ପ୍ରଥମଥର ଦୁଇ ବିଶ୍ୱକପ ବିଜେତା କ୍ୟାପ୍ଟେନ ଆଇପିଏଲରେ ଟ୍ରଫି ପାଇଁ ଲଢ଼ିବେ

ଦୁବାଇ: ଆଉ କିଛି ସମୟ ପରେ ଆରମ୍ଭ ହେବ ୨୦୨୧ ଆଇପିଏଲର ଫାଇନାଲ ମୁକାବିଲା। ଗୋଟିଏ ପଟେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ଅନ୍ୟପଟେ ରହିଛି ଇଓନ ମୋର୍ଗାନଙ୍କ କୋଲକାତା ନାଇଡ ରାଇଡର୍ସ। କୋଲକତା ଦୀର୍ଘ ୬ ବର୍ଷ ପରେ ଫାଇନାଲକୁ ଯାଇଛି। ସେହିପରି ଚେନ୍ନାଇ ୯ମଥର ପାଇଁ ଆଇପିଏଲର ଫାଇନାଲ ଖେଳିବ। ବିଗତ ପ୍ରଦର୍ଶନକୁ ଦେଖିଲେ ଚେନ୍ନାଇ ଠାରୁ କୋଲକାତା ଢେର ପଛରେ ରହିଛି। କିନ୍ତୁ କ୍ରିକେଟ ଏମିତି ଏକ ଖେଳ, ଯାହାର ଆକଳନ […]

Dhoni

Dhoni

Hemant Lenka
  • Published: Friday, 15 October 2021
  • Updated: 15 October 2021, 02:32 PM IST

Sports

Latest News

ଦୁବାଇ: ଆଉ କିଛି ସମୟ ପରେ ଆରମ୍ଭ ହେବ ୨୦୨୧ ଆଇପିଏଲର ଫାଇନାଲ ମୁକାବିଲା। ଗୋଟିଏ ପଟେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ଅନ୍ୟପଟେ ରହିଛି ଇଓନ ମୋର୍ଗାନଙ୍କ କୋଲକାତା ନାଇଡ ରାଇଡର୍ସ। କୋଲକତା ଦୀର୍ଘ ୬ ବର୍ଷ ପରେ ଫାଇନାଲକୁ ଯାଇଛି। ସେହିପରି ଚେନ୍ନାଇ ୯ମଥର ପାଇଁ ଆଇପିଏଲର ଫାଇନାଲ ଖେଳିବ।

ବିଗତ ପ୍ରଦର୍ଶନକୁ ଦେଖିଲେ ଚେନ୍ନାଇ ଠାରୁ କୋଲକାତା ଢେର ପଛରେ ରହିଛି। କିନ୍ତୁ କ୍ରିକେଟ ଏମିତି ଏକ ଖେଳ, ଯାହାର ଆକଳନ କରିବା ବେଶ କଷ୍ଟକର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଆଇପିଏଲ ଇତିହାସରେ ଦୁଇ ବିଶ୍ୱକପ ବିଜେତା ଦଳର ଅଧିନାୟକ ପରସ୍ପରକୁ ଫାଇନାଲରେ ଭେଟିବାକୁ ଯାଉଛନ୍ତି।

୨୦୧୧ରେ ଧୋନିଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା। ସେହିପରି ୨୦୧୯ରେ ଇଂଲଣ୍ଡ ମୋର୍ଗାନଙ୍କ ଅଧିନାୟିକତ୍ୱରେ ବିଶ୍ୱ ବିଜେତା ହୋଇଛି। ଉଭୟ ଧୋନି ଓ ମୋର୍ଗାନ ନିଜ ନିଜର କୁଲ କ୍ୟାପ୍ଟେନଶିପ ପାଇଁ ବେଶ ପରିଚିତ। ହେଲେ ମୋର୍ଗାନଙ୍କ ତୁଳନାରେ ଧୋନିଙ୍କ ପଲ୍ଲା ଭାରି ରହିଛି।

ଧୋନି ଆଇପିଏଲ ଠାରୁ ଆରମ୍ଭ କରି ବିଭିନ୍ନ ଆଇସିସି ଟୁର୍ଣ୍ଣମେଣ୍ଟର ଫାଇନାଲ ଖେଳିବା ଓ ଟ୍ରଫି ଜିତିବାର ଅଭିଜ୍ଞତା ରଖିଛନ୍ତି। ମୋର୍ଗାନ ଏହି ମାମଲାରେ ଧୋନିଙ୍କ ଠାରୁ ଯଥେଷ୍ଟ ପଛରେ। ଧୋନି ଭାରତ ପାଇଁ ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ, ୨୦୧୩ରେ ଚାମ୍ପିୟନଶିପ ଟ୍ରଫି, ୨୦୧୦, ୨୦୧୧ ଓ ୨୦୧୮ରେ ଚେନ୍ନାଇ ପାଇଁ ଆଇପିଏଲରେ ଟ୍ରଫି ଜିତିଛନ୍ତି।

ତେବେ ମୋର୍ଗାନ କେବଳ ଇଂଲଣ୍ଡ ପାଇଁ ୨୦୧୯ରେ ବିଶ୍ୱକପ ଟ୍ରଫି ଜିତିବାକୁ ସକ୍ଷମ ହୋଇଛନ୍ତି। ୨୦୧୦ରେ ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିବା ବେଳେ ମୋର୍ଗାନ ଜଣେ ସାଧାରଣ ଖେଳାଳି ଭାବେ ଏଥିରେ ଭାଗ ନେଇଥିଲେ। ତେଣୁ ଶୁକ୍ରବାର ଲଢ଼େଇରେ ଫାଇନାଲ ଚାପ ଧୋନିଙ୍କ ଅପେକ୍ଷା ମୋର୍ଗାନଙ୍କ ଉପରେ ଅଧିକ ରହିବ।

ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ଧୋନି ଓ ମୋର୍ଗାନଙ୍କ ବ୍ୟାଟିଂ ପ୍ରାୟ ସମାନ ରହିଛି। ଉଭୟ ଭଲ ଭାବେ ନିଜର କ୍ୟାପ୍ଟେନଶିପ ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ବ୍ୟାଟିଂରେ କିନ୍ତୁ ଜଲୱା ଦେଖାଇ ପାରିନାହାନ୍ତି। କୋଲକାତା ପାଇଁ ଚଳିତ ଆଇପିଏଲରେ ମୋର୍ଗାନ ୧୬ ମ୍ୟାଚ୍‌ରେ ମାତ୍ର ୧୨୯ କରିବାକୁ ସକ୍ଷମ ହୋଇଛନ୍ତି। ସେ ଦଳର ସର୍ବାଧିକ ରନ ହାସଲକାରୀ ବ୍ୟାଟରଙ୍କ ତାଲିକାର ୯ନଂରେ ରହିଛନ୍ତି।

ଧୋନି ୧୫ଟି ମ୍ୟାଚ୍‌ରେ ୧୧୪ ରନ କରି ଚେନ୍ନାଇର ସର୍ବାଧିକ ରନ ହାସଲକାରୀ ବ୍ୟାଟରଙ୍କ ତାଲିକାର ୧୦ନଂରେ ରହିଛନ୍ତି। ଅବଶ୍ୟ ଦିଲ୍ଲୀ ବିପକ୍ଷ ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ଧୋନିଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିଥିଲା। ସେ ଛକା ଓ ଚୌକା ମାରି ଦଳକୁ ଜିତାଇଥିଲେ।

ତେଣୁ ଆଜି ଉଭୟ ମୋର୍ଗାନ ଓ ଧୋନିଙ୍କ କ୍ୟାପ୍ଟେନଶିପ ବ୍ୟତୀତ ସେମାନଙ୍କ ବ୍ୟାଟିଂ ଉପରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ନଜର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story