ହରମନପ୍ରୀତ୍ ଦେଖାଇଲେ ଅଦ୍ଭୁତ ମ୍ୟାଜିକ୍, ସବୁ ସ୍ତବ୍ଧ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ପୂରା ଭାରତରେ ଲକଡାଉନ୍ ଜାରି ରହିଛି। ଏହି ସମୟରେ କିଛି କ୍ରିକେଟର ନିଜର କଳା ପ୍ରଦର୍ଶନ କରୁଥିବା ବେଳେ କିଛି ଟିକଟକରେ ସକ୍ରିୟ ଅଛନ୍ତି। କିନ୍ତୁ ଭାରତୀୟ ମହିଳା କ୍ରିକେଟର୍ ହରମନପ୍ରୀତ ନିଆରା ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି। ହରମନପ୍ରୀତ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ‘ମ୍ୟାଜିକ୍ ଟ୍ରିକ୍‌’ ଭିଡିଓ ଶେଆର୍ କରିଛନ୍ତି।   View this post on Instagram   Mirror, mirror on the wall, who the […]

harman

harman

Ranjit Kumar Jena
  • Published: Thursday, 23 April 2020
  • Updated: 23 April 2020, 06:27 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ପୂରା ଭାରତରେ ଲକଡାଉନ୍ ଜାରି ରହିଛି। ଏହି ସମୟରେ କିଛି କ୍ରିକେଟର ନିଜର କଳା ପ୍ରଦର୍ଶନ କରୁଥିବା ବେଳେ କିଛି ଟିକଟକରେ ସକ୍ରିୟ ଅଛନ୍ତି। କିନ୍ତୁ ଭାରତୀୟ ମହିଳା କ୍ରିକେଟର୍ ହରମନପ୍ରୀତ ନିଆରା ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି। ହରମନପ୍ରୀତ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ 'ମ୍ୟାଜିକ୍ ଟ୍ରିକ୍‌' ଭିଡିଓ ଶେଆର୍ କରିଛନ୍ତି।

 

View this post on Instagram

 

Mirror, mirror on the wall, who the realest of them all.

A post shared by Harmanpreet Kaur (@imharmanpreet_kaur) on


ଭିଡିଓରେ ହରମନପ୍ରୀତ ନିଜ ଘରର ଦର୍ପଣ ଆଗରେ ଛିଡ଼ା ହୋଇଛନ୍ତି ଏବଂ ଏକ ବଲକୁ ଗ୍ଲାସରେ ପକାଉଛନ୍ତି। କିନ୍ତୁ ଏହି ଭିଡିଓର ବିଶେଷତ୍ୱ ହେଉଛି ଯେ ବଲଟିକୁ ଦର୍ପଣର ଆର୍ ପାର୍ ଯାଉଥିବାର ଦେଖିବାକୁ ମିଳୁଛି। ଏକ ସମୟରେ ଲାଗିଲା ଯେପରି ଦର୍ପଣର ଅନ୍ୟ ପାଶ୍ୱର୍ରେ ତାଙ୍କର ହିଁ ପ୍ରତିଛବି ବଲକୁ ନିଜ ଗ୍ଲାସରେ ଧରୁଛି। ପଞ୍ଜାବର ଏହି ୩୧ ବର୍ଷୀୟା ହରମନପ୍ରୀତ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, "ଦର୍ପଣ, କାନ୍ଥରେ ଦର୍ପଣ, ଏସବୁ ଭିତରେ କିଏ ଅସଲ।"

ହରମନପ୍ରୀତଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଛି। କିଛି ପ୍ରଶଂସକ ମଧ୍ୟ ତାଙ୍କୁ ଏହି ମ୍ୟାଜିକ୍ ପଛର ରହସ୍ୟ କଥା ମଧ୍ୟ ପଚାରିଛନ୍ତି। ଏହା ପୂର୍ବରୁ ହରମନପ୍ରୀତ ନିଜ ଘରେ ଏକ୍ସରସାଇଜ୍ କରୁଥିବାର ଭିଡିଓ ମଧ୍ୟ ଶେଆର୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos