ଗାଙ୍ଗୁଲିଙ୍କ ବିବାଦୀୟ କ୍ୟାଚ ନେଇ ୨୧ ବର୍ଷ ପରେ ମୁହଁ ଖୋଲିଲେ ଇନଜାମାମ୍, ସାଲ୍ୟୁଟ୍ କଲେ ଅଶ୍ୱିନ୍

ନୂଆଦିଲ୍ଲୀ: ୧୯୯୯ ମସିହାରେ ଚେନ୍ନାଇର ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ଭାରତ ହାରି ଯାଇଥିଲା। ତେବେ ଚେନ୍ନାଇ ଦର୍ଶକ ମ୍ୟାଚରେ ପାକିସ୍ତାନ ଦଳକୁ ଏମିତି ସମର୍ଥନ ଜଣାଇଥିଲେ ଯେ ବିଜୟ ପରେ ଉତ୍ସାହିତ ପାକ୍ ଦଳର ସମସ୍ତ ଖେଳାଳି ପଡ଼ିଆ ଚାରିପାଖେ ବୁଲିଥିଲେ ଏବଂ ଷ୍ଟାଡିଅମରେ ଉପସ୍ଥିତ ସମସ୍ତ ଦର୍ଶକ ଛିଡ଼ା ହୋଇ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାକୁ ଆଜି ଯାଏ ଭୁଲି ନାହାନ୍ତି ଦି ଗ୍ରେଟ୍ ପାକିସ୍ତାନୀ ଇଞ୍ଜିମାମ ଉଲ୍ ହକ୍ । ଭାରତୀୟ […]

inzamam ganguly

inzamam ganguly

Subhransu Sekhar
  • Published: Saturday, 21 November 2020
  • Updated: 21 November 2020, 02:07 PM IST

Sports

Latest News

ନୂଆଦିଲ୍ଲୀ: ୧୯୯୯ ମସିହାରେ ଚେନ୍ନାଇର ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ଭାରତ ହାରି ଯାଇଥିଲା। ତେବେ ଚେନ୍ନାଇ ଦର୍ଶକ ମ୍ୟାଚରେ ପାକିସ୍ତାନ ଦଳକୁ ଏମିତି ସମର୍ଥନ ଜଣାଇଥିଲେ ଯେ ବିଜୟ ପରେ ଉତ୍ସାହିତ ପାକ୍ ଦଳର ସମସ୍ତ ଖେଳାଳି ପଡ଼ିଆ ଚାରିପାଖେ ବୁଲିଥିଲେ ଏବଂ ଷ୍ଟାଡିଅମରେ ଉପସ୍ଥିତ ସମସ୍ତ ଦର୍ଶକ ଛିଡ଼ା ହୋଇ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାକୁ ଆଜି ଯାଏ ଭୁଲି ନାହାନ୍ତି ଦି ଗ୍ରେଟ୍ ପାକିସ୍ତାନୀ ଇଞ୍ଜିମାମ ଉଲ୍ ହକ୍ ।

ଭାରତୀୟ ଷ୍ଟାର୍ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭିଡିଓ କନଫରେନ୍ସିଂ ଆଲୋଚନା ବେଳେ ଏହି ପୂର୍ବତନ ଅଧିନାୟକ ଚେନ୍ନାଇ ମ୍ୟାଚ୍ ସବୁବେଳେ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି। ତେବେ ଏହି ଆଲୋଚନା ବେଳେ ଏହି ମହାନ୍ ଖେଳାଳି ସେହି ମ୍ୟାଚର ଏକ ବିବାଦୀୟ ପୃଷ୍ଠାକୁ ସ୍ପଷ୍ଟ ଭାବେ ସ୍ୱୀକାର କରିଛନ୍ତି।

ସାକେଲିନ୍ ମୁସ୍ତାକଙ୍କ ବଲରେ ଗାଙ୍ଗୁଲିଙ୍କ କଭର୍ ଡ୍ରାଇଭ୍ ପ୍ରଥମେ ସିଲି ପଏଣ୍ଟରେ ଫିଲିଡିଂ କରୁଥିବା ଆଝାର ମେହେମ୍ମୁଦଙ୍କ ଦେହରେ ବାଜିବା ପରେ ୱିକେଟ୍ କିପର ମୋଇନ୍ ଖାଁ କ୍ୟାଚ୍ ନେଇଥିଲେ। ଅମ୍ପାୟାର୍ ମଧ୍ୟ ଗାଙ୍ଗୁଲିଙ୍କୁ ଆଉଟ୍ ଦେଇଥିଲେ। ତେବେ ଏହି ବିବାଦୀୟ କ୍ୟାଚ୍ ପାଇଁ ସେତେବେଳେ ଚେନ୍ନାଇର ଦର୍ଶକ ଅମ୍ପାୟାରଙ୍କୁ କଡ଼ା ସମାଲୋଚନା ଦେବା ସହ ନାରାବାଜି ମଧ୍ୟ କରିଥିଲେ। ଏହି ବିବାଦୀୟ କ୍ୟାଚ ସନ୍ଦେହଜନକ ଥିଲା ବୋଲି ପାକିସ୍ତାନର ସର୍ବକାଳୀନ ମହାନ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଇଞ୍ଜିମାମ୍ ସ୍ୱୀକାର କରିଛନ୍ତି। ଇଂଜିଙ୍କ କହିଥିଲେ ଯେ ସେ ଏହି ବିବାଦୀୟ କ୍ୟାଚ୍ ବେଳେ ପଡ଼ିଆରେ ନ ଥିଲେ। ତାଙ୍କ ବଦଳ ଖେଳାଳି ରୂପେ ଆଝାର୍ ମେହେମ୍ମୁଦ୍ ଫିଲଡିଂ କରୁଥିଲେ। ଏହା ସତ୍ତ୍ୱେ କ୍ୟାଚଟି ସନ୍ଦେହଜନ ଥିବା ଇଂଜି କହିଛନ୍ତି। ଆଉ ଦୀର୍ଘ ୨୧ ବର୍ଷ ପରେ ଇଂଜିଙ୍କ ଏହି ସ୍ପଷ୍ଟ ସ୍ୱୀକାର ଯୋଗୁ ଅଶ୍ୱିନ ତାଙ୍କୁ ତତକ୍ଷଣାତ୍ ସାଲ୍ୟୁଟ୍ ମାରିଥିଲେ।

ସୂଚନାଯୋଗ୍ୟ, ସେତେବଳେ ଅଶ୍ୱିନ ଏହି ମ୍ୟାଚ ଦେଖିବା ପାଇଁ ପଡ଼ିଆରେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଅଶ୍ୱିନ୍ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story