ଟି-ଟ୍ୱେଣ୍ଟି ବିଶ୍ୱ କପ୍‌: ଆଜି ଭାରତ ଓ ବାଂଲାଦେଶ ଲଢ଼େଇ

ବେଙ୍ଗାଲୁରୁ: ଟି-ଟ୍ୱେଣ୍ଟି ବିଶ୍ୱ କପ୍‌ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ୍‌ ଜିତିଲେ ସେମି ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଭାରତକୁ ସହଜ ହେବ। ଆୟୋଜକ ଭାରତ ପୂର୍ବରୁ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଜିତିଛି ଓ ଅନ୍ୟ ଗୋଟିରେ  ହାରିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ  ହାରି ଯାଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ […]

bangladesh-vs-india-

bangladesh-vs-india-

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 03:49 AM IST

Sports

Latest News

ବେଙ୍ଗାଲୁରୁ: ଟି-ଟ୍ୱେଣ୍ଟି ବିଶ୍ୱ କପ୍‌ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ୍‌ ଜିତିଲେ ସେମି ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଭାରତକୁ ସହଜ ହେବ। ଆୟୋଜକ ଭାରତ ପୂର୍ବରୁ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଜିତିଛି ଓ ଅନ୍ୟ ଗୋଟିରେ  ହାରିଛି।

ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ  ହାରି ଯାଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ମନୋବଳ ଦୃଢ଼ କରିପାରିଛି ଧୋନୀ ବାହିନୀ। ବିରାଟ କୋହଲିଙ୍କ ଉପରେ ଦଳର ବ୍ୟାଟିଂ ନିର୍ଭର କରୁଥିବା ବେଳେ ଧୋନୀ ଏବଂ ୟୁବରାଜ ମଧ୍ୟ ଫର୍ମରେ ଅଛନ୍ତି।

ଅନ୍ୟପକ୍ଷରେ ବାଂଲାଦେଶ ୨ଟି ମ୍ୟାଚ୍‌ ଖେଳିଛି ଓ ଦୁଇଟି ଯାକରେ ପରାସ୍ତ ହୋଇଛି। ଆଜିର ମ୍ୟାଚ୍‌ ହାରିଲେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଆଉଟ୍‌ ହୋଇଯିବା ଏକ ପ୍ରକାର ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos