‘ମୋର ଘର ନାହିଁ, ମୁଁ ବସ୍‌ରେ ରହେ’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଦେଶରେ ଓ ଦେଶ ବାହାରେ କୋଟି କୋଟି ଫ୍ୟାନ୍ ଅଛନ୍ତି। ଏହି ଫ୍ୟାନ୍‌ମାନେ ବିଭିନ୍ନ ବୟସର। ସମୟ ଓ ସୁଯୋଗ ପାଇଲେ ଧୋନି ତାଙ୍କ ଫ୍ୟାନ୍‌ ମାନଙ୍କୁ ଭେଟନ୍ତି ଓ ସେମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି। ଏବେ ଧୋନିଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ଜଣେ କୁନି ଝିଅ ସହିତ କଥା ହେଉଛନ୍ତି। ଝିଅଟିକୁ ସେ କାଖେଇଛନ୍ତି ଓ ତା’ ସହିତ […]

dhoni

dhoni

Jitendra Garnayak
  • Published: Sunday, 23 December 2018
  • Updated: 23 December 2018, 11:11 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଦେଶରେ ଓ ଦେଶ ବାହାରେ କୋଟି କୋଟି ଫ୍ୟାନ୍ ଅଛନ୍ତି। ଏହି ଫ୍ୟାନ୍‌ମାନେ ବିଭିନ୍ନ ବୟସର। ସମୟ ଓ ସୁଯୋଗ ପାଇଲେ ଧୋନି ତାଙ୍କ ଫ୍ୟାନ୍‌ ମାନଙ୍କୁ ଭେଟନ୍ତି ଓ ସେମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି। ଏବେ ଧୋନିଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ଜଣେ କୁନି ଝିଅ ସହିତ କଥା ହେଉଛନ୍ତି। ଝିଅଟିକୁ ସେ କାଖେଇଛନ୍ତି ଓ ତା’ ସହିତ କଥା ହେଉଛନ୍ତି।

ଏହି ଭିଡିଓରେ ଧୋନି କହୁଛନ୍ତି,“ମୋର ଘର ନାହିଁ। ମୁଁ ବସ୍‌ରେ ରହେ।’ ଅବଶ୍ୟ ସେ ପୁଣି କହିଛନ୍ତି ଯେ, ତାଙ୍କ ଘର ବହୁତ ଦୂରରେ।

ତା’ପରେ ସେ ଝିଅଟିକୁ ପଚାରୁଛନ୍ତି, ‘ତୁମ ଘର କେଉଁଠି?’

ଝିଅଟି ଉତ୍ତର ଦେଇଛି, ଏଇ ପାଖରେ ତା’ ଘର।

 

View this post on Instagram

 

Main bus me hi rehta hoon ? #Msdhoni

A post shared by Sakshi Singh Dhoni FC ? (@_sakshisingh_r) on

ତେବେ ଏ ଭିଡିଓଟି କେଉଁଠି ଉତ୍ତୋଳନ କରାଯାଇଛି ଓ ଧୋନିଙ୍କ ସହିତ କଥା ହେଉଥିବା ଏ ଝିଅଟିର ନାଁ କ’ଣ, ତାହା ଜଣାପଡ଼ି ନାହିଁ।

ନିକଟରେ ଆମେରିକାର ଲସ୍‌ ଆଞ୍ଜେଲିସ୍‌ରେ ରହୁଥିବା ଧୋନିଙ୍କ ଜଣେ ଫ୍ୟାନ୍‌ କାର୍‌ ନମ୍ବରପ୍ଲେଟ୍‌ରେ ମାହିଙ୍କ ନାଁ ଲେଖିଛନ୍ତି। ଅର୍ଥାତ୍ ଉକ୍ତ କାର୍‌ରେ କୌଣସି ରେଜିଷ୍ଟ୍ରେସନ୍‌ ନମ୍ବର ନାହିଁ। ନମ୍ବର ପ୍ଲେଟ୍‌ ସ୍ଥାନରେ କେବଳ ଏମ୍‌ଏସ୍‌ ଧୋନି ଲେଖାଯାଇଛି।
ଏହି ଫଟୋକୁ ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ତା’ର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟ ରେ ଛଡ଼ା ଯାଇଛି। ଲସ୍‌ଆଞ୍ଜେଲସ୍‌ ମଧ୍ୟ ଧୋନିଙ୍କ ପାଇଁ ପାଗଳ ବୋଲି ଏଥିରେ ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos