ଆରମ୍ଭରୁ ଟିମ୍ କଙ୍ଗାରୁକୁ ଝଟକା, ନିରାଶ କଲେ ଫିଞ୍ଚ୍

ସିଡ଼ନୀ: ଆଘାତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା କଙ୍ଗାରୁ ଅଧିନାୟକ ଆରୋନ୍ ଫିଞ୍ଚ ତୃତୀୟ ତଥା ସିରିଜର ଅନ୍ତିମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ନିରାଶ କରିଛନ୍ତି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଇନିଂସ ଦ୍ୱିତୀୟ ଓଭରରେ ହିଁ ଅଧିନାୟକଙ୍କୁ ପ୍ରଥମ ଓ୍ୱିକେଟ ରୂପରେ ହରାଇଛି। ନିଜର ପ୍ରଥମ ଓଭରର ଚତୁର୍ଥ ବଲରେ ଟିମ୍ ଇଣ୍ଡିଆ ସ୍ପିନର ଓ୍ୱାଶିଂଟନ ସୁନ୍ଦର ଫିଞ୍ଚକୁ ମିଡ୍ ଅଫରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ପାଭିଲିଅନ୍ ଫେରାଇ ଦେଇଛନ୍ତି। ଫିଞ୍ଚ ଖାତା […]

aarom-finch

aarom-finch

Subhransu Sekhar
  • Published: Tuesday, 08 December 2020
  • Updated: 08 December 2020, 02:03 PM IST

Sports

Latest News

ସିଡ଼ନୀ: ଆଘାତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା କଙ୍ଗାରୁ ଅଧିନାୟକ ଆରୋନ୍ ଫିଞ୍ଚ ତୃତୀୟ ତଥା ସିରିଜର ଅନ୍ତିମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ନିରାଶ କରିଛନ୍ତି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଇନିଂସ ଦ୍ୱିତୀୟ ଓଭରରେ ହିଁ ଅଧିନାୟକଙ୍କୁ ପ୍ରଥମ ଓ୍ୱିକେଟ ରୂପରେ ହରାଇଛି।

ନିଜର ପ୍ରଥମ ଓଭରର ଚତୁର୍ଥ ବଲରେ ଟିମ୍ ଇଣ୍ଡିଆ ସ୍ପିନର ଓ୍ୱାଶିଂଟନ ସୁନ୍ଦର ଫିଞ୍ଚକୁ ମିଡ୍ ଅଫରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ପାଭିଲିଅନ୍ ଫେରାଇ ଦେଇଛନ୍ତି। ଫିଞ୍ଚ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବା ବେଳେ ଅନ୍ୟତମ ଓପନର ମାଥ୍ୟୁ ଓ୍ୱେଡ୍ ୧୫ ରନରେ ଅପରାଜିତ ଅଛନ୍ତି। ଶେଷ ଖବର ସୁଦ୍ଧା ୨.୨ ଓଭରରେ ଘରୋଇ ଦଳ ଓ୍ୱିକେଟ ହରାଇ ୧୬ ରନ୍ କରିଛି।

ମ୍ୟାଚ ପୂର୍ବରୁ ୨-୦ରେ ଆଗୁଆ ରହି ଭ୍ରମଣକାରୀ ବିରାଟ ବାହିନୀ ସିରିଜକୁ କବଜା କରି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos