ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲ: ଭାରତ ଶୀର୍ଷରେ ମଜଭୁତ୍‌

ନୂଆଦିଲ୍ଲୀ: ଭାରତ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତର ଏହା ଦଶମ ଇନିଂସ୍ ବିଜୟ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଆଧାରରେ ଖେଳାଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟ ଜିତି ଭାରତୀୟ ଟିମ୍ ଏବେ ୩୦୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଆହୁରି ମଜଭୁତ୍ ହୋଇଛି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ୨୨ ତାରିଖରୁ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ଭାରତ ପରେ ନ୍ୟୁଜିଲ୍ୟାଣ୍ଡ ୨ଟି ଟେଷ୍ଟରେ […]

team-india

team-india

Ranjit Kumar Jena
  • Published: Saturday, 16 November 2019
  • Updated: 16 November 2019, 05:06 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତର ଏହା ଦଶମ ଇନିଂସ୍ ବିଜୟ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଆଧାରରେ ଖେଳାଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟ ଜିତି ଭାରତୀୟ ଟିମ୍ ଏବେ ୩୦୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଆହୁରି ମଜଭୁତ୍ ହୋଇଛି। କୋଲକାତାର ଇଡେନ୍ ଗାର୍ଡେନ୍ସରେ ୨୨ ତାରିଖରୁ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ।

ଭାରତ ପରେ ନ୍ୟୁଜିଲ୍ୟାଣ୍ଡ ୨ଟି ଟେଷ୍ଟରେ ୬୦ ପଏଣ୍ଟ ସହ ଦ୍ୱିତୀୟ, ଶ୍ରୀଲଙ୍କା ୬୦ ପଏଣ୍ଟ ସହ ତୃତୀୟ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୫୬ ଲେଖାଏ ପଏଣ୍ଟ ସହ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଟିମ୍ ଏପର୍ଯ୍ୟନ୍ତ ଖାତା ଖୋଲିପାରି ନାହାନ୍ତି।

ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଆଧାରରେ ସବୁ ଟିମ୍ ୬ଟି ଲେଖାଏ ସିରିଜ୍ ଖେଳିବେ। ପ୍ରତି ସିରିଜରେ ମୋଟ୍ ୧୨୦ ପଏଣ୍ଟ ରହିବ, ଯାହା ସିରିଜର ମ୍ୟାଚ୍ ସଂଖ୍ୟା ଆଧାରରେ ଭାଗ କରାଯିବ। ଉଦାହରଣ ସ୍ୱରୂପ ଦୁଇ ମ୍ୟାଚ୍ ସିରିଜରେ ପ୍ରତି ମ୍ୟାଚ୍ ପାଇଁ ୬୦ ପଏଣ୍ଟ ମିଳିବ। ସେହିପରି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରତି ମ୍ୟାଚରେ ୪୦ ପଏଣ୍ଟ ମିଳିବ। ମ୍ୟାଚ୍ ଟାଇ ହେବା ଦ୍ୱାରା ପଏଣ୍ଟ ଭାଗ କରାଯିବ। ଅନ୍ୟପକ୍ଷରେ ଡ୍ର' ହେବା ଦ୍ୱାରା ଉଭୟ ଦଳକୁ ଏକତୃତୀୟାଂଶ ପଏଣ୍ଟ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos