ଫ୍ରେଞ୍ଚ୍ ଓପନ୍: ମୁରେଙ୍କୁ ହରାଇ ଜୋକୋଭିକ୍ ଫାଇନାଲରେ

ପ୍ୟାରିସ: ଫ୍ରେଞ୍ଚ୍ ଓପନର ଏକକ ପୁରୁଷ ବର୍ଗ ଫାଇନାଲରେ ପହଞ୍ଚି ଯାଇଛନ୍ତି ନୋଭାକ ଜୋକୋଭିକ୍। ସେ ଆଣ୍ଡି ମୁରେଙ୍କ ହରାଇ ଦ୍ୱିତୀୟ ଖେଳାଳି ଭାବେ ଚଳିତ ଫ୍ରେଞ୍ଚ ଓପନରେ ପହଞ୍ଚିଛନ୍ତି। ପ୍ରଥମ ଖେଳାଳି ଭାବେ ଗତକାଲି ଷ୍ଟାନିସ୍ଲାସ ୱାରିଙ୍କା ଫାଇନାଲରେ ପହଞ୍ଚିଥିଲେ। ଆଉ ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ବିଶ୍ୱର ୧ ନମ୍ବର ଜୋକୋଭିକ୍ ଓ ଅଷ୍ଟମ୍ ସିଡ୍ ୱାରିଙ୍କା। ଗତକାଲି ବର୍ଷା ହେବା ଯୋଗୁ ଜୋକୋଭିକ୍ ଓ ମୁରେଙ୍କ ମଧ୍ୟସ୍ଥ ସେମି […]

novkdjokovic

novkdjokovic

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 01:51 PM IST

Sports

Latest News

ପ୍ୟାରିସ: ଫ୍ରେଞ୍ଚ୍ ଓପନର ଏକକ ପୁରୁଷ ବର୍ଗ ଫାଇନାଲରେ ପହଞ୍ଚି ଯାଇଛନ୍ତି ନୋଭାକ ଜୋକୋଭିକ୍। ସେ ଆଣ୍ଡି ମୁରେଙ୍କ ହରାଇ ଦ୍ୱିତୀୟ ଖେଳାଳି ଭାବେ ଚଳିତ ଫ୍ରେଞ୍ଚ ଓପନରେ ପହଞ୍ଚିଛନ୍ତି। ପ୍ରଥମ ଖେଳାଳି ଭାବେ ଗତକାଲି ଷ୍ଟାନିସ୍ଲାସ ୱାରିଙ୍କା ଫାଇନାଲରେ ପହଞ୍ଚିଥିଲେ। ଆଉ ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ବିଶ୍ୱର ୧ ନମ୍ବର ଜୋକୋଭିକ୍ ଓ ଅଷ୍ଟମ୍ ସିଡ୍ ୱାରିଙ୍କା।

ଗତକାଲି ବର୍ଷା ହେବା ଯୋଗୁ ଜୋକୋଭିକ୍ ଓ ମୁରେଙ୍କ ମଧ୍ୟସ୍ଥ ସେମି ଫାଇନାଲ ମ୍ୟାଚକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଆଜି ପୁଣି ଥରେ ଏହି ମ୍ୟାଚ୍ ହୋଇଥିଲା। ଏଥରେ ୬-୩,୬-୩,୫-୭,୫-୭ ଓ ୬-୧ରେ ମୁରେଙ୍କୁ ହରାଇ ଦେଇଥିଲେ ଜୋକୋଭିକ୍। ଆସନ୍ତାକାଲି (ରବିବାର) ଯଦି ଜୋକୋଭିକ୍ ଫାଇନାଲରେ ବିଜୟୀ ହୁଅନ୍ତି ତା’ହେଲେ ସେ ବନିଯିବେ ୪ ପ୍ରମୁଖ ଗ୍ରାଣ୍ଡ ସ୍ଲାମ୍ ଜିତିବାରେ ଅଷ୍ଟମ ପୁରୁଷ ଖେଳାଳି।

ଷ୍ଟାନିସ୍ଲାସ ୱାରିଙ୍କା ପ୍ରଥମ ଥର ପାଇଁ ଫ୍ରେଞ୍ଚ ଓପନର ଫାଇନାଲରେ ପହଞ୍ଚିଛନ୍ତି। ଜୋ-ୱିଲଫ୍ରାଇଡ୍ ସୋଙ୍ଗାଙ୍କୁ ୬-୭,୭-୬ ଓ ୬-୪ ସେଟରେ ହରାଇ ସେ ଫାଇନାଲରେ ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos