ହକି ପ୍ରୋ-ଲିଗ୍: ଭୁବନେଶ୍ୱର ଭାରତର ହୋମ ଭେନ୍ୟୁ

ନୂଆଦିଲ୍ଲୀ: ଭୁବନେଶ୍ୱରରେ ଆଉ ଏକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି। ଚାମ୍ପିୟନ୍ସ ଟ୍ରଫି, ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ସ, ପୁରୁଷ ହକି ବିଶ୍ୱ କପ୍ ଏବଂ ଅଲିମ୍ପିକ୍ କ୍ୱାଲିଫାୟର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗ୍ ମ୍ୟାଚ୍ ଖେଳାଯିବ। କଳିଙ୍ଗ ଷ୍ଟାଡିୟମକୁ ଭାରତ ତା’ର ଘରୋଇ ଭେନ୍ୟୁ କରିଛି। ହକି ପ୍ରୋ ଲିଗର ଦ୍ୱିତୀୟ ସଂସ୍କରଣ ଆସନ୍ତାବର୍ଷ ଜାନୁଆରୀ ୧୧ ଏବଂ ଜୁନ୍ ୨୮ ତାରିଖରେ ବିଶ୍ୱର ବିଭିନ୍ନ ଭେନ୍ୟୁରେ ଆୟୋଜିତ […]

kaliinga

kaliinga

Ranjit Kumar Jena
  • Published: Monday, 18 November 2019
  • Updated: 18 November 2019, 08:56 PM IST

Sports

Latest News

ନୂଆଦିଲ୍ଲୀ: ଭୁବନେଶ୍ୱରରେ ଆଉ ଏକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି। ଚାମ୍ପିୟନ୍ସ ଟ୍ରଫି, ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ସ, ପୁରୁଷ ହକି ବିଶ୍ୱ କପ୍ ଏବଂ ଅଲିମ୍ପିକ୍ କ୍ୱାଲିଫାୟର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗ୍ ମ୍ୟାଚ୍ ଖେଳାଯିବ। କଳିଙ୍ଗ ଷ୍ଟାଡିୟମକୁ ଭାରତ ତା'ର ଘରୋଇ ଭେନ୍ୟୁ କରିଛି।

ହକି ପ୍ରୋ ଲିଗର ଦ୍ୱିତୀୟ ସଂସ୍କରଣ ଆସନ୍ତାବର୍ଷ ଜାନୁଆରୀ ୧୧ ଏବଂ ଜୁନ୍ ୨୮ ତାରିଖରେ ବିଶ୍ୱର ବିଭିନ୍ନ ଭେନ୍ୟୁରେ ଆୟୋଜିତ ହେବ ନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ପକ୍ଷରୁ କୁହାଯାଇଛି। ଯେହେତୁ ଭୁବନେଶ୍ୱର ବର୍ତ୍ତମାନ ଭାରତର ହକି ହବର ମାନ୍ୟତା ପାଇସାରିଛି, ତେଣୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏହାଠାରୁ ଉନ୍ନତ ଭେନ୍ୟୁ ଆଉ କେଉଁଠି ହୋଇପାରି ନାହିଁ। ନିକଟରେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ କ୍ୱାଲିଫାୟର ମ୍ୟାଚ୍ ଆୟୋଜିତ ହୋଇଥିଲା। ତେଣୁ ଓଡ଼ିଶାବାସୀ ପୁଣିଥରେ ନିଜ ମାଟିରେ ଆଉ ଏକ ହକି ମେଗା ଟୁର୍ଣ୍ଣାମେଣ୍ଟ ଦେଖିବାର ସୁଯୋଗ ପାଇବେ।

କଳିଙ୍ଗ ଷ୍ଟାଡିୟମରେ ଭାରତ ମୋଟ ୭ଟି ମ୍ୟାଚ୍ ଖେଳିବ। ୨୦୨୦, ଜାନୁଆରୀ ୧୮ ତାରିଖରେ ଭାରତ ତା'ର ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିବ। ୧୯ ତାରିଖରେ ଭାରତ ପୁଣିଥରେ ନେଦରଲ୍ୟାଣ୍ଡକୁ ସାମ୍ନା କରିବ। ଏହା ପରେ ଫେବୃଆରୀ ୮ ଏବଂ ୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ଫେବୃଆରୀ ୨୧ ଓ ୨୧ ତାରିଖରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। କଳିଙ୍ଗ ଷ୍ଟାଡିୟମରେ ଭାରତ ତା'ର ଶେଷ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ମେ' ୨୩ ତାରିଖରେ ଖେଳିବ। ତେବେ ଭାରତ ତା'ର ବାକି ମ୍ୟାଚ୍ ବିଦେଶରେ ଖେଳିବ।

ଭାରତ ବ୍ୟତୀତ ଏହି ଲିଗରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଜର୍ମାନୀ, ଗ୍ରେଟ୍ ବ୍ରିଟେନ୍, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ସ୍ପେନ୍ ଭାଗ ନେବେ। ତେବେ ଟପ୍-୧୦ରୁ ବାହାରେ ଥିମା ଟିମ୍ ଗୁଡ଼ିକ ମଧ୍ୟ ଏହି ଲିଗରେ ଭାଗ ନେବେ। ଟୁର୍ଣ୍ଣାମେଣ୍ଟରେ ମୋଟ ୧୪୪ ମ୍ୟାଚ୍ ଖେଳାଯିବ। ଅଷ୍ଟ୍ରେଲିଆର ଘରୋଇ ମ୍ୟାଚ୍ ଗୁଡ଼ିକ ପର୍ଥ ଏବଂ ସିଡନୀରେ ଖେଳାଯିବ। ସେହିପରି ଇଂଲଣ୍ଡର ଘରୋଇ ମ୍ୟାଚ୍ ଲଣ୍ଡନରେ ଆୟୋଜିତ ହେବ।

ଆର୍ଜେଣ୍ଟିନାର ଘରୋଇ ଭେନ୍ୟୁ ଭାବେ ବ୍ୟୁନସ୍ ଆୟର୍ସ, ସାନ୍ ମିଜୁଏଲ୍ ଡି ଟୁକୁମାନ୍, ବେଲଜିୟମର ଅନ୍ତେର୍ପ, ଚାଇନା ଗୁଆଙ୍ଗଝୁ, ଜର୍ମାନୀର ମୋଞ୍ଚେଙ୍ଗ୍ଲାବାକ୍, ହାମବର୍ଗ, ବର୍ଲିନ୍, ନେଦରଲ୍ୟାଣ୍ଡର ଉତ୍ରେଚ୍, ରଟରଡ୍ୟାମ୍, ହର୍ଟୋଗେନବଚ୍, ଆମଷ୍ଟରଡାମ୍, ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟଚର୍ଚ୍ଚ, ଅକଲ୍ୟାଣ୍ଡ, ସ୍ପେନର ଭାଲେନସିଆ ଏବଂ ଆମେରିକାର ନର୍ଥ କାରୋଲିନାରେ ମ୍ୟାଚ୍ ଗୁଡ଼ିକ ଆୟୋଜିତ ହେବ। ଲିଗର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୧, ୨୦୧୦ରେ ଚାଇନା ଏବଂ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story