ବଲ୍‌ରେ ଲାଳ ଓ ଝାଳ ଲଗାଇବା ଉପରେ ରୋକ୍ ଲଗାଇଲା ଅଷ୍ଟ୍ରେଲିଆ

ସିଡନୀ: ସାଧାରଣତଃ କ୍ରିକେଟରେ ବଲକୁ ଚିକ୍କଣ କରିବା ପାଇଁ ବୋଲରମାନେ ନିଜର ଲାଳ ଓ ଝାଳର ବ୍ୟବହାର କରନ୍ତି। କିନ୍ତୁ ଏବେ ଆଉ ବୋଲରମାନେ ଏହାର ବ୍ୟବହାର କରିପାରିବେ ନାହିଁ। କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଅଷ୍ଟ୍ରେଲିଆ ସରକାର ଏହି ବଡ଼ ପଦକ୍ଷେପ ଉଠାଇଛି। ଅଷ୍ଟ୍ରେଲିଆ ସରକାର କରୋନାଭାଇରସ୍ ପ୍ରକୋପ କମ୍ ହେବା ପରେ ଯେତେବେଳେ କ୍ରିକେଟ୍ ପୁନର୍ବାର ଆରମ୍ଭ ହେବ, ସେତେବେଳେ ବୋଲରମାନଙ୍କୁ ବଲକୁ ଚମକାଇବା ପାଇଁ ନିଜର ଲାଳ ଓ ଝାଳକୁ ବ୍ୟବହାର […]

cricket

cricket

Ranjit Kumar Jena
  • Published: Friday, 01 May 2020
  • Updated: 01 May 2020, 07:01 PM IST

Sports

Latest News

ସିଡନୀ: ସାଧାରଣତଃ କ୍ରିକେଟରେ ବଲକୁ ଚିକ୍କଣ କରିବା ପାଇଁ ବୋଲରମାନେ ନିଜର ଲାଳ ଓ ଝାଳର ବ୍ୟବହାର କରନ୍ତି। କିନ୍ତୁ ଏବେ ଆଉ ବୋଲରମାନେ ଏହାର ବ୍ୟବହାର କରିପାରିବେ ନାହିଁ। କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଅଷ୍ଟ୍ରେଲିଆ ସରକାର ଏହି ବଡ଼ ପଦକ୍ଷେପ ଉଠାଇଛି। ଅଷ୍ଟ୍ରେଲିଆ ସରକାର କରୋନାଭାଇରସ୍ ପ୍ରକୋପ କମ୍ ହେବା ପରେ ଯେତେବେଳେ କ୍ରିକେଟ୍ ପୁନର୍ବାର ଆରମ୍ଭ ହେବ, ସେତେବେଳେ ବୋଲରମାନଙ୍କୁ ବଲକୁ ଚମକାଇବା ପାଇଁ ନିଜର ଲାଳ ଓ ଝାଳକୁ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ ବୋଲି ରୋକଠୋକ୍ କହିଛି।

ଇସପିଏନକ୍ରିକଇନଫୋ ମୁତାବକ, ଅଷ୍ଟ୍ରେଲିଆ କ୍ରୀଡ଼ା ଅନୁଷ୍ଠାନ (ଏଆଇଏସ୍) ତା'ର ଚିକିତ୍ସା ବିଶେଷଜ୍ଞ, ସ୍ପୋର୍ଟିଂ ବଡି ବ୍ୟତୀତ ବିଭିନ୍ନ ସଂଘ ଓ ରାଜ୍ୟ ସରକାରଙ୍କ ପରାମର୍ଶ ପରେ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି, ଯେଉଁଥିରେ ବଲକୁ ଚିକ୍କଣ କରିବା ପାଇଁ ଝାଳ ଓ ଲାଳର ଉପଯୋଗ ଉପରେ ପ୍ରତିବନ୍ଧ କଥା କୁହାଯାଇଛି।

ଏହି ନିର୍ଦ୍ଦେଶାନାମାରେ ଖେଳର ତିନୋଟି ପର୍ଯ୍ୟାୟ (ଏ, ବି ଓ ସି) ପ୍ରତ୍ୟାବର୍ତ୍ତନ କଥା ଉଠାଯାଇଛି। ବର୍ତ୍ତମାନ ସମୟରେ ଖେଳ ଉପରେ ଯେଉଁ ରୋକ୍ ଲଗାଯାଇଛି, ତାହା 'ଲେଭଲ୍ ଏ'ରେ ରହିବ, ଯେଉଁଥିରେ ବ୍ୟକ୍ତିଗତ ଅଭ୍ୟାସ ବ୍ୟତୀତ ପ୍ରତିଟି ଜିନିଷ ଉପରେ କଟକଣା ଆସି ସାମିଲ୍‌ ଅଛି। ଏକ ସପ୍ତାହରୁ କିଛି ଅଧିକ ସମୟର ପ୍ରତିବନ୍ଧକୁ 'ଲେଭଲ୍ ବି'ରେ ରଖାଯାଇଛି, ଯେଉଁଥିରେ ସୀମିତ ସଂଖ୍ୟକ ଅଭ୍ୟାସ ପାଇଁ ଅନୁମତି ମିଳିବ।

ଏହା ମଧ୍ୟରେ ବଲକୁ ଲାଳ କିମ୍ବା ଝାଳର ବ୍ୟବହାର ଉପରେ ରୋକ ଲାଗିବା ଜାରି ରହିବ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ (ସି)ର ପୂର୍ଣ୍ଣ ଅଭ୍ୟାସ କରିବା ପାଇଁ ଅନୁମତି ମିଳିବ, କିନ୍ତୁ ଏଥିରେ ବଲରେ ଲାଳ କିମ୍ବା ଝାଳ ବ୍ୟବହାର ଉପରେ କଟକଣା ରହିବ। ଏପରିକି ନିର୍ଦ୍ଦେଶାନାମାରେ କୌଣସି ଲକ୍ଷଣ ଥିବା ଖେଳାଳିଙ୍କୁ ଅଭ୍ୟାସରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ବଲକୁ ଚିକ୍କଣ କରିବା ପାଇଁ ଲାଳ କିମ୍ବା ଝାଳ ବ୍ୟବହାର ଉପରେ ବିଚାର କରିବ ବୋଲି ଚର୍ଚ୍ଚା ହେଉଥିଲା। ଆଇସିସି ନାଲି ବଲକୁ ଚମକାଇବା ପାଇଁ କୃତ୍ରିମ ପଦାର୍ଥର ଉପଯୋଗ କରିବାକୁ ଅନୁମତି ଦେବା ଉପରେ ବିଚାର କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos