ଇନ୍ଦୋରରେ ମୟଙ୍କ ମ୍ୟାଜିକ୍, ବାଂଲା ବେହାଲ୍

ଇନ୍ଦୋର: ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଛି। ନିଜର ଅଷ୍ଟମ ମ୍ୟାଚ୍ ଖେଳୁଥିବା ମୟଙ୍କ ଅଗ୍ରୱାଲ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି, ଯାହା ବଳରେ ଭାରତ ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୪୯୩ ରନ୍ କରିଛି ଏବଂ ବାଂଲାଦେଶ ଉପରେ ୩୪୩ ରନର ବୃହତ ଅଗ୍ରଣୀ ହାସଲ […]

mayank

mayank

Ranjit Kumar Jena
  • Published: Friday, 15 November 2019
  • Updated: 15 November 2019, 05:13 PM IST

Sports

Latest News

ଇନ୍ଦୋର: ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଛି। ନିଜର ଅଷ୍ଟମ ମ୍ୟାଚ୍ ଖେଳୁଥିବା ମୟଙ୍କ ଅଗ୍ରୱାଲ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି, ଯାହା ବଳରେ ଭାରତ ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୪୯୩ ରନ୍ କରିଛି ଏବଂ ବାଂଲାଦେଶ ଉପରେ ୩୪୩ ରନର ବୃହତ ଅଗ୍ରଣୀ ହାସଲ କରିଛି। ଆଜିର ମୁଖ୍ୟ ଆକର୍ଷଣ ଥିଲେ ମୟଙ୍କ, ଯିଏ ଛକା ମାରି ନିଜର ଦ୍ୱିଶତକ ପୂରଣ କରିଛନ୍ତି। ସେ ୩୩୦ ବଲରେ ୨୮ ଚୌକା ଏବଂ ୮ ବିଶାଳ ଛକା ବଳରେ ୨୪୩ ରନର କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଛନ୍ତି। ତାଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜା ଆବଶ୍ୟକୀୟ ଯୋଗଦାନ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୬୦ (୭୬ ବଲ୍, ୬ ଚୌକା, ୨ ଛକା) ଓ ଉମେଶ ଯାଦବ ୨୫ (୧୦ ବଲ୍, ୧ ଚୌକା, ୩ ଛକା) ରନ୍ କରି ଅପରାଜିତ ରହିଛନ୍ତି।

ଶୁକ୍ରବାର ଭାରତ ତା'ର ପୂର୍ବଦିନର ସ୍କୋର ୮୬/୧ରୁ ଖେଳ ଆରମ୍ଭ କରିଥିଲା। ଦିବସର ପ୍ରଥମ ୬ ଓଭର ଭିତରେ ବାଂଲାଦେଶକୁ ଦୁଇଟି ବଡ଼ ସଫଳତା ମିଳିଥିଲା। ଗତକାଲି ରୋହିତ୍ ଶର୍ମାଙ୍କୁ ପ୍ୟାଭିଲିୟନ୍ ପଠାଇଥିବା ପେସ୍ ବୋଲର ଆବୁ ଜାୟେଦ୍ ନିଜର ପ୍ରଭାବୀ ସ୍ପେଲ୍ ଜାରି ରଖି ଚେତେଶ୍ୱର ପୂଜାରା (୫୪) ଏବଂ କ୍ୟାପଟେନ୍ ବିରାଟ୍ କୋହଲି (୦)ଙ୍କ ଭଳି ବଡ଼ ୱିକେଟ୍ ନେଇଥିଲେ। ପୂଜାରା ଅର୍ଦ୍ଧଶତକ ମାରିଥିଲେ ହେଁ, ଏହାକୁ ଶତକରେ ପରିଣତ କରିପାରିନଥିଲେ। ୨୦୧୬ରେ ଏଠାରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଦ୍ୱିଶତକ ମାରିଥିବା କୋହଲି ଏହାର ପୁନରାବୃତ୍ତି କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ କୋହଲିଙ୍କ ଇନିଂସକୁ ମାତ୍ର ଦୁଇଟି ବଲରେ ଶେଷ କରିଥିଲେ ଜାୟେଦ୍।

