ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଟିମ୍ ଇଣ୍ଡିଆ ଆଗରେ ବାଂଲା ଚ୍ୟାଲେଞ୍ଜ୍‌

ପର୍ଥ: ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଭାରତ ସୋମବାର ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍ ଜିତି ଭାରତ ତା’ର ବିଜୟ ଅଭିଯାନ ଜାରି ରଖିବାକୁ ପ୍ରୟାସ କରିବ। ଲେଗ୍ ସ୍ପିନର ପୁନମ ଯାଦବଙ୍କ ଦମରେ ଭାରତ ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲା। ଅଷ୍ଟ୍ରେଲିଆ ଭଳି ମଜଭୁତ୍ ଟିମକୁ ହରାଇବା ସତ୍ତ୍ୱେ […]

women-t20

women-t20

Ranjit Kumar Jena
  • Published: Sunday, 23 February 2020
  • Updated: 23 February 2020, 05:27 PM IST

Sports

Latest News

ପର୍ଥ: ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଭାରତ ସୋମବାର ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା'ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍ ଜିତି ଭାରତ ତା'ର ବିଜୟ ଅଭିଯାନ ଜାରି ରଖିବାକୁ ପ୍ରୟାସ କରିବ। ଲେଗ୍ ସ୍ପିନର ପୁନମ ଯାଦବଙ୍କ ଦମରେ ଭାରତ ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲା।

ଅଷ୍ଟ୍ରେଲିଆ ଭଳି ମଜଭୁତ୍ ଟିମକୁ ହରାଇବା ସତ୍ତ୍ୱେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ବାଂଲାଦେଶକୁ ଆଦୌ ହାଲୁକା ଭାବେ ନେବ ନାହିଁ। କାରଣ ୨୦୧୮ରେ ଟି-୨୦ ଏସିଆ କପରେ ଭାରତ ଦୁଇଥର ବାଂଲାଦେଶ ନିକଟରୁ ପରାସ୍ତ ହୋଇଥିଲା ଏବଂ ଏହି ପରାଜୟ ଏବେବି କୌରଙ୍କୁ ବ୍ୟଥିତ କରୁଛି। ଜେମିମା ରୋଡ୍ରିଗ୍ସ ଏବଂ ପ୍ରଥମ ମ୍ୟାଚରେ ମାତ୍ର ୧୫ ବଲରେ ଦ୍ରୁତ ୨୯ ରନ୍ କରିଥିବା ୧୬ ବର୍ଷୀୟା ଓପ୍ନର ଶେଫାଳି ବର୍ମା ଏସିଆ କପ୍ ଟିମର ସଦସ୍ୟ ନଥିଲେ। କିନ୍ତୁ ବାଂଲାଦେଶକୁ ହରାଇବାକୁ ହେଲେ ଏହି ଦୁହିଁଙ୍କୁ ପ୍ରମୁଖ ଭୂମିକା ବହନ କରିବାକୁ ପଡ଼ିବ।

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚରେ ଭାରତ ତିନୋଟି ଏବଂ ବାଂଲାଦେଶ ଦୁଇଟିରେ ବିଜୟୀ ହୋଇଛି। ଯଦି ଭାରତ ସୋମବାର ବିଜୟ ହାସଲ କରେ, ତାହେଲେ ଟିମ୍ ନକଆଉଟ୍ ନିକଟତର ପହଞ୍ଚିଯିବ। ତେବେ ଭାରତକୁ ତା'ର ବ୍ୟାଟିଂରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ବ୍ୟାଟିଂ ଆଶାମୁତାବକ ରହିନଥିଲା ଏବଂ ଟିମ୍ ଇଣ୍ଡିଆ ମାତ୍ର ୧୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା।

ବିଶ୍ୱକପ୍ ପୂର୍ବରୁ ତ୍ରିରାଷ୍ଟ୍ରୀୟ ସିରିଜ ପୂର୍ବରୁ ହିଁ ଭାରତୀୟ ବ୍ୟାଟ୍ସଓମ୍ୟାନ୍ ନିୟମିତ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଦଳ ଲଗାତର ବଡ଼ ସ୍କୋର ଛିଡ଼ା କରିବାରେ ସଂଘର୍ଷ କରୁଛି। ଯଦି ପୁନମ ୧୯ ରନ୍ ଦେଇ ୪ଟି ୱିକେଟ୍ ନେଇନଥାନ୍ତେ, ତାହେଲେ ଭାରତ ହୁଏତ ଅଷ୍ଟ୍ରେଲିଆକୁ ହରାଇପାରିନଥାନ୍ତା। ତ୍ରିରାଷ୍ଟ୍ରୀୟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ହରମନପ୍ରୀତ ଓ ଓପ୍ନର ସ୍ମୃତି ମନ୍ଧାନା ମଧ୍ୟ ପ୍ରଥମ ମ୍ୟାଚରେ ଖାସ୍ ଯୋଗଦାନ କରିପାରିନଥିଲେ। ଭାରତ ଏହି ଦୁଇ ସିନିୟରଙ୍କଠାରୁ ବଡ଼ ଇନିଂସ୍ ଆଶା କରୁଛି।

ମଧ୍ୟକ୍ରମରେ ୪୬ ବଲରେ ଅପରାଜିତ ୪୯ ରନ୍ କରିଥିବା ଦୀପ୍ତି ଶର୍ମା ନିଜର ଏହି ଫର୍ମକୁ ବଜାୟ ରଖିବାକୁ ଚାହିଁବେ। ମିଡିୟମ୍ ପେସର ଶିଖା ପାଣ୍ଡେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ତା'ର ପ୍ରଥମ ମ୍ୟାଚ୍ ଖେଳିବା ଏବଂ ଦଳ ବିଜୟ ସହ ଶୁଭାରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ଭାରତ: ଭାରତ: ହରମନପ୍ରୀତ କୌର୍ (କ୍ୟାପଟେନ୍‌), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତୀ, ପୂଜା ବସ୍ତ୍ରାକର, ପୁନମ ଯାଦବ, ରାଧା ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ତାନିଆ ଭାଟିଆ (ୱିକେଟକିପର), ହର୍ଲୀନ୍ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ।

ବାଂଲାଦେଶ: ସଲମା ଖାତୁନ୍ (କ୍ୟାପଟେନ୍‌), ରୁମାନା ଅହମ୍ମଦ, ଆୟେଶା ରେହମାନ୍‌, ଫାହିମା ଖାତୁନ୍‌, ଫର୍ଗାନା ହକ୍‌, ଜାହାନାରା ଆଲମ୍‌, ଖାଦିଜା ତୁଲ୍ କୁବ୍ରା, ଶୋଭାନା ମୋସ୍ତାରୀ, ମୁର୍ଶିଦା ଖାତୁନ୍‌, ନାହିଦା ଅଖତର, ନିଗାର ସୁଲତାନା (ୱିକେଟକିପର), ପାନ୍ନା ଘୋଷ, ରିତୁ ମୋନି, ସଞ୍ଜିଦା ଇସଲାମ୍‌, ଶାମିମା ସୁଲତାନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story