କ୍ରିକେଟର୍ ନହୋଇଥିଲେ ଏମାନେ କ'ଣ ହୋଇଥାନ୍ତେ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମରେ ଏଭଳି କିଛି ଖେଳାଳି ଅଛନ୍ତି, ଯେଉଁମାନେ ନିଜ ଦମରେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି। ଏହି ଖେଳାଳିଙ୍କ ନାଁ ଶୁଣିବା ମାତ୍ରକେ ବିରୋଧୀ ଟିମ୍ ଚାପରେ ଆସି ଯାଉଥିଲେ। ତେବେ ଏହି ସଫଳ କ୍ରିକେଟରଙ୍କ ଏକମାତ୍ର ଲକ୍ଷ୍ୟସ୍ଥଳ କ୍ରିକେଟ୍ ନଥିଲା। ଏହି କ୍ରିକେଟରଙ୍କ ମଧ୍ୟରେ ଭାରତର ପୂର୍ବତନ କ୍ୟାପଟେନ୍ ଅନୀଲ କୁମ୍ବଲେ, ରାହୁଲ୍ ଡ୍ରାଭିଡ୍, ଯୁବରାଜ ସିଂହ, ନଭଜୋତ୍ ସିଂହ ସିଦ୍ଧୁ, ମହିଳା କ୍ରିକେଟର୍ ସ୍ମୃତି ମନ୍ଧାନା ଓ […]

cricketers

cricketers

Ranjit Kumar Jena
  • Published: Monday, 27 April 2020
  • Updated: 27 April 2020, 04:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମରେ ଏଭଳି କିଛି ଖେଳାଳି ଅଛନ୍ତି, ଯେଉଁମାନେ ନିଜ ଦମରେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି। ଏହି ଖେଳାଳିଙ୍କ ନାଁ ଶୁଣିବା ମାତ୍ରକେ ବିରୋଧୀ ଟିମ୍ ଚାପରେ ଆସି ଯାଉଥିଲେ। ତେବେ ଏହି ସଫଳ କ୍ରିକେଟରଙ୍କ ଏକମାତ୍ର ଲକ୍ଷ୍ୟସ୍ଥଳ କ୍ରିକେଟ୍ ନଥିଲା। ଏହି କ୍ରିକେଟରଙ୍କ ମଧ୍ୟରେ ଭାରତର ପୂର୍ବତନ କ୍ୟାପଟେନ୍ ଅନୀଲ କୁମ୍ବଲେ, ରାହୁଲ୍ ଡ୍ରାଭିଡ୍, ଯୁବରାଜ ସିଂହ, ନଭଜୋତ୍ ସିଂହ ସିଦ୍ଧୁ, ମହିଳା କ୍ରିକେଟର୍ ସ୍ମୃତି ମନ୍ଧାନା ଓ ମିତାଲୀ ରାଜ ସାମିଲ୍‌ ଅଛନ୍ତି। ଯଦି ସେମାନେ କ୍ରିକେଟର୍ ନହୋଇଥାନ୍ତେ, ତାହେଲେ ଆଉ କ'ଣ ହୋଇଥାନ୍ତେ, ଆସନ୍ତୁ ଜାଣିବା।

ଇଞ୍ଜିନିୟର୍ ହୋଇଥାନ୍ତେ କୁମ୍ବଲେ: ଭାରତର ପୂର୍ବତନ ଟେଷ୍ଟ କ୍ୟାପଟେନ୍ ଏବଂ କୋଚ୍ ଅନୀଲ କୁମ୍ବଲେ ନିଜର ଲେଗ୍ ସ୍ପିନ୍ ଯାଦୁରେ ଦୁନିଆର ନାମୀ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ୍ କରିଛନ୍ତି। ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କୁମ୍ବେଲେ ଦୁନିଆର ଅନ୍ୟତମ ସର୍ବାଧିଖ ଶିକ୍ଷିତପ୍ରାପ୍ତ ଖେଳାଳି। ଭାରତ ପକ୍ଷରୁ ୨୧ ବର୍ଷ ଧରି କ୍ରିକେଟ୍ ଖେଳିଥିବା କୁମ୍ବଲେ ମେକାନିକାଲ୍ ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ଅଛନ୍ତି। ସେ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଂରେ ନିଜର ଅଧ୍ୟୟନ ପୂରଣ କରିଥିଲେ।

ହକି ଷ୍ଟିକ୍ ଧରିଥାନ୍ତେ ଡ୍ରାଭିଡ୍: ଥରେ ଭାବନ୍ତୁ, ଯଦି ରାହୁଲ ଡ୍ରାଭିଡଙ୍କର ପ୍ରଥମ ପସନ୍ଦ ସଫଳ ହୋଇଥାନ୍ତା, ତାହେଲେ ଭାରତ ସାରା ଦୁନିଆକୁ ଦ ଓ୍ବାଲ୍ କିପରି ଦେଖାଇଥାନ୍ତା। ୧୬ ବର୍ଷ ଧରି ଭାରତ ପକ୍ଷରୁ ଖେଳିଥିବା ଡ୍ରାଭିଡ୍ କ୍ରିକେଟର୍ ନୁହେଁ ବରଂ ଜଣେ ହକି ଖେଳାଳି ହେବାକୁ ଚାହୁଁଥିଲେ। ସ୍କୁଲ ସ୍ତରରେ ଡ୍ରାଭିଡ୍ ସେଣ୍ଟର ହାଫ୍ ପୋଜିସନରେ ହକି ଖେଳୁଥିଲେ। ପରେ ଏହି ପୋଜିସନ୍ ପାଇଁ ଡ୍ରାଭିଡଙ୍କଠାରୁ ଉନ୍ନତ ଖେଳାଳି ଆସିଥିଲେ, ତେଣୁ ଡ୍ରାଭିଡ୍ ହକି ଛାଡ଼ି କ୍ରିକେଟକୁ ଆପଣାଇଥିଲେ।

ଶେଫ୍ ହୋଇଥାନ୍ତେ ସ୍ମୃତି ମନ୍ଧାନା: ଭାରତୀୟ ମହିଳା କ୍ରିକେଟ୍ ଟିମର ବିସ୍ଫୋରକ ଓପ୍ନର ମନ୍ଧାନା ଯଦି କ୍ରିକେଟର୍ ନହୋଇଥାନ୍ତେ, ତାହେଲେ ସେ ନିଶ୍ଚୟ ଶେଫ୍ ହୋଇଥାନ୍ତେ। ମନ୍ଧାନାଙ୍କ ପିତା ଶ୍ରୀନିବାସ୍ କହିଥିଲେ ଯେ ମନ୍ଧାନା ମଇଦାନରେ ବ୍ୟାଟ୍ ଚଲାଇବା ବ୍ୟତୀତ ଘରେ ଭଲ କୁକିଂ (ରୋଷେଇ) ମଧ୍ୟ କରନ୍ତି। ଯଦି ମୋ ଝିଅ କ୍ରିକେଟର୍ ନହୋଇଥାନ୍ତା, ତାହେଲେ ନିଶ୍ଚୟ ଜଣେ ଭଲ ଶେଫ୍ ହୋଇଥାନ୍ତା।

ଯୁବରାଜଙ୍କୁ ପସନ୍ଦ ସ୍କେଟିଂ: ଭାରତର ପୂର୍ବତନ ଟେଷ୍ଟ କ୍ରିକେଟର୍ ଯୋଗରାଜ ସିଂହ ଯଦି ନିଜ ପୁଅ ଯୁବରାଜଙ୍କ ଉପରେ ତାଗିଦ୍ କରିନଥାନ୍ତେ, ତାହେଲେ ଯୁବିଙ୍କୁ କେବେବି କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିନଥାନ୍ତା। କାରଣ ଯୁବ ଅବସ୍ଥାରେ ଯୁବରାଜଙ୍କୁ କ୍ରିକେଟ୍ ଠାରୁ ସ୍କେଟିଂ ଅଧିକ ପସନ୍ଦ ଥିଲା। ସେ ଘରୋଇ ସ୍କୁଲ୍ ସ୍ତରରେ ଏହି ଖେଳରେ କିଛି ମେଡାଲ୍ ମଧ୍ୟ ଜିତିଥିଲେ। କିନ୍ତୁ ଯୁବିଙ୍କ ପିତାଙ୍କୁ ଏହା ପସନ୍ଦ ନଥିଲା ଏବଂ ସେ ଯୁବିଙ୍କ ମେଡାଲ୍ ଓ ସ୍କେଟକୁ ଫିଙ୍ଗି ଦେଇଥିଲେ। ଏହା ପରେ ପିତାଙ୍କ ତାଗିଦ୍ ପରେ ଯୁବରାଜ କ୍ରିକେଟ୍ ପ୍ରାକ୍ଟିସ୍ ଉପରେ ଫୋକସ୍ କରିଥିଲେ। ଏହି କାରଣରୁ ଯୁବରାଜ ଟି-୨୦ ବିଶ୍ୱକପର ଗୋଟିଏ ଓଭରରେ ୬ଛକା, ୨୦୧୧ ବିଶ୍ୱକପରେ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ।

ଆର୍ମିରେ ଯୋଗ ଦେଇଥାନ୍ତେ ନଭଜୋତ ସିଂହ ସିଦ୍ଧୁ: ଭାରତର ପୂର୍ବତନ କ୍ରିକେଟର୍ ଏବଂ ଏବେ ରାଜନୀତି ମଇଦାନରେ ପାଦ ଥାପିଥିବା ନଭଜୋତ୍ ସିଂହ ସିଦ୍ଧୁ ଦିନେ ଭାରତୀୟ ସେନାକୁ ନିଜର ପ୍ରଥମ ପ୍ରେମ ଭାବେ ଆପଣାଇଥିଲେ। ସିଦ୍ଧୁ ନ୍ୟାଶନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ)ରେ ଯୋଗଦେବା ପୂର୍ବରୁ ଜରୁରୀ ପରୀକ୍ଷା ପାସ୍ କରିଥିଲେ। କିନ୍ତୁ ସିଦ୍ଧୁଙ୍କୁ ପିତା ତାଙ୍କୁ ଜଣେ କ୍ରିକେଟର୍ ଭାବେ ଦେଖିବାକୁ ଚାହୁଁଥିଲେ। ସିଦ୍ଧୁ କହିଛନ୍ତି, ପିତାଙ୍କ ଭଲପାଇବା କାରଣରୁ ସେ ଆର୍ମିରେ ନଯାଇ ତାଙ୍କର କ୍ରିକେଟ୍ ଖେଳିବାର ସ୍ୱପ୍ନ ସାକାର କରିଥିଲେ।

ଭରତନାଟ୍ୟମରେ କ୍ଲାସିକାଲ୍ ଡ୍ୟାନ୍ସର ହୋଇଥାନ୍ତେ ମିତାଲୀ ରାଜ: ଭାରତୀୟ ମହିଳା କ୍ରିକେଟ୍ ଟିମର ଦିନିକିଆ କ୍ୟାପଟେନ୍ ମିତାଲୀ ରାଜ କ୍ରିକେଟକୁ ଏକ ସୁଯୋଗ ଭାବେ ଆପଣାଇଥିଲେ। ମିତାଲୀ ନିଜ ଭାଇ ପାଇଁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। କାରଣ ତାଙ୍କ ଭାଇ ସେଣ୍ଟ ଜନ୍ସ ଏକାଡେମୀରେ କ୍ରିକେଟ୍ ଖେଳୁଥିଲେ, ତେଣୁ ମିତାଲୀ ମଧ୍ୟ ଏହି ପନ୍ଥା ଆପଣାଇଥିଲେ। କିନ୍ତୁ ୧୯୯୯ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ମିତାଲୀ ସେତେବେଳେ ବି ଭାବୁଥିଲେ ଯେ ତାଙ୍କ ପାଇଁ କ୍ରିକେଟ୍ କିଛି କ୍ଷଣ ପାଇଁ ରହିବ ଏବଂ ଏହା ପରେ ସେ ଆଉ କିଛି କରିବେ। ମିତାଲୀ ସ୍ୱୀକାର କରିଛନ୍ତି ଯେ ସେ କ୍ରିକେଟ୍ ବ୍ୟତୀତ କ୍ଲାସିକାଲ୍ ଡ୍ୟାନ୍ସ ଭରତନାଟ୍ୟମକୁ ଖୁବ୍ ପସନ୍ଦ କରନ୍ତି ଏବଂ ସେ ଜଣେ ଡ୍ୟାନ୍ସର ହେବାକୁ ଚାହୁଁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story