ଇଣ୍ଡୋନେସିଆ ଓପନ୍: ବିଶ୍ୱର ୧ ନମ୍ବର ଖେଳାଳିଙ୍କୁ ହରାଇ ସେମିରେ କଶ୍ୟପ

ଜାକର୍ତା: ଇଣ୍ଡୋନେସିଆ ଓପନ ସୁପର ସିରିଜର ପୁରୁଷ ଏକକ ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତର ପାରୁପଲ୍ଲୀ କଶ୍ୟପ। ପୁଣି ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଚେନ୍ ଲୋଙ୍ଗଙ୍କୁ ହରାଇ ଏ ସଫଳତା ପାଇଛନ୍ତି ସେ। ୧୨ ନମ୍ବର ମାନ୍ୟତା ପ୍ରାପ୍ତ କଶ୍ୟପ ଏକ ଘଣ୍ଟା ତିନି ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚରେ ଚେନ୍ ଲୋଙ୍ଗଙ୍କୁ ୧୪-୨୧,୨୧-୧୭ ଓ ୨୧-୧୪ ଗେମରେ ହରାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା କଶ୍ୟପ ଚେନଙ୍କ ଠାରୁ […]

kashyap

kashyap

Rakesh Mallick
  • Published: Friday, 05 June 2015
  • Updated: 05 June 2015, 04:56 PM IST

ଜାକର୍ତା: ଇଣ୍ଡୋନେସିଆ ଓପନ ସୁପର ସିରିଜର ପୁରୁଷ ଏକକ ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତର ପାରୁପଲ୍ଲୀ କଶ୍ୟପ। ପୁଣି ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଚେନ୍ ଲୋଙ୍ଗଙ୍କୁ ହରାଇ ଏ ସଫଳତା ପାଇଛନ୍ତି ସେ।

୧୨ ନମ୍ବର ମାନ୍ୟତା ପ୍ରାପ୍ତ କଶ୍ୟପ ଏକ ଘଣ୍ଟା ତିନି ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚରେ ଚେନ୍ ଲୋଙ୍ଗଙ୍କୁ ୧୪-୨୧,୨୧-୧୭ ଓ ୨୧-୧୪ ଗେମରେ ହରାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା କଶ୍ୟପ ଚେନଙ୍କ ଠାରୁ ବହୁତ ବଢ଼ିଆ ଖେଳିଥିଲେ।

ଏହି ମ୍ୟାଚ ପୂର୍ବରୁ କଶ୍ୟପ ଓ ଚେନ ଲୋଙ୍ଗ ଆଠଟି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ। ଏଥିରୁ ୭ଟିରେ ଚେନ୍ ଲୋଙ୍ଗ ଜିତି ଥିଲେ। ଗତ ଦୁଇ ବର୍ଷ ହେଲାଣି ପୁରୁଷ ଏକକରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ଲୋଙ୍ଗଙ୍କୁ ଲୀନ ଡୈନଙ୍କ ପରେ ସବୁଠୁ ବଡ଼ ବ୍ୟାଡମିଣ୍ଟନ୍ ଷ୍ଟାର ଭାବେ ବିବେଚନା କରାଯାଏ। ଏହା ପୂର୍ବରୁ କଶ୍ୟପ ୨୦୧୨ରେ ତାଙ୍କୁ ଏହି ଇଣ୍ଡୋନେସିଆ ଓପନରେ ହିଁ ହରାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos