ବେଳେ ମାତ୍ର ଗୋଟିଏରେ ପରାସ୍ତ ହୋଇଥିଲା। ତେବେ ଏହି ରେକର୍ଡକୁ ନୂଆ ଅପଡେଟରୁ ହଟାଇ ଦିଆଯାଇଛି। ଭାରତ ଏହି ସମୟରେ ସମସ୍ତ ୫ଟି ଯାକ ସିରିଜ୍ ଜିତିଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସିରିଜ୍ ମଧ୍ୟ ସାମିଲ୍ ଥିଲା। ଅନ୍ୟପକ୍ଷରେ ଏହି ସମୟରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା।

ରାଙ୍କିଙ୍ଗର ତାଜା ଅପଡେଟରେ ମେ' ୨୦୧୯ରୁ ଖେଳାଯାଇଥିବା ଟେଷ୍ଟ ମ୍ୟାଚକୁ ୧୦୦ ପ୍ରତିଶତ ଏବଂ ଏହା ପୂର୍ବ ଦୁଇ ବର୍ଷର ୫୦ପ୍ରତିଶତକୁ କାଉଣ୍ଟ କରାଯାଇଛି। ଏହା ପରେ ଅଷ୍ଟ୍ରେଲିଆ ଟେଷ୍ଟ ଓ ଟି-୨୦ ରାଙ୍କିଙ୍ଗରେ ମଧ୍ୟ ଟପରେ ପହଞ୍ଚିଛି। ପ୍ରଥମଥର ଲାଗି ଅଷ୍ଟ୍ରେଲିଆ ଟି-୨୦ ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଛି। ସେହିପରି ଇଂଲଣ୍ଡ ଦିନିକିଆରେ ଶୀର୍ଷ ସ୍ଥାନରେ ରହିଥିବା ଭାରତ ଦ୍ୱିତୀୟରେ ରହିଛି। ଟି-୨୦ ରାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନରେ ଏବଂ ଇଂଲଣ୍ଡ ଦ୍ୱିତୀୟରେ ପହଞ୍ଚିଛି।

ସୂଚନାଯୋଗ୍ୟ, ନିକଟରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ରେ କ୍ଲିନସୁଇପ୍ ହୋଇଥିଲା। ଏହି ପରାଜୟ ସତ୍ତ୍ୱେ ଭାରତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଶୀର୍ଷ ସ୍ଥାନରେ ରହିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ମୋଟ ୯ଟି ଟିମ୍ ଭାଗ ନେଉଛନ୍ତି, ଯେଉଁଥିରେ ସବୁ ଟିମ୍ ୬ଟି ଟେଷ୍ଟ ସିରିଜ୍ ଖେଳିବେ। ଏହା ପରେ ପଏଣ୍ଟ ଟେବଲ୍ ଆଧାରରେ ଶୀର୍ଷ ଦୁଇ ଟିମ୍ ମଧ୍ୟରେ ଲର୍ଡ୍ସ ମଇଦାନରେ ଫାଇନାଲ୍ ଟେଷ୍ଟ ମ୍ୟାଚ୍ ଖେଳାଯିବ।

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍
୧. ଅଷ୍ଟ୍ରେଲିଆ- ୧୧୬ ପଏଣ୍ଟ
୨. ନ୍ୟୁଜିଲ୍ୟାଣ୍ଡ୍- ୧୧୫ ପଏଣ୍ଟ
୩. ଭାରତ- ୧୧୪ ପଏଣ୍ଟ
୪. ଇଂଲଣ୍ଡ- ୧୦୫ ପଏଣ୍ଟ
୫. ଶ୍ରୀଲଙ୍କା- ୯୧ ପଏଣ୍ଟ
୬. ଦକ୍ଷିଣ ଆଫ୍ରିକା- ୯୦ ପଏଣ୍ଟ
୭. ପାକିସ୍ତାନ- ୮୬ ପଏଣ୍ଟ
୮. ୱେଷ୍ଟଇଣ୍ଡିଜ୍- ୭୯ ପଏଣ୍ଟ
୯. ଆଫଗାନିସ୍ତାନ- ୫୭ ପଏଣ୍ଟ
୧୦. ବାଂଲାଦେଶ- ୫୫ ପଏଣ୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story