ଆରମ୍ଭରୁ ଆଣ୍ଠେଇଲା ଟିମ୍ ଇଣ୍ଡିଆ, ୬୬ ରନରେ ଜିତିଲା କଙ୍ଗାରୁ

ସିଡନୀ: ଦୀର୍ଘ ୯ ମାସ କ୍ରିକେଟ୍ ମଇଦାନକୁ କମବ୍ୟାକ୍ କରିଥିବା ଟିମ୍ ଇଣ୍ଡିଆ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଖରାପ ବୋଲିଂ ପରେ ନୈରାଶ୍ୟଜନକ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ନିକଟରୁ ୬୬ ରନରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ସହଜ ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ୨ୟ ମ୍ୟାଚ୍ ରବିବାର ଖେଳାଯିବ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ […]

indvsaus

indvsaus

Ranjit Kumar Jena
  • Published: Friday, 27 November 2020
  • Updated: 27 November 2020, 06:05 PM IST

Sports

Latest News

ସିଡନୀ: ଦୀର୍ଘ ୯ ମାସ କ୍ରିକେଟ୍ ମଇଦାନକୁ କମବ୍ୟାକ୍ କରିଥିବା ଟିମ୍ ଇଣ୍ଡିଆ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଖରାପ ବୋଲିଂ ପରେ ନୈରାଶ୍ୟଜନକ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ନିକଟରୁ ୬୬ ରନରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ସହଜ ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ୨ୟ ମ୍ୟାଚ୍ ରବିବାର ଖେଳାଯିବ।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଛିଥିଲେ। ଯାହା ଫଳରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଓ ଷ୍ଟିଭ୍ ସ୍ମିଥଙ୍କ ଦମଦାର ଶତକ ବଳରେ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୭୪ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୮ ରନ୍ କରିବାକୁ ସକ୍ଷମ ହୋଇଛି।

shikhar dhawan and hardik pandya

ଶିଖର ଧୱନଙ୍କୁ ଛାଡ଼ି ଦେଲେ ଭାରତର ଟପ୍ ଅର୍ଡର ବିଫଳ ହୋଇଥିବା ବେଳେ ମିଡଲ୍ ଅର୍ଡରରେ ହାର୍ଦ୍ଦିକ ପାଣ୍ଡ୍ୟା ଦମ୍ ଦେଖାଇଥିଲେ। ରୋହିତ୍ ଶର୍ମାଙ୍କ ସ୍ଥାନରେ ସୁଯୋଗ ପାଇଥିବା ମୟଙ୍କ ଅଗ୍ରୱାଲ୍ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କ୍ୟାପଟେନ୍ ବିରାଟ୍ କୋହଲି ୨୧ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ୍ ଆୟର୍ (୨) ଓ ଲୋକେଶ ରାହୁଲ୍ (୧୨) ନିରାଶ କରିଥିଲେ। ୧୦୧ ରନରେ ୪ ୱିକେଟ୍ ହରାଇ ଭାରତ ସଙ୍କଟରେ ପଡ଼ିଥିବା ବେଳେ ଧୱନ୍ ଓ ହାର୍ଦ୍ଦିକ ଲଢ଼ିଥିଲେ।

ଧୱନ୍ ଓ ହାର୍ଦ୍ଦିକ ୧୨୮ ରନର ଶତକୀୟ ପାର୍ଟନରଶିପ୍ କରି ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଧୱନଙ୍କ ଆଉଟ୍ ପରେ ସବୁ ଆଶା ଧୂଳିସାତ୍ ହୋଇଯାଇଥିଲା। ଧୱନ୍ ୮୬ ବଲରେ ୧୦ ଚୌକା ସହ ୭୪ ରନ୍ କରି ଆଉଟ୍ ହୋଇଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ଦିନିକିଆ କ୍ରିକେଟକୁ କମବ୍ୟାକ୍ କରିଥିବା ହାର୍ଦ୍ଦିକ ଜବରଦସ୍ତ ବ୍ୟାଟିଂ କରିଥିଲେ ହେଁ ମାତ୍ର ୧୦ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ହାର୍ଦ୍ଦିକ ଦ୍ରୁତ ୯୦ (୭୬ ବଲ୍, ୭ ଚୌକା, ୪ ଛକା) ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଶେଷକ୍ରମରେ ରବୀନ୍ଦ୍ର ଜାଡେଜା (୧୫), ନଭଦୀପ ସାଇନି (୨୯*) ଓ ମହମ୍ମଦ ଶାମି (୧୩)ଙ୍କ ସହଯୋଗରେ ଭାରତର ସ୍କୋର ୩୦୦ ଅତିକ୍ରମ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୪ଟି ଓ ଜୋଶ୍ ହେଜଲଉଡ୍ ୩ଟି ସଫଳତା ପାଇଥିଲେ।

[caption id="" align="alignnone" width="1024"]ୱିକେଟ୍‌ ନେବା ପରେ ଆଡାମ ଜାମ୍ପାଙ୍କୁ ବଧେଇ ଜଣାଉଛନ୍ତି ସାଥୀ ଖେଳାଳି ପାଣ୍ଡ୍ୟାଙ୍କ ୱିକେଟ୍‌ ନେବା ପରେ ଆଡାମ ଜାମ୍ପାଙ୍କୁ ବଧେଇ ଜଣାଉଛନ୍ତି ସାଥୀ ଖେଳାଳି[/caption]

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଦମଦାର ଆରମ୍ଭ ଦେଇଥିଲେ ୱାର୍ଣ୍ଣର ଓ ଫିଞ୍ଚଙ୍କ ଓପନିଂ ଯୋଡ଼ି। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳି ପ୍ରଥମ ୱିକେଟ୍‌ ପାଇଁ ୧୫୬ ରନର ମଜଭୁତ୍ ପାର୍ଟନରଶିପ୍ ଗଢ଼ିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ବିରାଟ୍‌ କୋହଲି ସବୁ ବୋଲରଙ୍କୁ ଲଗାଇଥିଲେ ହେଁ, କେହିବି ସଫଳତା ଦେଇପାରିନଥିଲେ। ଶେଷରେ ଇନଫର୍ମ ବୋଲର ମହମ୍ମଦ ଶାମି ସେଟ୍‌ ବ୍ୟାଟ୍ସମ୍ୟାନ୍ ୱାର୍ଣ୍ଣର (୬୯)ଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲା। ୱାର୍ଣ୍ଣରଙ୍କ ସ୍ଥାନରେ ଆସିଥିବା ଷ୍ଟିଭ ସ୍ମିଥ୍ ଟପ୍ ଗିୟରରେ ବ୍ୟାଟିଂ କରିଥିଲେ। ସେ ଫିଞ୍ଚଙ୍କ ସହ ମିଶି ଟିମର ସ୍କୋରକୁ ୨୫୦ ଅତିକ୍ରମ କରାଇଥିଲେ।

[caption id="" align="aligncenter" width="3000"]ଷ୍ଟିଭ୍ ସ୍ମିଥ୍ ଶତକ ମୁଦ୍ରାରେ ଷ୍ଟିଭ୍ ସ୍ମିଥ୍[/caption]

ଫିଞ୍ଚ୍ ନିଜର ୧୭ଶ ଶତକ ପୂରଣ କରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ସେ ୧୨୪ ବଲରେ ୯ ଚୌକା ଓ ୨ ଛକା ସହ ୧୧୪ ରନର ଇନିଂସ୍ ଖେଳି ଯଶପ୍ରୀତ ବୁମ୍ରାଙ୍କ ଶିକାର ହୋଇଥିଲା। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ମାର୍କସ୍ ଷ୍ଟୋଇନିସ୍ ଖାତା ଖୋଲିପାରିନଥିଲେ। ତେବେ ଗ୍ଲେନ୍ ମ୍ୟାକ୍ସୱେଲ୍ ଧୂଆଁଧାର ବ୍ୟାଟିଂ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ତାଙ୍କ ସାଙ୍ଗକୁ ସ୍ମିଥ୍ ମଧ୍ୟ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି କ୍ୟାରିୟରର ଦଶମ ଦିନିକିଆ ଶତକ ହାସଲ କରିଥିଲେ।

[caption id="" align="aligncenter" width="1400"]ଆରୋନ୍ ଫିଞ୍ଚ୍ ଶତକ ହାସଲ ପରେ ଆରୋନ୍ ଫିଞ୍ଚ୍[/caption]

ସ୍ମିଥ୍ ୬୬ ବଲରେ ୧୦୫ (୧୧ ଚୌକା, ୪ ଛକା) ଏବଂ ମ୍ୟାକ୍ସୱେଲ୍ ମାତ୍ର ୧୯ ବଲରେ ୫ ଚୌକା ଓ ୩ ଛକା ସହ ୪୫ ରନ୍ କରି ଆଉଟ୍ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ। ଭାରତର ସଫଳ ବୋଲର ଭାବେ ଶାମି ୩ଟି ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ, ସାଇନି ଓ ବୁମ୍ରା ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story