ଗୋଲ୍ଡକୋଷ୍ଠ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନର ଆରମ୍ଭ ଭାରତ ପାଇଁ ଭଲ ହୋଇନାହିଁ। ପଦକ ଆଶା ଥିବା ଷ୍ଟାର ସୁଟର ଗଗନ ନାରଙ୍ଗ ଏବଂ ଚଇନ ସିଂହ ଦେଶକୁ ନିରାଶ କରିଛନ୍ତି।
୫୦ ମିଟର ରାଇଫଲ ପ୍ରୋନ୍ର ଫାଇନାଲରେ ନାରଙ୍ଗ ୧୪୨.୩ ପଏଣ୍ଟ ସ୍କୋର କରି ପଦକ ଦୌଡରୁ ବାଦ ପଡ଼ିଛନ୍ତି। ତାଙ୍କୁ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଚଇନ ୨୦୪.୮ ପଏଣ୍ଟ ସ୍କୋର କରି ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ବର୍ଗରେ ୱେଲ୍ସର ଡେଭିଡ ଫେପ୍ଲସ୍କୁ ସ୍ୱର୍ଣ୍ଣ, ସ୍କଟଲ୍ୟାଣ୍ଡର ନୀଲ ଷ୍ଟିରଟୋନଙ୍କୁ ରୌପ୍ୟ ଏବଂ ଇଂଲଣ୍ଡର କେନଥେ ପାରଙ୍କୁ କାଂସ୍ୟ ପଦକ ମିଳିଛି। ଫେପ୍ଲସ୍ ୨୪୮.୮ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ଜିତିବା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।