ଫ୍ରେଞ୍ଚ ଓପନ୍: ଦ୍ୱିତୀୟ ରାଉଣ୍ଡରେ ଲିଆଣ୍ଡର, ରୋହନ ଓ ସାନିଆ

ପ୍ୟାରିସ: ନିଜ ନିଜ ଯୋଡ଼ି ମାନଙ୍କ ସହିତ ବୁଧବାର ଫ୍ରେଞ୍ଚ୍ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଲିଆଣ୍ଡର ପେସ୍, ରୋହନ ବୋପାନ୍ନା ଓ ସାନିଆ ମିର୍ଜା।

ପୁରୁଷ ଡବଲ୍ସ ବର୍ଗରେ କାନାଡାର ଡାନିଏଲ ନେଷ୍ଟରଙ୍କୁ ସାଥୀ କରି ଖେଳୁଥିବା ଲିଆଣ୍ଡର ଅଷ୍ଟ୍ରେଲିଆର ଜେମ୍ସ ଡକୱର୍ଥ ଓ କ୍ରୀସ୍ ଗୁସିଓନଙ୍କୁ ୬-୨, ୫-୭ ଓ ୭-୫ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସେହିପରି ରୋମାନର ଫ୍ଲୋରିନ୍ ମରଜିଆଙ୍କୁ ସାଥୀ କରି ଖେଳୁଥିବା ରୋହନ ବୋପାନ୍ନା ସର୍ବିଆର ଫିଲିପ୍ ରାଜିନୋଭିକ୍ ଓ ଭିକଟୋର ଟ୍ରୋଇକିଙ୍କୁ ୫-୭, ୬-୩ ଓ ୬-୪ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ମହିଲା ଡବଲ୍ସରେ ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ଯୋଡ଼ି ଅତି ସହଜରେ ପ୍ରଥମ ରାଉଣ୍ଡ ପାର କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ଜର୍ମାନୀର ଜୁଲିଆ ଗୋରଗେସ୍ ଓ ଚେକ୍ ରିପବ୍ଲିକର ବାରବୋରା ରେଜିସିକୋଭା ଯୋଡ଼ିକୁ ୬-୩ ଓ ୬-୦ରେ ପରାସ୍ତ କରି ଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ଡବଲ୍ସର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଯାଇଥିଲେ ଅନ୍ୟତମ ଭାରତୀୟ ଟେନିସ୍ ତାରକା ମହେଶ ଭୂପତି। ଅଷ୍ଟ୍ରେଲିଆର ନିକ କିରଗିଓଙ୍କୁ ସାଥୀ କରି ଖେଳୁଥିବେ ଭୂପତି ଲୁକାସ ପୌଲେ ଓ ଥାନାସି କୋକିନାକିସଙ୍କ ଠାରୁ ସିଧା ସଳଖ ସେଟରେ ପରାସ୍ତ ହୋଇଥିଲେ।