ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଏକଦା ଭାରତୀୟ ଟେଷ୍ଟ କ୍ରିକେଟର ଅନ୍ୟତମ ମେରୁଦଣ୍ଡ ରହିଥିବା ଲକ୍ଷ୍ମଣଙ୍କୁ ବିସିସିଆଇ ଏହାର ନବଗଠିତ ପରାମର୍ଶଦାତା କମିଟିରେ ସାମିଲ କରିଛି। ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ମଧ୍ୟ ଏହି କମିଟିରେ ସାମିଲ ହେବାକୁ ବୋର୍ଡ ଆମନ୍ତ୍ରଣ କରିଥିଲା। ତେବେ ସେ ମନା କରି ଦେଇଥିଲେ।
ସୋମବାର ଏହି ସୂଚନା ଦେଇ ବିସିସିଆଇ ସଂପାଦକ ଅନୁରାଗ ଠାକୁର କହିଥିଲେ ଯେ ସଚିନ, ସୌରଭ ଓ ଲକ୍ଷ୍ମଣଙ୍କ ସହିତ ଫୋପ୍ ଯୋଗେ ଆଲୋଚନା କରାଗଲା ପରେ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି।
ଏହି ତିନି ଜଣ ବିସିସିଆଇକୁ କ୍ରିକେଟ ସଂପର୍କିତ ସମସ୍ତ ପ୍ରକାର ପରାମର୍ଶ ଦେବେ। ଟିମ୍ ଇଣ୍ଡିଆର କୋଚ୍ ନିଯୁକ୍ତି ନେଇ ମଧ୍ୟ ଏହି ତିନି ପୂର୍ବତନ ଖେଳାଳି ବୋର୍ଡକୁ ପରାମର୍ଶ ଦେବେ।
ଜୁନ୍ ୬ ତାରିଖରେ ବିସିସିଆଇ ଟିମ୍ ଇଣ୍ଡିଆର ନୂଆ କୋଚଙ୍କ ନାମ ଘୋଷଣା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।