ନୂଆଦିଲ୍ଲୀ: ବ୍ୟାଡ୍ମିଣ୍ଟନରେ ମ୍ୟାଚ୍ ଫିକ୍ସିଂ, ଜୁଆ କିମ୍ବା ଅର୍ଥ କାରବାରରେ ଧରାପଡିଲେ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରାଯିବ। ସମ୍ପୃକ୍ତ ଖେଳାଳିଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। ଗୁରୁବାର ଏହିପରି କଢ଼ା ଅଭାମୁଖ୍ୟ ଗ୍ରହଣ କରିଛି ବିଶ୍ୱ ବ୍ୟାଟ୍ମିଣ୍ଟନ୍ ଫେଡେରେସନ(ବିଡବ୍ଲ୍ୟୁଏଫ୍)। ବ୍ୟାଡ୍ମିଣ୍ଟନକୁ ଦୁର୍ନୀତି ମୁକ୍ତ କରିବାକୁ ଏହିପରି ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।
ଏ ନେଇ ବିଡବ୍ଲ୍ୟୁଏଫ୍ର ସଧାରଣ ସମ୍ପାଦକ ଥୋମାସ୍ ଲୁଣ୍ଡ କହିଛନ୍ତି, “ବ୍ୟାଟ୍ମିଣ୍ଟନ୍ ଏକ ସ୍ୱଚ୍ଛ ଖେଳ, ଏଥିରେ ଦୁର୍ନୀତିର ସ୍ଥାନ ନାହିଁ। ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହେବ। ଏହି ଖେଳ ସହିତ ଜଡିତ ସମସ୍ତ କର୍ମକର୍ତ୍ତାଙ୍କୁ ଏଥିରେ ଅର୍ନ୍ତଭୁକ୍ତ କରାଯିବ। ଯଦି କୌଣସି ବ୍ୟକ୍ତି କିମ୍ବା ଖେଳାଳି କୌଣସି ଅଜଣା ବ୍ୟକ୍ତିଙ୍କୁ ଭେଟନ୍ତି, ତାଙ୍କ ସହ ମୋବାଇଲ୍ ଫୋନ୍, ଲାପଟପ୍ ଓ ଟେଲିଫୋନ୍ରେ କଥାବର୍ତ୍ତା ହୁଅନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତି ଓ ଖେଳାଳିମାନେ ବିଡବ୍ଲ୍ୟୁଏଫ୍ର ସ୍କାନରରେ ରହିବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।