ଲଢ଼ିକି ହାରିଲା ଟିମ୍ ଇଣ୍ଡିଆ, ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ସିଡନୀ: କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୫୧ ରନରେ ପରାସ୍ତ ହୋଇଛି। ପରାଜୟ ସହ ଭାରତର ସିରିଜ୍ ଜିତିବା ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଗୋଟିଏ ମ୍ୟାଚ୍ ବାକି ଥାଇ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଜିତି ନେଇଛି। ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କ ବିସ୍ଫୋରକ ଶତକ ଏବଂ ଚାରି ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ […]

kohli

kohli

Ranjit Kumar Jena
  • Published: Sunday, 29 November 2020
  • Updated: 29 November 2020, 05:27 PM IST

Sports

Latest News

ସିଡନୀ: କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୫୧ ରନରେ ପରାସ୍ତ ହୋଇଛି। ପରାଜୟ ସହ ଭାରତର ସିରିଜ୍ ଜିତିବା ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଗୋଟିଏ ମ୍ୟାଚ୍ ବାକି ଥାଇ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଜିତି ନେଇଛି। ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କ ବିସ୍ଫୋରକ ଶତକ ଏବଂ ଚାରି ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୮୯ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଭାରତ ୯ ୱିକେଟ୍ ହରାଇ ୩୩୮ ରନ୍ କରିବାକୁ ସକ୍ଷମ ହୋଇଛି।

୩୯୦ ରନର ଟାର୍ଗେଟର ପିଛା କରୁଥିବା ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ ଶିଖର ଧୱନ୍ (୩୦) ଓ ମୟଙ୍କ ଅଗ୍ରୱାଲ୍ (୨୮)। କିନ୍ତୁ ଦୁହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ପ୍ରଥମ ମ୍ୟାଚରେ ଲଢ଼ୁଆ ଇନିଂସ୍ ଖେଳିଥିବା ଧୱନଙ୍କୁ ଜୋଶ୍ ହେଜଲଉଡ ଆଉଟ୍ କରିଥିବା ବେଳେ ମୟଙ୍କଙ୍କୁ ପ୍ୟାଟ୍ କମିନ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ କ୍ୟାପଟେନ୍ ବିରାଟ୍ କୋହଲି ଓ ଶ୍ରେୟସ୍ ଆୟର୍ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୯୩ ରନର ପାର୍ଟନରଶିପ୍ କରିଥିଲେ।

ଆୟର୍ (୩୮) ସେଟ୍ ହୋଇ ଭଲ ଖେଳିଆସୁଥିବା ବେଳେ ତାଙ୍କୁ ମୋସେଜ୍ ହେନରିକ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ଆୟରଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଲୋକେଶ ରାହୁଲ୍ କ୍ୟାପଟେନ୍ କୋହଲିଙ୍କୁ ଭରପୂର ସହଯୋଗ କରିଥିଲେ। ରାହୁଲ ଓ କୋହଲି ଚତୁର୍ଥ ୱିକେଟ୍ ପାଇଁ ୭୨ ରନ ଯୋଡ଼ିଥିଲେ। କୋହଲି ଶତକ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ତାଙ୍କୁ ହେଜଲଉଡ୍ ଆଉଟ୍ କରି ଅଷ୍ଟ୍ରେଲିଆକୁ ବଡ଼ ସଫଳତା ଦେଇଥିଲେ। କୋହଲି ୮୭ ବଲରେ ୭ ଚୌକା ଓ ୨ ଛକା ସହ ୮୯ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ।

ପ୍ରଥମ ମ୍ୟାଚରେ ବିସ୍ଫୋରକ ଇନିଂସ୍ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ରହିଥିଲେ ହେଁ ଦ୍ରୁତ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ତେବେ ରାହୁଲ୍ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିଥିଲେ ହେଁ, ତାହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା। ରାହୁଲ୍ ୭୬ (୬୬ ବଲ୍, ୪ ଚୌକା, ୫ ଛକା) ରନ୍ କରି ଆଉଟ୍ ହେବା ପରେ ଟିମର ଆଶା ଧୂଳିସାତ୍ ହୋଇଯାଇଥିଲା। ରବୀନ୍ଦ୍ର ଜାଡେଜା ୧୧ ବଲରେ ଦ୍ରୁତ ୨୪ (୧ ଚୌକା, ୨ ଛକା) ରନ୍ କରିଥିବା ବେଳେ ହାର୍ଦ୍ଦିକ ୨୮ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୩ଟି, ହେଜଲଉଡ୍ ଓ ଆଡାମ ଜାମ୍ପା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୮୯ ରନର ବିଶାଳ ସ୍କୋର ଛିଡ଼ା କରିଛି। ଅଷ୍ଟ୍ରେଲୀୟ କ୍ୟାପଟେନ୍ ଫିଞ୍ଚ୍ ପୁଣିଥରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୱାର୍ଣ୍ଣର ଓ ଫିଞ୍ଚ୍ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଫିଞ୍ଚ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ୱାର୍ଣ୍ଣର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ। ୱାର୍ଣ୍ଣର୍ ମାତ୍ର ୩୯ ବଲରେ ଏବଂ ଫିଞ୍ଚ୍ ୬୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪୨ ରନର ଶତକୀୟ ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆର ମୂଳଦୁଆ ପକାଇଥିଲେ।

ପ୍ରଥମ ମ୍ୟାଚରେ ଶତକ ମାରିଥିବା ଫିଞ୍ଚ୍ ୬୦ (୬୯ ବଲ୍, ୬ ଚୌକା, ୧ ଛକା) ରନ୍ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱାର୍ଣ୍ଣର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ୱାର୍ଣ୍ଣର୍ ୭୭ ବଲରେ ୭ ଚୌକା ଓ ୩ ଛକା ସହ ୮୩ ରନ୍ କରିଥିଲେ। ତିନି ଓଭର ଭିତରେ ଘରୋଇ ଦଳର ଦୁଇଟି ୱିକେଟ୍ ନେଇ ଭାରତ ମ୍ୟାଚକୁ କମବ୍ୟାକ୍ କରିଥିଲା। କିନ୍ତୁ ସ୍ମିଥ୍ ଭାରତର ଏହି ଖୁସିକୁ ନିରାଶରେ ପରିଣତ କରିଥିଲେ।

ପ୍ରଥମ ମ୍ୟାଚ୍ ଭଳି ଆଜି ପୁଣି ସ୍ମିଥ୍ ଆରମ୍ଭରୁ ହିଁ ଭାରତୀୟ ବୋଲିଂକୁ ଆଟାକ୍ କରିଥିଲେ। ସ୍ମିଥ୍ ଗୋଟିଏ ପରେ ଗୋଟିଏ ଚମତ୍କାର ଶଟ୍ ଖେଳି ଭାରତୀୟ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ। ସ୍ମିଥଙ୍କୁ ସାଥ୍ ଦେଇଥିଲେ ମାର୍ନସ୍ ଲାବୁଶେନ୍। ସ୍ମିଥ୍ ନିଜର ଧୂଆଁଧାର ବ୍ୟାଟିଂ କରି ମାତ୍ର ୬୨ ବଲରେ କ୍ୟାରିୟରର ଏକାଦଶ ଶତକ ପୂରଣ କରିଥିଲେ। ଦୀର୍ଘ ଦେଢ଼ ବର୍ଷ ପରେ ବୋଲିଂ କରିଥିବା ହାର୍ଦ୍ଦିକ ସ୍ମିଥଙ୍କ ଶତକୀୟ ଇନିଂସରେ ବ୍ରେକ୍ ଲଗାଇଥିଲେ।

ସ୍ମିଥ୍ ୬୪ ବଲରେ ୧୪ ଚୌକା ଓ ୨ ଛକା ସହ ୧୦୪ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ରନ୍ ବର୍ଷା କରିଥିଲେ। ଲାବୁଶେନ୍ ଓ ମ୍ୟାକ୍ସୱେଲ୍ ମିଶି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ଲାବୁଶେନ୍ ୬୧ ବଲରେ ୭୦ (୫ ଚୌକା) ରନ୍ କରି ବୁମ୍ରାଙ୍କ ଶିକାର ହୋଇଥିଲେ। ମ୍ୟାକ୍ସୱେଲ୍ ଦମଦାର ବ୍ୟାଟିଂ କରି ମାତ୍ର ୨୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ମ୍ୟାକ୍ସୱେଲ୍ ମାତ୍ର ୨୯ ବଲରେ ୪ ଚୌକା ଓ ୪ ଛକା ସହ ୬୩ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story