ପୁଣିି ଟସ୍ ଜିତିଲା ଭାରତ, ବ୍ୟାଟିଂ କରିବ କଙ୍ଗାରୁ
ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅନ୍ତିମ ତଥା ତୃତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପୁଣି ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଚମକପ୍ରଦ ବିଜୟ ସହ ସିରିଜ କବଜା କରି ସାରିଥିବା ଭ୍ରମଣକାରୀ ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ବିନା ପଡ଼ିଆକୁ ଓହ୍ଲାଇଛି।
Tails was the call and tails it is. #TeamIndia captain @imVkohli wins the toss and has opted to bowl first. We are playing the same XI as the previous game. #AUSvIND pic.twitter.com/vOM9Rtlec5
— BCCI (@BCCI) December 8, 2020
ସେପଟେ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିଶଙ୍କ ବଦଳରେ ଘରୋଇ ଦଳର ଅଧିନାୟକ ଆରୋନ୍ ଫିଞ୍ଚ ଟିମକୁ ଫେରିଛନ୍ତି। ତେବେ ଅନ୍ୟତମ ଓପନର ଡି ଅର୍ଶି ଶଟ୍ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଏବେ ତୃତୀୟ ଟି-ଟ୍ୱେଣ୍ଟିକୁ ଜିତି ବିରାଟ ବାହିନୀ ସିରିଜ ହ୍ୱାଇଟ୍ ଓ୍ୱାଶ କରିବା ଲକ୍ଷ୍ୟରେ ଥିବା ବେଳେ ଅଷ୍ଟ୍ରେଲିଆ ଅନ୍ତିମ ବିଜୟ ସହ ସମ୍ମାନ ରଖିବା ପାଇଁ ପଡ଼ିଆକୁ ଓହ୍ଲାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।