ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଗୁରୁବାର ଟିମ୍ ଇଣ୍ଡିଆ ଚୟନ

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ଘରୋଇ ସିରିଜ୍ ପାଇଁ ଗୁରୁବାର ଭାରତୀୟ ଦଳର ଚୟନ ହେବ। ଏହି ବୈଠକରେ ଟିମ୍ ଇଣ୍ଡିଆର ଓପନିଂ ଯୋଡ଼ି ରୋହିତ୍ ଶର୍ମା ଓ ଶିଖର ଧୱନ୍ ଫୋକସରେ ରହିବେ। ରୋହିତଙ୍କ ଉପରେ ଅତିରିକ୍ତ କାର୍ଯ୍ୟଭାର ଏବଂ ଧୱନଙ୍କ ଖରାପ ଫର୍ମ ମୁଖ୍ୟ ଚର୍ଚ୍ଚାର ବିଷୟ ହେବ। ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଚୟନକମିଟିୀ ଏହା ଶେଷ ବୈଠକ ହେବ, କାରଣ ତାଙ୍କର ଏବଂ କେନ୍ଦ୍ରାଞ୍ଚଳ ଚୟନକର୍ତ୍ତା ଗଗନ ଖୋଡାଙ୍କ କାର୍ଯ୍ୟକାଳ ଶେଷ […]

rohit-and-shikhar

rohit-and-shikhar

Ranjit Kumar Jena
  • Published: Wednesday, 20 November 2019
  • Updated: 20 November 2019, 06:55 PM IST

Sports

Latest News

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ଘରୋଇ ସିରିଜ୍ ପାଇଁ ଗୁରୁବାର ଭାରତୀୟ ଦଳର ଚୟନ ହେବ। ଏହି ବୈଠକରେ ଟିମ୍ ଇଣ୍ଡିଆର ଓପନିଂ ଯୋଡ଼ି ରୋହିତ୍ ଶର୍ମା ଓ ଶିଖର ଧୱନ୍ ଫୋକସରେ ରହିବେ। ରୋହିତଙ୍କ ଉପରେ ଅତିରିକ୍ତ କାର୍ଯ୍ୟଭାର ଏବଂ ଧୱନଙ୍କ ଖରାପ ଫର୍ମ ମୁଖ୍ୟ ଚର୍ଚ୍ଚାର ବିଷୟ ହେବ। ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଚୟନକମିଟିୀ ଏହା ଶେଷ ବୈଠକ ହେବ, କାରଣ ତାଙ୍କର ଏବଂ କେନ୍ଦ୍ରାଞ୍ଚଳ ଚୟନକର୍ତ୍ତା ଗଗନ ଖୋଡାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ।

ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ରୋହିତଙ୍କୁ ବିଶ୍ରାମ ଦେଇପାରନ୍ତି। ନ୍ୟୁଜିଲ୍ୟାଣ୍ଡରେ ଭାରତ ୫ଟି ଟି-୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବେ। ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନୋଟି ଟି-୨୦ ଯଥା ମୁମ୍ବାଇ (ଡିସେମ୍ବର ୬), ଥିରୁଅନନ୍ତପୁରମ୍ (ଡିସେମ୍ବର ୮), ହାଇଦ୍ରାବାଦ (ଡିସେମ୍ବର ୧୧)ରେ ଖେଳିବ। ଏହା ପରେ ତିନୋଟି ଦିନିକିଆ ମ୍ୟାଚ୍ ଯଥା ଚେନ୍ନାଇ (ଡିସେମ୍ବର ୧୫), ବିଶାଖାପାଟଣା (ଡିସେମ୍ବର ୧୮) ଓ କଟକ (ଡିସେମ୍ବର ୨୨)ରେ ଖେଳାଯିବ।

ରୋହିତ୍ ଚଳିତ ବର୍ଷ ଆଇପିଏଲ୍ ସମେତ ୬୦ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିସାରିଛନ୍ତି। ସେ ଚଳିତ ବର୍ଷ ୨୫ ଦିନିକିଆ, ୧୧ ଟି-୨୦ ଖେଳିଛନ୍ତି, ଯାହା କ୍ୟାପଟେନ୍ ବିରାଟ୍ କୋହଲିଙ୍କଠାରୁ ତିନୋଟି ଦିନିକିଆ ଓ ୪ଟି ଟି-୨୦ ଅଧିକ। ବିରାଟଙ୍କୁ ଦୁଇଥର ବିଶ୍ରାମ ଦିଆଯାଇଛି। ଓପନିଂ ବ୍ୟାଟ୍ସମ୍ୟାନ୍ ଧୱନଙ୍କ ଫର୍ମ ମଧ୍ୟ ଚର୍ଚ୍ଚାର ବିଷୟ ହେବ, ଯିଏ ବିଶ୍ୱକପରୁ ଆହତ କାରଣରୁ ବାଦ୍ ପରେ ଫର୍ମରେ ନାହାନ୍ତି।

ଟେଷ୍ଟ କ୍ରିକେଟରେ ମୟଙ୍କ ଅଗ୍ରୱାଲ୍ ଦମଦାର ଫର୍ମ ଏବଂ ଲିଷ୍ଟ-ଏ କ୍ରିକେଟରେ ୫୦ରୁ ଅଧିକ ହାରରେ ରନ୍ କାରଣରୁ ତାଙ୍କୁ ତୃତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସାମିଲ୍ କରାଯାଇପାରେ। ଧୱନ୍ ବାଂଲାଦେଶ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚରେ ଯଥାକ୍ରମେ ୪୧, ୩୧ ଓ ୧୯ ରନ୍ କରିଥିଲେ। ଲୟ ହାସଲ କରିବା ପାଇଁ ସେ ଘରୋଇ କ୍ରିକେଟ୍ ମଧ୍ୟ ଖେଳିଛନ୍ତି, କିନ୍ତୁ ବଡ଼ ସ୍କୋର କରିପାରିନାହାନ୍ତି। ଅନ୍ୟପକ୍ଷରେ ଅଗ୍ରୱାଲ୍ ବାଂଲାଦେଶ ବିପକ୍ଷ ଇନ୍ଦୋର ଟେଷ୍ଟରେ ଦ୍ୱିଶତକ ମାରିଥିଲେ। ଋଷଭ ପନ୍ତଙ୍କ ଲଗାତାର ଖରାପ ଫର୍ମକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ମହେନ୍ଦ୍ର ସିଂହ ଧୋନି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏଭଳି ସ୍ଥିତିରେ ଯଦି ପନ୍ତ ଆଗାମୀ ସିରିଜ୍ ପାଇଁ ଟିମରେ ସ୍ଥାନ ନପାଆନ୍ତି, ତାହେଲେ ତାଙ୍କୁ ୩୮ ବର୍ଷୀୟ ଧୋନିଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ମିଳିପାରେ।

ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି ଓ ଭୁବନେଶ୍ୱର କୁମାର ବର୍ତ୍ତମାନ ଆହତ ସମସ୍ୟାରେ ଅଛନ୍ତି। ଏମାନଙ୍କ ଅନୁପସ୍ଥିତିରେ ଶିବମ ଦୁବେ ଓ ଶାର୍ଦ୍ଦୁଲ ଠାକୁର ଟିମରେ ରହିପାରନ୍ତି। ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ କୃନାଲ୍ ପାଣ୍ଡ୍ୟା ମଧ୍ୟ ଆଶାମୁତାବକ ପ୍ରଦର୍ଶନ କରିପାରିନାହାନ୍ତି। ଏଭଳି ସ୍ଥିତିରେ ୟୁଜବେନ୍ଦ୍ର ଚହଲ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଖେଳିବା ଦ୍ୱାରା ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦିଆଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos