ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: କ୍ୟାରିୟରର ଶୀର୍ଷ ସ୍ଥାନରେ ଶାମି ଓ ମୟଙ୍କ

ଦୁବାଇ: ବାଂଲାଦେଶ ବିପକ୍ଷ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଇନିଂସ୍ ଓ ୧୩୦ ରନର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିବା ପେସ୍ ବୋଲର ମହମ୍ମଦ ଶାମି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଆଇସିସିର ସଦ୍ୟ ରାଙ୍କିଙ୍ଗରେ ନିଜ ନିଜ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ୨୭ ରନ୍ ଦେଇ ୩ଟି ଏବଂ ଦ୍ୱିତୀୟ ଇନିଂସରେ ୩୧ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ଶାମି ଏକାଥରକେ ୮ଟି ସ୍ଥାନ […]

shami-and-mayank1

shami-and-mayank1

Ranjit Kumar Jena
  • Published: Sunday, 17 November 2019
  • Updated: 17 November 2019, 06:05 PM IST

ଦୁବାଇ: ବାଂଲାଦେଶ ବିପକ୍ଷ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଇନିଂସ୍ ଓ ୧୩୦ ରନର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିବା ପେସ୍ ବୋଲର ମହମ୍ମଦ ଶାମି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଆଇସିସିର ସଦ୍ୟ ରାଙ୍କିଙ୍ଗରେ ନିଜ ନିଜ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ୨୭ ରନ୍ ଦେଇ ୩ଟି ଏବଂ ଦ୍ୱିତୀୟ ଇନିଂସରେ ୩୧ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ଶାମି ଏକାଥରକେ ୮ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ନାଁରେ ୭୯୦ ରେଟିଂ ପଏଣ୍ଟ ରହିଛି, ଯାହା କୌଣସି ଭାରତୀୟ ବୋଲରଙ୍କ ପାଇଁ ଟେଷ୍ଟରେ ତୃତୀୟ ସର୍ବାଧିକ। ଏହି ମାମଲାରେ କପିଲ୍ ଦେବ (୮୭୭ ପଏଣ୍ଟ) ଏବଂ ଯଶପ୍ରୀତ ବୁମ୍ରା (୮୩୨ ପଏଣ୍ଟ) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ବାଂଲାଦେଶ ବିପକ୍ଷରେ କ୍ୟାରିୟରର ସର୍ବଶ୍ରେଷ୍ଠ ୨୪୩ ରନର ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ୨୮ ବର୍ଷୀୟ ମୟଙ୍କ ଅଗ୍ରୱାଲ୍ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଏକାଦଶ ସ୍ଥାନରେ ପହଞ୍ଚିଛନ୍ତି। କ୍ୟାରିୟରର ପ୍ରଥମ ୮ଟି ଟେଷ୍ଟରେ ୮୫୮ ରନ୍ କରିଥିବା ଏହି ବ୍ୟାଟ୍ସମ୍ୟାନଙ୍କ ନାଁରେ ୬୯୧ ପଏଣ୍ଟ ଅଛି। ପ୍ରାରମ୍ଭିକ ୮ଟି ଟେଷ୍ଟରେ କେବଳ ୭ଜଣ ବ୍ୟାଟ୍ସମ୍ୟାନ୍ ମୟଙ୍କଠାରୁ ଅଧିକ ରନ୍ କରିଛନ୍ତି, ଯେଉଁଥିରେ ଡନ୍ ବ୍ରାଡମ୍ୟାନ୍ (୧୨୧୦ ରନ୍‌), ଏଭରଟନ୍ ୱୀକେସ୍ (୯୬୮ ରନ୍‌), ସୁନୀଲ ଗାଭାସ୍କର (୯୩୮ ରନ୍‌), ମାର୍କ ଟେଲର (୯୦୬ ରନ୍‌), ଜର୍ଜ ହେଡଲୀ (୯୦୪ ରନ୍‌), ଫ୍ରାଙକ ୱରେଲ୍ (୮୯୦ ରନ୍‌) ଓ ହର୍ବର୍ଟ ସଟକ୍ଲିଫ୍ (୮୭୨ ରନ୍‌) ସାମିଲ୍ ଅଛନ୍ତି।

ଭାରତର ଚାରିଜଣ ବ୍ୟାଟ୍ସମ୍ୟାନ୍ ଟପ୍‌-୧୦ରେ ସାମିଲ୍ ଅଛନ୍ତି, ଯେଉଁଥିରେ କ୍ୟାପଟେନ୍ ବିରାଟ୍ କୋହଲି ଦ୍ୱିତୀୟ, ଚେତେଶ୍ୱର ପୂଜାରା ଚତୁର୍ଥ, ଆଜିଙ୍କ୍ୟ ରାହାଣେ ପଞ୍ଚମ ଏବଂ ରୋହିତ୍ ଶର୍ମା ଦଶମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଚାରୋଟି ସ୍ଥାନ ଉପରକୁ ଉଠି ୩୫ତମ ସ୍ଥାନରେ ପହଞ୍ଚିଛନ୍ତି।

ପେସ୍ ବୋଲର ଈଶାନ୍ତ ଶର୍ମା (୨୦ତମ) ଓ ଉମେଶ ଯାଦବ (୨୨ତମ) ରାଙ୍କିଙ୍ଗରେ ଗୋଟିଏ ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଶୀର୍ଷ-୧୦ରେ ସାମିଲ୍ ଅଛନ୍ତି । ସେହିପରି ସେ ଅଲରାଉଣ୍ଡର ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶ ପକ୍ଷରୁ ୪୩ ଓ ୬୪ ରନର ଇନିଂସ୍ ଖେଳିଥିବା ମୁଶଫିକର ରହତମ୍ ପାଞ୍ଚଟି ସ୍ଥାନ ଉପରକୁ ଉଠି ୩୦ତମ ସ୍ଥାନରେ ପହଞ୍ଚିଛନ୍ତି। ଲିଟନ୍ ଦାସ ୯୨ତମ ସ୍ଥାନରୁ ୮୬ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂରେ ୪ ୱିକେଟ୍ ନେଇଥିବା ଆବୁ ଜାୟେଦଙକକୁ ୧୮ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୬୨ତମ ସ୍ଥାନରେ ପହଞ୍ଚିଛନ୍ତି।

ଏହା ମଧ୍ୟରେ ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଶୀର୍ଷ ସ୍ଥାନରେ ଆହୁରି ମଜଭୁତ୍ ହୋଇଛି। ଭାରତର ବର୍ତ୍ତମାନ ୩୦୦ ପଏଣ୍ଟ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ଟିମ୍ ୬୦ ପଏଣ୍ଟ ଲେଖାଏ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୫୬ ଲେଖାଏ ପଏଣ୍ଟ ସହ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଟିମ୍ ଏପର୍ଯ୍ୟନ୍ତ ଖାତା ଖୋଲିପାରି ନାହାନ୍ତି। ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଆଧାରରେ ସବୁ ଟିମ୍ ୬ଟି ଲେଖାଏ ସିରିଜ୍ ଖେଳିବେ। ପ୍ରତି ସିରିଜରେ ମୋଟ୍ ୧୨୦ ପଏଣ୍ଟ ରହିବ, ଯାହା ସିରିଜର ମ୍ୟାଚ୍ ସଂଖ୍ୟା ଆଧାରରେ ଭାଗ କରାଯିବ। ଉଦାହରଣ ସ୍ୱରୂପ ଦୁଇ ମ୍ୟାଚ୍ ସିରିଜରେ ପ୍ରତି ମ୍ୟାଚ୍ ପାଇଁ ୬୦ ପଏଣ୍ଟ ମିଳିବ। ସେହିପରି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରତି ମ୍ୟାଚରେ ୪୦ ପଏଣ୍ଟ ମିଳିବ। ମ୍ୟାଚ୍ ଟାଇ ହେବା ଦ୍ୱାରା ପଏଣ୍ଟ ଭାଗ କରାଯିବ। ଅନ୍ୟପକ୍ଷରେ ଡ୍ର' ହେବା ଦ୍ୱାରା ଉଭୟ ଦଳକୁ ଏକତୃତୀୟାଂଶ ପଏଣ୍ଟ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story