କ୍ୟାପଟେନଙ୍କ ଆଉଟ୍ ପରେ ମୟଙ୍କଙ୍କୁ ସାଥ୍ ଦେଇଥିଲେ ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ। ମୟଙ୍କ ଓ ରାହାଣେ ମଧ୍ୟାହ୍ନ ଭୋଜନ ସୁଦ୍ଧା ସତର୍କତାର ସହ ବ୍ୟାଟିଂ କରିଥିଲେ। ତେବେ ଏହା ପରେ ମୟଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ଏବଂ କ୍ୟାରିୟରର ତୃତୀୟ ଶତକ ପୂରଣ କରିଥିଲେ। ତାଙ୍କ ଦେଖାଦେଖି ରାହାଣେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଚା'ପାନ ବିରତି ସୁଦ୍ଧା ସ୍କୋରକୁ ୩ ୱିକେଟରେ ୩୦୩ ରନରେ ପହଞ୍ଚାଇଥିଲେ। ରାହାଣେ ଧୀରେ ଧୀରେ ନିଜ ଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ଭ୍ରମଣକାରୀ ଦଳର ସବୁଠାରୁ ସଫଳ ବୋଲର ଜାୟେଦ୍ ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ନିଜର ଚତୁର୍ଥ ସଫଳତା ଅର୍ଜନ କରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ମୟଙ୍କଙ୍କ ସହ ମିଶି ୧୯୦ ରନର ଭାଗୀଦାରୀ କରିଥିଲେ।

ରାହାଣେ ୧୭୨ ବଲରେ ୯ ଚୌକା ସହ ୮୬ ରନ୍ କରିଥିଲେ। ରାହାଣେଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜାଡେଜା ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ। କିନ୍ତୁ ଅନ୍ୟପଟେ ମୟଙ୍କ ଜବରଦସ୍ତ ବ୍ୟାଟିଂ କରି ୩୦୩ ବଲରେ ନିଜର ଦ୍ୱିତୀୟ ଦ୍ୱିଶତକ ପୂରଣ କରିଥିଲେ। ଦ୍ୱିଶତକ ମାରିବା ପରେ ମୟଙ୍କ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ଭାରତର ସ୍କୋର ୪୩୨ ଥିବା ବେଳେ ମୟଙ୍କଙ୍କ ମାରାଥନ ଇନିଂସରେ ବ୍ରେକ୍ ଲଗାଇଥିଲେ ମେହିଦୀ ହାସନ୍ ମିରାଜ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା (୧୨) ବଡ଼ ସ୍କୋ କରିବାରେ ବିଫଳ ହୋଇଥିଲେ। ଏହି ସମୟରେ ଜାଡେଜାଙ୍କୁ ସାଥ୍ ଦେବାକୁ ଆସିଥିବା ଉମେଶ ଯାଦବ ବିସ୍ଫୋରକ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ। ବାଂଲାଦେଶ ପକ୍ଷରୁ ଆବୁ ଜାୟେସ୍ ସର୍ବାଧିକ ୪ଟି, ଇବାଦତ୍ ହୁସେନ୍ ଓ ମେହିଦୀ ହାସନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ୍ ୧୫୦
ଭାରତ ପ୍ରଥମ ଇନିଂସ୍ ୪୯୩/୬ (ମୟଙ୍କ ଅଗ୍ରୱାଲ୍ ୨୪୩, ଆଜିଙ୍କ୍ୟ ରାହାଣେ ୮୬, ଚେତେଶ୍ୱର ପୂଜାରା ୫୪, ରବୀନ୍ଦ୍ର ଜାଡେଜା ୬୦*, ଉମେଶ ଯାଦବ ୨୫*, ଆବୁ ଜାୟେଦ ୪/୧୦୮)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story