କାହିଁକି ପଡ଼ିଆରେ କେବେ ହେଲେ ରାଗନ୍ତି ନାହିଁ ଧୋନି?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ୟାପ୍ଟେନ କୁଲ ଭାବେ ଜଣାଶୁଣା। ମ୍ୟାଚ୍‌ର ସ୍ଥିତି ଯାହା ବି ଥିଲେ ମଧ୍ୟ ଧୋନି କେବେ ରାଗିବାର କେହି ଦେଖିନାହାନ୍ତି। ଜଣେ ଖେଳାଳି କ୍ୟାଚ୍‌ କିମ୍ବା ଫିଲ୍ଡିଂ ମିସ କଲେ ଧୋନି ତାଙ୍କୁ ବୁଝାନ୍ତି। କିନ୍ତୁ ସେ ପଡ଼ିଆରେ କାହା ଉପରେ ରାଗନ୍ତି ନାହିଁ। ଅନ୍ୟ କ୍ୟାପ୍ଟେନମାନେ ପଡ଼ିଆରେ ନିଜର କ୍ରୋଧ ପ୍ରକାଶ କରୁଥିବା ବେଳେ ଧୋନି କାହିଁକି ସେମାନଙ୍କ ଠାରୁ ଭିନ୍ନ? କ’ଣ ଖେଳାଳି […]

Dhoni

Dhoni

Hemant Lenka
  • Published: Friday, 23 September 2022
  • Updated: 23 September 2022, 06:46 PM IST

Sports

Latest News

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ୟାପ୍ଟେନ କୁଲ ଭାବେ ଜଣାଶୁଣା। ମ୍ୟାଚ୍‌ର ସ୍ଥିତି ଯାହା ବି ଥିଲେ ମଧ୍ୟ ଧୋନି କେବେ ରାଗିବାର କେହି ଦେଖିନାହାନ୍ତି। ଜଣେ ଖେଳାଳି କ୍ୟାଚ୍‌ କିମ୍ବା ଫିଲ୍ଡିଂ ମିସ କଲେ ଧୋନି ତାଙ୍କୁ ବୁଝାନ୍ତି। କିନ୍ତୁ ସେ ପଡ଼ିଆରେ କାହା ଉପରେ ରାଗନ୍ତି ନାହିଁ। ଅନ୍ୟ କ୍ୟାପ୍ଟେନମାନେ ପଡ଼ିଆରେ ନିଜର କ୍ରୋଧ ପ୍ରକାଶ କରୁଥିବା ବେଳେ ଧୋନି କାହିଁକି ସେମାନଙ୍କ ଠାରୁ ଭିନ୍ନ? କ’ଣ ଖେଳାଳି ତ୍ରୁଟି କଲେ ଧୋନିଙ୍କୁ ରାଗ ଆସେ ନାହିଁ? ଏସବୁ ପ୍ରଶ୍ନର ଉତ୍ତର ନିଜେ ମାହି ଦେଇଛନ୍ତି।

ଗୋଟିଏ କାର୍ଯ୍ୟକ୍ରମରେ ଧୋନି କହିଛନ୍ତି, “ଯେତେବେଳେ ଆମେ ପଡ଼ିଆରେ ଥାଉ ସେତେବେଳେ କେହି ବି କୌଣସି ତ୍ରୁଟି କରିବାକୁ ଚାହାନ୍ତି ନାହିଁ। କ୍ୟାଚ୍‌, ଫିଲ୍ଡିଂ କିମ୍ବା ଅନ୍ୟ କୌଣସି ତ୍ରୁଟି କେହି ଜାଣିଶୁଣି କରନ୍ତି ନାହିଁ। ମୁଁ ସବୁବେଳେ ସେମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରେ ଓ ଜଣେ ଖେଳାଳି କାହିଁକି କ୍ୟାଚ୍‌ କିମ୍ବା ଫିଲ୍ଡଂ ଛାଡ଼ିଲେ, ସେକଥା ଜାଣିବାକୁ ଚେଷ୍ଟା କରେ।

କେବଳ ରାଗି ଗଲେ କୌଣସି ସୁଫଳ ମିଳେ ନାହିଁ। ପଡ଼ିଆରେ ଥିବା ଖେଳାଳିଙ୍କୁ ଷ୍ଟାଡିୟମରେ ୪୦ ହଜାର ଲୋକ ଦେଖନ୍ତି। ସେହିପରି କୋଟି କୋଟି ଲୋକ ଟିଭିରେ ମଧ୍ୟ ମ୍ୟାଚ୍‌କୁ ଉପଭୋଗ କରନ୍ତି। କିନ୍ତୁ ମୁଁ ଫିଲ୍ଡିଂ ମିସ୍‌ କ’ଣ ପାଇଁ ହେଲା, ସେକଥା ଜାଣିବାକୁ ଚେଷ୍ଟା କରେ।

ଯଦି ଜଣେ ଖେଳାଳି ପଡ଼ିଆରେ ୧୦୦% ସତର୍କ ଅଛନ୍ତି ତଥାପି ତାଙ୍କର ଫିଲ୍ଡିଂ ମିସ୍‌ ହୋଇଗଲା, ତା’ହେଲେ ମୋର କୌଣସି ସମସ୍ୟା ନଥାଏ। ଏହା ସତ ଯେ ସେ ଅଭ୍ୟାସ ବେଳେ କେତେ କ୍ୟାଚ୍‌ ଧରିଥିଲେ, ସେକଥା ମୁଁ ଦେଖେ। ଯଦି ତାଙ୍କର କୌଣସି ସମସ୍ୟା ରହୁଛି, ସେ ତ୍ରୁଟି ସୁଧାରିବାକୁ କ’ଣ ସବୁ କରୁଛନ୍ତି, ସେବିଷୟରେ ମଧ୍ୟ ମୁଁ ଅନୁଧ୍ୟାନ କରେ। କ୍ୟାଚ୍‌ ପାଇଁ ଆମେ ମ୍ୟାଚ୍‌ ହାରିଯିବୁ ସତ। କିନ୍ତୁ ଉଦ୍ୟମ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ମୁଁ ମଧ୍ୟ ଜଣେ ମଣିଷ। ଆପଣମାନେ ଯାହା ଭାବନ୍ତି, ମୁଁ ମଧ୍ୟ ମନ ଭିତରେ ସମାନ କଥା ଚିନ୍ତା କରେ। ଆମେ ଯେତେବେଳେ ନିଜ ଭିତରେ ଖେଳୁ ଓ କୌଣସି ତ୍ରୁଟି ହୁଏ, ତା’ହେଲେ ଆମକୁ ଖରାପ ଲାଗେ। ଆମେ ଦେଶକୁ ପ୍ରତିନିଧିତ୍ୱ କରୁଛୁ। ତେଣୁ ତ୍ରୁଟି ହେଲେ ଆମେ ମର୍ମାହତ ହୋଇଥାଉ। ଏହା ଅଧିକ କଷ୍ଟ ଦେଇଥାଏ।କିନ୍ତୁ ଆମେ ସମସ୍ତେ ସବୁବେଳେ ଆମ ଭାବନାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ।

ବାହାରେ ବସି ଆମେ ଏମିତି କରିବାର ଥିଲା ଓ ସେମିତି କରିବାର ଥିଲା କହିବା ବେଶ ସହଜ। ହେଲେ ପଡ଼ିଆରେ ଏହା ସେତେ ସହଜ ନୁହେଁ। ଆମେ ଯେମିତି ଆମ ଦେଶକୁ ପ୍ରତିନିଧିତ୍ୱ କରୁଛୁ ପ୍ରତିପକ୍ଷ ଟିମ୍‌ ମଧ୍ୟ ତାଙ୍କ ଦେଶର ନେତୃତ୍ୱ ନେଉଛନ୍ତି। ସେମାନେ ମଧ୍ୟ ଜିତିବାକୁ ଚେଷ୍ଟା କରନ୍ତି। ତେଣୁ ମ୍ୟାଚ୍‌ରେ ହାର ଜିତ ଲାଗି ରହିଥାଏ।”

ମହେନ୍ଦ୍ର ସିଂହ ଧୋନି କାର୍ଯ୍ୟକ୍ରମ ଜରିଆରେ ସବୁ ଖେଳରେ ଖେଳାଳିଙ୍କୁ ସମର୍ଥନ କରିବାକୁ କହିଛନ୍ତି। କାରଣ ସେମାନେ କଠିନ ପରିଶ୍ରମ କରି ଦେଶ ପାଇଁ ଖେଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story