ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଂଲିଶ୍ କ୍ରିକେଟର ପିଟରସନ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକସିନ୍ ପ୍ରସ୍ତୁତି କରି ଭାରତ ଏବେ ସାରା ବିଶ୍ୱରେ ପ୍ରଶଂସିତ ହେଉଛି। ଏହି କ୍ରମରେ ଭାରତ ଦକ୍ଷିଣ ଆଫ୍ରିକାକୁ ମଧ୍ୟ କରୋନା ଭ୍ୟାକସିନ୍ ପଠାଇଛି। ଭାରତର ଏହି ପଦକ୍ଷେପକୁ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ କେଭିନ୍ ପିଟରସନ୍ ‘ଉଦାରତା ଓ ଦୟାଶୀଳ’ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ଭାରତରେ ପ୍ରସ୍ତୁତ କରୋନା ଭାଇରସ୍ ଭ୍ୟାକସିନ୍ ଆଫ୍ରିକୀୟ ଦେଶ ଆଲଜେରିଆ ଓ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ସାରିଛି। ଏହାବ୍ୟତୀତ […]

modi

modi

Ranjit Kumar Jena
  • Published: Thursday, 04 February 2021
  • Updated: 04 February 2021, 04:03 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକସିନ୍ ପ୍ରସ୍ତୁତି କରି ଭାରତ ଏବେ ସାରା ବିଶ୍ୱରେ ପ୍ରଶଂସିତ ହେଉଛି। ଏହି କ୍ରମରେ ଭାରତ ଦକ୍ଷିଣ ଆଫ୍ରିକାକୁ ମଧ୍ୟ କରୋନା ଭ୍ୟାକସିନ୍ ପଠାଇଛି। ଭାରତର ଏହି ପଦକ୍ଷେପକୁ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ କେଭିନ୍ ପିଟରସନ୍ 'ଉଦାରତା ଓ ଦୟାଶୀଳ' କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି।

ଭାରତରେ ପ୍ରସ୍ତୁତ କରୋନା ଭାଇରସ୍ ଭ୍ୟାକସିନ୍ ଆଫ୍ରିକୀୟ ଦେଶ ଆଲଜେରିଆ ଓ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ସାରିଛି। ଏହାବ୍ୟତୀତ ଭାରତ ଏପର୍ଯ୍ୟନ୍ତ ଭୂଟାନ, ମାଳଦ୍ୱୀପ, ବାଂଲାଦେଶ, ବ୍ରାଜିଲ ଓ ନେପାଳ ସମେତ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ କରୋନା ଟିକା ରପ୍ତାନୀ କରିସାରିଛି। ତେବେ ଦକ୍ଷିଣ ଆଫ୍ରିକାରେ କରୋନା ଟିକା ପହଞ୍ଚିବା ପରେ ପିଟରସନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି।

https://twitter.com/narendramodi/status/1356980689531400192?s=20

ପିଟରସନ୍ ଟ୍ୱିଟ୍ କରିଥିଲେ, ଭାରତର ଉଦାରତା ଓ ଦୟାଶୀଳ ମନୋଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଦେଶ ପ୍ରତି ମୋର ବହୁତ ଭଲପାଇବା ରହିଛି। ପିଟରସନଙ୍କ ଏହି ଟ୍ୱିଟକୁ ରିଟ୍ୱିଟ୍ କରି ମୋଦି ଟ୍ୱିଟ୍ କରି କହିଥିଲେ, ଭାରତ ପ୍ରତି ଆପଣଙ୍କ ଭଲପାଇବା ଦେଖି ବହୁତ ଖୁସି ଲାଗିଲା। ସାରା ବିଶ୍ୱ ଆମର ପରିବାର ଓ ଆମେ କରୋନା ଭାଇରସ୍ ବିରୋଧରେ ଲଢ଼େଇକୁ ନେଇ ଆମେ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ, ପିଟରସନଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ ହୋଇଥିଲା, ଯିଏ ପରେ ଇଂଲଣ୍ଡରେ ରହିଥିଲେ। ହୁଏତ ଏହି କାରଣରୁ ଇଂଲଣ୍ଡର ପୂର୍ବତନ କ୍ରିକେଟର ଜଣକ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିବା କରୋନା ଭ୍ୟାକସିନକୁ ନେଇ ଟୁଇଟ୍ କରିଥିଲେ। ପିଟରସନ୍ ଇଂଲଣ୍ଡ ପକ୍ଷରୁ ୧୦୪ ଟେଷ୍ଟ ମ୍ୟାଚ୍ ଖେଳି ୪୭.୨୮ ହାରରେ ୮୧୮୧ ରନ୍ କରିଛନ୍ତି। ସେହିପରି ୧୩୬ ଦିନିକିଆରେ ୪୦.୩୭ ହାରରେ ୪୪୪୦ ରନ୍ ଏବଂ ୩୭ ଟି-୨୦ ମ୍ୟାଚରେ ୩୭.୯୩ ହାରରେ ୧୧୭୬ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story