ଐତିହାସିକ ଦିବାରାତ୍ର ଟେଷ୍ଟ ପାଇଁ ଇଡେନ୍ ପିଚ୍ ପ୍ରସ୍ତୁତ

କୋଲକାତା: ଭାରତୀୟ ଟିମ୍ ବାଂଲାଦେଶ ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ମଇଦାନରେ ଆସନ୍ତା ୨୨ ତାରିଖରେ ଖେଳିବ। ଏହା ଦୁଇମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ହେବ, ଯାହା ଦେଶରେ ପ୍ରଥମଥର ଦିବାରାତ୍ର ଫର୍ମାଟରେ ଖେଳାଯିବ। ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମର କ୍ୟୁରେଟର ସୁଜନ ମୁଖାର୍ଜୀଙ୍କ ମତରେ, ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଏହି ଐତିହାସିକ ମ୍ୟାଚ୍ ପାଇଁ ଇଡେନର ପିଚ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। […]

eden

eden

Ranjit Kumar Jena
  • Published: Sunday, 17 November 2019
  • Updated: 17 November 2019, 06:47 PM IST

Sports

Latest News

କୋଲକାତା: ଭାରତୀୟ ଟିମ୍ ବାଂଲାଦେଶ ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ମଇଦାନରେ ଆସନ୍ତା ୨୨ ତାରିଖରେ ଖେଳିବ। ଏହା ଦୁଇମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ହେବ, ଯାହା ଦେଶରେ ପ୍ରଥମଥର ଦିବାରାତ୍ର ଫର୍ମାଟରେ ଖେଳାଯିବ। ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମର କ୍ୟୁରେଟର ସୁଜନ ମୁଖାର୍ଜୀଙ୍କ ମତରେ, ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଏହି ଐତିହାସିକ ମ୍ୟାଚ୍ ପାଇଁ ଇଡେନର ପିଚ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଏହି ଗ୍ରାଉଣ୍ଡ ମଧ୍ୟ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବା ନେଇ ମୁଖାର୍ଜୀ ଆଶାୟୀ ଅଛନ୍ତି।

ମୁଖାର୍ଜୀ କହିଛନ୍ତି, 'ଗତ ସପ୍ତାହରେ ହୋଇଥିବା ବର୍ଷା ପିଚକୁ ଅନେକାଂଶରେ ଖରାପ କରିଥିଲା, କିନ୍ତୁ ମ୍ୟାଚ୍ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଥିଲା। ପିଚ୍ ଭଲ ସ୍ଥିତିରେ ଅଛି। ଗତ କିଛି ବର୍ଷ ପିଚ୍ ଯେମିତି ଥିଲା, ସେମିତି ଅଛି। ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଯେଉଁଭଳି ପିଚ୍ ଆବଶ୍ୟକ, ତାକୁ ଦୃଷ୍ଟିରେ ରଖି ସବୁକିଛି ପ୍ରସ୍ତୁତ କରାଯାଇଛି। ଆମେ ଏଠାରେ ଏକ ଟ୍ରାୟଲ ମ୍ୟାଚ୍ ଆୟୋଜନ କରିବା ନେଇ ଚିନ୍ତା କରିଥିଲୁ, କିନ୍ତୁ ଖରାପ ପାଗ ଯୋଗୁ ତାହା ସମ୍ଭବ ହେଲା ନାହିଁ। ମ୍ୟାଚ୍ ପାଇଁ ଯେଉଁ ପିଚ୍ ବ୍ୟବହୃତ କରାଯିବ, ସେଠାରେ ଏକ ଘରୋଇ ମ୍ୟାଚ୍ ଖେଳାଯିବା ନେଇ ଯୋଜନା କରାଯାଇଥିଲା। କିନ୍ତୁ ଘୂର୍ଣ୍ଣିବାତ୍ୟ ଏବଂ ମାତ୍ରାଧିକ ବର୍ଷା ସବୁକିଛି ଧୂଳିସାତ୍ କରିଦେଇଥିଲା। କିନ୍ତୁ ମୋର ବିଶ୍ୱାସ ଯେ, ଏହି ପିଚ୍ ନିଶ୍ଚିତ ଭାବେ ଉଭୟ ଦଳ ପାଇଁ ଫଳପ୍ରଦ ହେବ। ପିଚରେ ସାମାନ୍ୟ ଘାସ ଅଛି, ଯାହା ପେସ୍ ବୋଲରଙ୍କୁ ସୁହାଇବ।'

ସୂଚନାଯୋଗ୍ୟ, ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଇନିଂସ୍ ଓ ୧୩୦ ରନରେ ଜିତି ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି। କିନ୍ତୁ ସମସ୍ତଙ୍କ ନଜର ଦ୍ୱିତୀୟ ଟେଷ୍ଟ ଉପରେ ରହିଛି, ଯେଉଁଠାରେ ଭାରତ ପ୍ରଥମଥର ଲାଗି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଦିବାରାତ୍ର ଟେଷ୍ଟ ପାଇଁ ପିଙ୍କ ଅନେକ ଦିନ ଆଗରୁ ଇଡେନ୍ ଗାର୍ଡେନ୍ସରେ ପହଞ୍ଚିସାରିଛି। ଭାରତୀୟ ଟିମ୍ କୋଲକାତାରେ ହେବାକୁଥିବା ଟେଷ୍ଟ ମ୍ୟାଚର ପ୍ରସ୍ତୁତି ପାଇଁ ଇନ୍ଦୋରରେ ରହିବାକୁ ନିଷ୍ପତ୍ତି ନେଇଛି। ଭାରତ ବ୍ୟତୀତ ବାଂଲାଦେଶ ଟିମ୍ ମଧ୍ୟ ଇନ୍ଦୋରରେ ରହିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story