ପିଙ୍କ ବଲ୍ ଟେଷ୍ଟ ପାଇଁ ଇନ୍ଦୋରରେ ରହିବ ଭାରତୀୟ ଟିମ୍‌

ଇନ୍ଦୋର: ଭାରତୀୟ ଟିମ୍ କୋଲକାତାରେ ୨୨ ତାରିଖରେ ହେବାକୁଥିବା ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରସ୍ତୁତି ପାଇଁ ଇନ୍ଦୋରରେ ରହିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ୍ ରବିବାର ସନ୍ଧ୍ୟାରେ ଏଠାରେ ଅଭ୍ୟାସ କରିବ। ଭାରତ ଭଳି ବାଂଲାଦେଶ ଟିମ୍ ମଧ୍ୟ ଏଠାରେ ରହିବାକୁ ନିଷ୍ପତ୍ତି ନେଇଛି, ଯାହା ଫଳରେ ପ୍ରଥମ ଟେଷ୍ଟ ଜଲଦି ଶେଷ ହେବା ଦ୍ବାରା ସେମାନେ ବଳକା ସମୟର ସଠିକ୍ ଉପଯୋଗ କରିପାରିବ। ଭାରତ ପରବର୍ତ୍ତୀ ଦୁଇଦିନ (ରବିବାର ଓ ସୋମବାର) ସନ୍ଧ୍ୟା ସମୟରେ ଅଭ୍ୟାସ […]

pink-ball

pink-ball

Ranjit Kumar Jena
  • Published: Saturday, 16 November 2019
  • Updated: 16 November 2019, 09:10 PM IST

ଇନ୍ଦୋର: ଭାରତୀୟ ଟିମ୍ କୋଲକାତାରେ ୨୨ ତାରିଖରେ ହେବାକୁଥିବା ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରସ୍ତୁତି ପାଇଁ ଇନ୍ଦୋରରେ ରହିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ୍ ରବିବାର ସନ୍ଧ୍ୟାରେ ଏଠାରେ ଅଭ୍ୟାସ କରିବ। ଭାରତ ଭଳି ବାଂଲାଦେଶ ଟିମ୍ ମଧ୍ୟ ଏଠାରେ ରହିବାକୁ ନିଷ୍ପତ୍ତି ନେଇଛି, ଯାହା ଫଳରେ ପ୍ରଥମ ଟେଷ୍ଟ ଜଲଦି ଶେଷ ହେବା ଦ୍ବାରା ସେମାନେ ବଳକା ସମୟର ସଠିକ୍ ଉପଯୋଗ କରିପାରିବ।

ଭାରତ ପରବର୍ତ୍ତୀ ଦୁଇଦିନ (ରବିବାର ଓ ସୋମବାର) ସନ୍ଧ୍ୟା ସମୟରେ ଅଭ୍ୟାସ କରିବ ବୋଲି ସୂଚନା ମିଳିଛି। ପିଙ୍କ ବଲରେ ଖେଳିଥିବା ବ୍ୟାଟ୍ସମ୍ୟାନଙ୍କ ମୁତାବକ ସନ୍ଧ୍ୟା ସମୟର ପରିସ୍ଥିତି ଅଧିକ ଚ୍ୟାଲେଞ୍ଜିଂ ହୋଇଥାଏ। ଏ ନେଇ ଟିମ୍ ସହ ସଂଶ୍ଳିଷ୍ଟ ଜଣେ ନିକଟତର ବ୍ୟକ୍ତି ନିଜ ନାଁ ଗୁପ୍ତ ରଖି କହିଛନ୍ତି, ସନ୍ଧ୍ୟା ସମୟରେ ବଲ୍ କିପରି ମୁଭ୍ କରୁଛି, ତାହା ଆମେ ଦେଖିବାକୁ ଚାହୁଁଛୁ।

ଚେତେଶ୍ୱର ପୂଜାରାଙ୍କ ସମେତ ଦୁଲୀପ୍ ଟ୍ରଫିରେ ପିଙ୍କ୍ ବଲରେ ଖେଳିଥିବା ଅନେକ ଖେଳାଳିଙ୍କ ମତରେ, ସନ୍ଧ୍ୟା ବେଳେ ପିଙ୍କ୍ ବଲକୁ ଦେଖିବାରେ ସାମାନ୍ୟ ଅସୁବିଧା ହୋଇଥାଏ, କାରଣ ଆକାଶର ରଙ୍ଗ ନାଲି ଯୋଗୁ ବଲ୍ ନାରଙ୍ଗୀ ଭଳି ଦୃଶ୍ୟମାନ ହୋଇଥାଏ। ଖେଳାଳିମାନେ କଳା ରଙ୍ଗର ସାଇଟସ୍କ୍ରିନ୍ ସାମ୍ନାରେ ଅଭ୍ୟାସ କରିବେ। ଉଭୟ ଟିମ୍ ୧୯ ତାରିଖରେ କୋଲକାତା ଅଭିମୁଖେ ଯାତ୍ରା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos