ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଆସନ୍ତାକାଲି ଧର୍ମଶାଳା ଏଚ୍ପିସିଏ ଷ୍ଟାଡିୟମରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୩ଟାରେ ନେଦରଲାଣ୍ଡ ଓ ଓମାନ୍ ମଧ୍ୟରେ ହେବାକୁ ଥିବା ବେଳେ ସନ୍ଧ୍ୟା ସାଢେ ୭ଟାରେ ବାଂଲାଦେଶକୁ ଆୟରଲାଣ୍ଡ ଭେଟିବ।
ଗତ ମ୍ୟାଚ୍ରେ ଓମାନ୍ ଆୟରଲାଣ୍ଡକୁ ୨ ୱିକେଟରେ ହରାଇଥିବାରୁ ଦଳର ମନୋବଳ ଦୃଢ ରହିଛି। ଏହାସହ ଗତ ମ୍ୟାଚ ଜିତି ଦଳ ପଏଣ୍ଟ ଟେବୁଲରୁ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ନେଦରଲାଣ୍ଡ ସର୍ବନିମ୍ନ ସ୍ଥାନରେ ରହିଛି। ଏହି ମ୍ୟାଚ୍କୁ ଜିତିବା ପାଇଁ ଉଭୟ ଦଳ ପ୍ରୟାସ କରିବେ।
ସେହିପରି ସନ୍ଧ୍ୟା ସାଢେ ୭ଟାରେ ବାଂଲାଦେଶକୁ ଭେଟିବ ଆୟରଲାଣ୍ଡ। ଏହା ପୂର୍ବରୁ ବାଂଲାଦେଶ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ନେଦରଲାଣ୍ଡକୁ ୮ ରନରେ ପରାଜିତ କରିଥିବାରୁ ଦଳର ମନୋବଳ ଦୃଢ଼ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।