ଆଇପିଏଲରେ ବଡ଼ ପରିବର୍ତ୍ତନ

ଦୁବାଇ: ଆଇପିଏଲ୍-୨୦୨୧ ସଂସ୍କରଣର ବାକି ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ମୋଟ ୩୧ଟି ମ୍ୟାଚ୍ ୟୁଏଇର ତିନୋଟି ଭେନ୍ୟୁ ଦୁବାଇ, ଶାରଜା ଓ ଆବୁଧାବିରେ ଖେଳାଯିବ। ମେ’ ୪ ତାରିଖରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟି-୨୦ ଲିଗକୁ ସ୍ଥଗିତ କରିଦିଆଯାଇଥିଲା। ସେତେବେଳେ ମୋଟ ୬୦ଟିରୁ ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇଥିଲା। ଏବେ ବିସିସିଆଇ ବାକି ମ୍ୟାଚ୍ ଗୁଡ଼ିକରେ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ। ଏହି କାରଣରୁ ୟୁଏଇରେ ହେବାକୁଥିବା ଦ୍ୱିତୀୟ […]

IPl 2021 trophy

IPl 2021 trophy

Ranjit Kumar Jena
  • Published: Monday, 09 August 2021
  • Updated: 09 August 2021, 06:22 PM IST

ଦୁବାଇ: ଆଇପିଏଲ୍-୨୦୨୧ ସଂସ୍କରଣର ବାକି ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ମୋଟ ୩୧ଟି ମ୍ୟାଚ୍ ୟୁଏଇର ତିନୋଟି ଭେନ୍ୟୁ ଦୁବାଇ, ଶାରଜା ଓ ଆବୁଧାବିରେ ଖେଳାଯିବ। ମେ’ ୪ ତାରିଖରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟି-୨୦ ଲିଗକୁ ସ୍ଥଗିତ କରିଦିଆଯାଇଥିଲା। ସେତେବେଳେ ମୋଟ ୬୦ଟିରୁ ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇଥିଲା। ଏବେ ବିସିସିଆଇ ବାକି ମ୍ୟାଚ୍ ଗୁଡ଼ିକରେ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ। ଏହି କାରଣରୁ ୟୁଏଇରେ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ପାଇଁ ନୂଆ ନିୟମ ପ୍ରସ୍ତୁତ କରାଯାଇଛି।

ଇନସାଇଡ୍ ସ୍ପୋର୍ଟ୍ସ ରିପୋର୍ଟ ମୁତାବକ, ଯଦି ବଲ୍ ଷ୍ଟାଣ୍ଡକୁ ଯାଏ, ତାହେଲେ ଏହାକୁ ପୁଣିଥରେ ମ୍ୟାଚ୍ ପାଇଁ ବ୍ୟବହାର କରାଯିବ ନାହିଁ। ଏହା ବଦଳରେ ଅନ୍ୟ ବଲର ବ୍ୟବହାର କରାଯିବ। କରୋନା ପ୍ରୋଟୋକଲକୁ ଦୃଷ୍ଟିରେ ରଖି କରାଯାଇଥିବା ନିୟମ ଅନୁସାରେ ଯଦି ବଲ୍ ଷ୍ଟାଣ୍ଡକୁ ଯାଏ, ତାହେଲେ ଅମ୍ପାୟାର ଅନ୍ୟ ବଲରେ ମ୍ୟାଚ୍ କରାଇବେ। ଷ୍ଟାଣ୍ଡକୁ ଯାଉଥିବା ବଲକୁ ସାନିଟାଇଜ୍ କରାଯିବା ଏବଂ ଏହାକୁ ଲାଇବ୍ରେରୀରେ ରଖି ଦିଆଯିବ। ଶେଷଥର ଷ୍ଟାଣ୍ଡ ଖାଲି ଥିଲା। ଏହି କାରଣରୁ ଏହାକୁ ସାନିଟାଇଜ୍ କରିବା ପରେ ମ୍ୟାଚ୍ କରାଯାଇଥିଲା।

ଏଥର ୟୁଏଇରେ ହେବାକୁଥିବା ମୁକାବିଲାରେ ଦର୍ଶକଙ୍କୁ ଏଣ୍ଟ୍ରୀ ମିଳିପାରେ। ଏଥିଯୋଗୁ ବିସିସିଆଇ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବଡ଼ ପଦକ୍ଷେପ ଉଠାଇଛି। ୟୁଏଇ ବୋର୍ଡ ପୂର୍ବରୁ ସ୍ପଷ୍ଟ କରିଦେଇଛି ଯେ ସେମାନେ ଆଇପିଏଲ୍ ବ୍ୟତୀତ ଟି-୨୦ ବିଶ୍ୱକପ୍ ବେଳେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ୟୁଏଇ ବିସିସିଆଇ ଓ ଆଇସିସି ସହ କଥା ହେଛି। ଟି-୨୦ ବିଶ୍ୱକପର ମ୍ୟାଚ୍ ଅକ୍ଟୋବର ୧୭ ତାରିଖରୁ ୟୁଏଇରେ ଖେଳାଯିବ।

ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ। ବାକି ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ।

ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos