ଦିବାରାତ୍ର ଟେଷ୍ଟକୁ ନେଇ ଏମିତି କହିଲେ ଗାଙ୍ଗୁଲି

କୋଲକାତା: ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ, ଯାହା ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହି ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚର ସବୁ ଦାୟିତ୍ୱ ଗାଙ୍ଗୁଲି ନିଜ ଉପରକୁ ନେଇଛନ୍ତି ଏବଂ ସେ ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ଇଡେନର ପିଚ୍ ଦେଖିବା ପରେ ଗାଙ୍ଗୁଲି ଗଣମାଧ୍ୟମକୁ କହିଥିଲେ […]

dada

dada

Ranjit Kumar Jena
  • Published: Wednesday, 20 November 2019
  • Updated: 20 November 2019, 06:48 PM IST

Sports

Latest News

କୋଲକାତା: ଭାରତ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ, ଯାହା ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହି ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚର ସବୁ ଦାୟିତ୍ୱ ଗାଙ୍ଗୁଲି ନିଜ ଉପରକୁ ନେଇଛନ୍ତି ଏବଂ ସେ ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି।

ଇଡେନର ପିଚ୍ ଦେଖିବା ପରେ ଗାଙ୍ଗୁଲି ଗଣମାଧ୍ୟମକୁ କହିଥିଲେ ଯେ, "ମ୍ୟାଚର ପ୍ରଥମ ଚାରିଦିନର ଟିକେଟ୍ ବହୁ ପୂର୍ବରୁ ବିକ୍ରି ହୋଇସାରିଛି। ପିଚ୍ ଦମଦାର ଲାଗୁଛି। ମ୍ୟାଚର ପ୍ରଥମ ତିନିଦିନ ଷ୍ଟାଡିୟମ ହାଉସଫୁଲ୍ ରହିବ। ତେଣୁ ମ୍ୟାଚଟି ନିଶ୍ଚିତ ଭାବେ ସ୍ମରଣୀୟ ହେବ।"

ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ ଭାରତର ପିଙ୍କ୍ ବଲ୍ ମ୍ୟାଚ୍ ଖେଳିବା ବାଟ ଫିଟିଥିଲା। ଗାଙ୍ଗୁଲି କହିଥିଲେ ଯେ କ୍ୟାପଟେନ୍ ବିରାଟ୍ କୋହଲି ମାତ୍ର ତିନି ସେକେଣ୍ଡରେ ଏହି ମ୍ୟାଚ୍ ପାଇଁ ରାଜି ହୋଇଥିଲେ। ପିଙ୍କ୍ ବଲ୍ ଟେଷ୍ଟ୍ ପାଇଁ ଶୁଭଙ୍କରର ଉଦଘାଟନ ଅବସରରେ ଗାଙ୍ଗୁଲି କହିଥିଲେ, "କୋହଲି ଜଣେ ମହାନ୍ ବ୍ୟାଟ୍ସମ୍ୟାନ୍ ଏବଂ ତାଙ୍କୁ ଭରିଥିବା ଷ୍ଟାଡିୟମରେ ଖେଳିବା ଦରକାର। ମୋର ବିଶ୍ୱାସ ଯେ ଷ୍ଟାଡିୟମ ହାଉସଫୁଲ୍ ଦେଖି ସେ ବହୁତ ଖୁସି ହେବେ। ଏହାସହ ଇଡେନର ବାତାବରଣକୁ ମଧ୍ୟ ନିଶ୍ଚୟ ପସନ୍ଦ କରିବେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos