ଏସିସି ଏମର୍ଜିଂ ଟିମ୍ କପ୍: ହଂକଂକୁ ହରାଇଲା ଭାରତ

ସାଭାର: ଚଳିତ ଏସିଆନ୍ କ୍ରିକେଟ୍ କାଉନସିଲ୍ ଏମର୍ଜିଂ ଟିମ୍ କପରେ ଭାରତ ୧୨୦ ରନରେ ହଂକଂକୁ ପରାସ୍ତ କରିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୨ ରନ୍ କରିଥିଲା। ଦଳ ପକ୍ଷରୁ ଚିନ୍ମୟ ସୂତାର ସର୍ବାଧିକ ୧୦୪ (୮୫ ବଲ୍‌, ୧୦ ଚୌକା, ୩ ଛକା) ରନ୍ କରିଥିବା ବେଳେ ବିଆର୍ ଶରତ ୯୦ (୯୩ ବଲ୍, ୧୩ ଚୌକା), ଶୁଭମ୍ ଶର୍ମା ୬୫ […]

indian-team

indian-team

Ranjit Kumar Jena
  • Published: Monday, 18 November 2019
  • Updated: 18 November 2019, 06:06 PM IST

ସାଭାର: ଚଳିତ ଏସିଆନ୍ କ୍ରିକେଟ୍ କାଉନସିଲ୍ ଏମର୍ଜିଂ ଟିମ୍ କପରେ ଭାରତ ୧୨୦ ରନରେ ହଂକଂକୁ ପରାସ୍ତ କରିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୨ ରନ୍ କରିଥିଲା।

ଦଳ ପକ୍ଷରୁ ଚିନ୍ମୟ ସୂତାର ସର୍ବାଧିକ ୧୦୪ (୮୫ ବଲ୍‌, ୧୦ ଚୌକା, ୩ ଛକା) ରନ୍ କରିଥିବା ବେଳେ ବିଆର୍ ଶରତ ୯୦ (୯୩ ବଲ୍, ୧୩ ଚୌକା), ଶୁଭମ୍ ଶର୍ମା ୬୫ (୫୫ ବଲ୍, ୭ ଚୌକା, ୨ ଛକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରମାନ୍ ଜାଫର୍ ୨୮, ସାନବୀର ସିଂହ ୨୦ ଏବଂ କୁମାର ସୂରଜ ୪ ରନ୍ କରି ଆଉଟ୍ ହୋଇଥିଲେ। ହଂକଂର କିଞ୍ଚିତ ଶାହ ୩ଟି ୱିକେଟ୍ ନେଇଥିଲେ।

ଜବାବରେ ହଂକଂ ୪୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୨ ରନ୍ କରି ପରାସ୍ତ ହୋଇଥିଲା। ଟିମ୍ ପକ୍ଷରୁ ଶାହିଦ୍ ସର୍ବାଧିକ ୬୮, ଏହସାନ୍ ଖାନ୍ ୩୬, ଏହସାନ୍ ଆବାସି ୨୫ ଓ ଆରୁଷ ଭାଗୱତ ୨୨ ରନ୍ କରିଥିଲେ। ଭାରତ ପକ୍ଷରୁ ଶୁଭମ୍ ଶର୍ମା ୩୨ ରନ୍ ଦେଇ ୪ଟି ଏବଂ ଶିବମ ମାଭି ଓ ସିଦ୍ଧାର୍ଥ ଦେଶାଇ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos