ଅଲିମ୍ପିକ୍ ହକି କ୍ୱାଲିଫାୟର୍ ଡ୍ର': କଳିଙ୍ଗ ଷ୍ଟାଡିୟମରେ ଭାରତର ଚାରୋଟି ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମକୁ ସୋମବାର ଟୋକିଓ ଅଲିମ୍ପିକ୍ କ୍ୱାଲିଫାୟରର ଅନ୍ତିମ ପର୍ଯ୍ୟାୟ ପାଇଁ ସହଜ ଡ୍ର’ ମିଳିଛି। ଭାରତ କ୍ୱାଲିଫାୟରରେ ଦୁର୍ବଳ ରୁଷ୍ ଟିମକୁ ଭେଟିବ । ସେହିପରି ମହିଳା ଟିମ୍ କ୍ୱାଲିଫାୟରରେ ଆମେରିକାକୁ ଭେଟିବ। ଟୋକିଓ କ୍ରୀଡ଼ାରେ ସ୍ଥାନ ହାସଲ କରିବା ପାଇଁ ଦୁଇ ଟିମ୍ ପରସ୍ପର ବିରୋଧରେ ଲଗାତାର ଦୁଇଟି ମ୍ୟାଚ୍ ଖେଳିବ। ଭାରତୀୟ ପୁରୁଷ ଟିମ୍ ନଭେମ୍ବର ୧ ଓ ୨ ତାରିଖରେ ରୁଷ୍ ବିପକ୍ଷରେ ଏବଂ ମହିଳା ଟିମ୍ […]

hockey

hockey

Ranjit Kumar Jena
  • Published: Monday, 09 September 2019
  • Updated: 09 September 2019, 08:00 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମକୁ ସୋମବାର ଟୋକିଓ ଅଲିମ୍ପିକ୍ କ୍ୱାଲିଫାୟରର ଅନ୍ତିମ ପର୍ଯ୍ୟାୟ ପାଇଁ ସହଜ ଡ୍ର' ମିଳିଛି। ଭାରତ କ୍ୱାଲିଫାୟରରେ ଦୁର୍ବଳ ରୁଷ୍ ଟିମକୁ ଭେଟିବ । ସେହିପରି ମହିଳା ଟିମ୍ କ୍ୱାଲିଫାୟରରେ ଆମେରିକାକୁ ଭେଟିବ। ଟୋକିଓ କ୍ରୀଡ଼ାରେ ସ୍ଥାନ ହାସଲ କରିବା ପାଇଁ ଦୁଇ ଟିମ୍ ପରସ୍ପର ବିରୋଧରେ ଲଗାତାର ଦୁଇଟି ମ୍ୟାଚ୍ ଖେଳିବ। ଭାରତୀୟ ପୁରୁଷ ଟିମ୍ ନଭେମ୍ବର ୧ ଓ ୨ ତାରିଖରେ ରୁଷ୍ ବିପକ୍ଷରେ ଏବଂ ମହିଳା ଟିମ୍ ନଭେମ୍ବର ୨ ଓ ୩ ତାରିଖରେ ଆମେରିକା ବିପକ୍ଷରେ ମ୍ୟାଚ୍ ଖେଳିବ। ତେବେ ଏହି ଦୁଇଟି ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବୋଲି ଏଫଆଇଏଚ୍ ପକ୍ଷରୁ ସୂଚନା ଦିଆଯାଇଛି।

୮ଥର ଅଲିମ୍ପିକ୍ ଚାମ୍ପିୟନ୍ ଭାରତ ଏଫଆଇଏଚ୍ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ରୁଷ୍ ୨୨ତମ ସ୍ଥାନରେ ରହିଛି। ଚଳିତ ବର୍ଷ ଭୁବନେଶ୍ୱରରେ ଏଫଆଇଏଚ୍ ସିରିଜର ଫାଇନାଲ୍ସର ଏକ ମ୍ୟାଚରେ ଭାରତ ରୁଷକୁ ୧୦-୦ ଗୋଲରେ ହରାଇଥିଲା। ଆମେରିକା ମହିଳା ଟିମ୍ ରାଙ୍କିଙ୍ଗରେ ୧୩ଶ ସ୍ଥାନରେ ରହିଥିବା ରହିଥିବା ବେଳେ ଭାରତୀୟ ମହିଳା ଟିମ୍ ନବମରେ ରହିଛି। କିନ୍ତୁ ରାନୀ ରାମପଲଙ୍କ ନେତୃତ୍ୱାଧୀନ ଟିମ୍ ପାଇଁ ଏହି ମୁକାବିଲା ସହଜ ହେବନି। ଗତବର୍ଷ ଲଣ୍ଡନରେ ଆୟୋଜିତ ମହିଳା ବିଶ୍ୱକପରେ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ଡ୍ର' ରହିଥିଲା।

ଭାରତୀୟ ପୁରୁଷ ହକି ଟିମ୍ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, "ଆମେ ଅଲିମ୍ପିକକୁ ନିଶ୍ଚୟ କ୍ୱାଲିଫାଏ କରିବୁ। କିନ୍ତୁ ଆମେ କୌଣସି ଟିମକୁ ହାଲୁକା ଭାବେ ନେବୁନି। ଗତକିଛି ମାସ ହେବ ଆମର ପ୍ରଦର୍ଶନ ଭଲ ରହିଛି। ଟିମର ସବୁ ଖେଳାଳିଙ୍କର ମନୋବଳ ଊଦ୍ଧ୍ୱର୍ରେ ରହିଛି। ତେଣୁ କ୍ୱାଲିଫାୟରରେ ଆମେ ନିଶ୍ଚିତ ଭଲ ପ୍ରଦର୍ଶନ କରି ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବୁ।"

ସେହିପରି ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପଲ୍ କହିଛନ୍ତି, "ମୁଁ ସବୁବେଳେ କହିଆସୁଛି ଯେ ଯଦି ଆମର ପ୍ରସ୍ତୁତି ଭଲ ଅଛି, ତାହେଲେ ଆମେ କୌଣସି ଟିମକୁ ହରାଇପାରିବୁ। ଆମକୁ କିଛି ବିଭାଗରେ ଭଲ ପ୍ରଦର୍ଶନ କରିବ ଏବଂ ଏହା ଉପରେ ଆମେ କାମ କରୁଛୁ।"

ପୁରୁଷ ବର୍ଗରେ ଅନ୍ୟ କ୍ୱାଲିଫାୟର୍ ମ୍ୟାଚରେ ନେଦରଲ୍ୟାଣ୍ଡର ସାମ୍ନା ପାକିସ୍ତାନ ସହ, ଗ୍ରେଟ୍ ବ୍ରିଟେନର ସାମ୍ନା ମ୍ୟାଲେସିୟା, ସ୍ପେନର ସାମ୍ନା ଫ୍ରାନ୍ସ, ନ୍ୟୁଜିଲ୍ୟାଣ୍ଡର ସାମ୍ନା କୋରିଆ ଏବଂ କ୍ୟାନାଡାର ସାମ୍ନା ଆୟର୍ଲ୍ୟାଣ୍ଡ୍ ସହ ହେବ। ଜର୍ମାନୀ କ୍ୱାଲିଫାୟରରେ ଅଷ୍ଟ୍ରିଆକୁ ଭେଟିବ ମହିଳା ବର୍ଗରେ ଅଷ୍ଟ୍ରେଲିଆର ସାମ୍ନା ରୁଷ୍ ସହ, ଚୀନର ସାମ୍ନା ବେଲଜିୟମ, ସ୍ପେନର ସାମ୍ନା କୋରିଆ, ଜର୍ମାନୀର ସାମ୍ନା ଇଟାଲୀ, ଗ୍ରେଟ୍ ବ୍ରିଟେନର ସାମ୍ନା ଚିଲି ଏବଂ ଆୟର୍ଲ୍ୟାଣ୍ଡର ସାମ୍ନା କ୍ୟାନାଡା ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story