ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟସ୍ ଜିତିଲେ ବିରାଟ୍ କୋହଲି
ସିଡନୀ: ଆଜି ସିଡନୀରେ ହେଉଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭ୍ରମଣକାରୀ ଦଳ ଦ୍ରୁତ ବୋଲର ମହମ୍ମଦା ସାମିଙ୍କୁ ବିଶ୍ରାମ ଦେଇ ତାଙ୍କ ବଦଳରେ ୟଜୁବେନ୍ଦ୍ର ଚହଲଙ୍କୁ ସାମିଲ୍ କରିଛି। ସେହିପରି ଆଘାତ ପ୍ରାପ୍ତ ମନୀଷ ପାଣ୍ଡେଙ୍କ ବଦଳରେ ଶ୍ରେୟସ ଆୟାର ଦଳକୁ ଫେରିଛନ୍ତି।
Captain @imVkohli has won the toss in the 2nd T20I and #TeamIndia are bowling first. pic.twitter.com/ajsRMPl5eb
— BCCI (@BCCI) December 6, 2020
ସେପଟେ ଆଘାତ କାରଣରୁ କଙ୍ଗାରୁ ଦଳର ନିୟମିତ କ୍ୟାପଟେନ ଆରୋନ ଫିଞ୍ଚ ଚୂଡ଼ାନ୍ତ ଏକାଦଶରେ ନାହାନ୍ତି। ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟସମ୍ୟାନ ମାଥ୍ୟୁ ଓ୍ୱେଡ୍ ନେତୃତ୍ୱ ନେଉଛନ୍ତି। ସେହିପରି ଘରୋଇ ଦଳର ଦ୍ରୁତ ବୋଲର ଜୋଶ୍ ହାଜଲହୁଡ ବିଶ୍ରାମ ନେଇଥିବାରୁ ତାଙ୍କ ବଦଳରେ ଆଣ୍ଡ୍ର୍ୟୁ ଟାଏ ଖେଳୁଛନ୍ତି।
ସେହିପରି ଦଳର ଷ୍ଟାର ଅଲରାଉଣ୍ଡର ତଥା ଜବରଦସ୍ତ ଫର୍ମରେ ଥିବା ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।