ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସ୍ୱାର୍ଥୀ କହିଲେ ଇଞ୍ଜାମାମ୍

ନୂଆଦିଲ୍ଲୀ: ପାକିସ୍ତାନର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଇଞ୍ଜାମାମ୍ ଉଲ୍-ହକ୍ ନିଜର ମଜଭୁତ୍ ବ୍ୟାଟିଂ ବଳରେ ବିରୋଧୀ ଦଳକୁ ଚିନ୍ତାରେ ପକାଇ ଦେଉଥିଲେ। ଏପରିକି ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ମଧ୍ୟ ତାଙ୍କର ଜବରଦସ୍ତ ରେକର୍ଡ ରହିଛି। ତାଙ୍କ ଖେଳିବା ସମୟରେ ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ଥିଲା। କିନ୍ତୁ ନିକଟ ଅତୀତରେ ଭାରତ ବିରୋଧରେ ପାକିସ୍ତାନର ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ତେବେ ଏହି କଥାକୁ ଗ୍ରହଣ କରିଛନ୍ତି ଖୋଦ୍ ଇଞ୍ଜାମାମ। ପୂର୍ବତନ କ୍ରିକେଟର୍ […]

inzamama

inzamama

Ranjit Kumar Jena
  • Published: Thursday, 23 April 2020
  • Updated: 23 April 2020, 02:51 PM IST

ନୂଆଦିଲ୍ଲୀ: ପାକିସ୍ତାନର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଇଞ୍ଜାମାମ୍ ଉଲ୍-ହକ୍ ନିଜର ମଜଭୁତ୍ ବ୍ୟାଟିଂ ବଳରେ ବିରୋଧୀ ଦଳକୁ ଚିନ୍ତାରେ ପକାଇ ଦେଉଥିଲେ। ଏପରିକି ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ମଧ୍ୟ ତାଙ୍କର ଜବରଦସ୍ତ ରେକର୍ଡ ରହିଛି। ତାଙ୍କ ଖେଳିବା ସମୟରେ ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ଥିଲା। କିନ୍ତୁ ନିକଟ ଅତୀତରେ ଭାରତ ବିରୋଧରେ ପାକିସ୍ତାନର ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ତେବେ ଏହି କଥାକୁ ଗ୍ରହଣ କରିଛନ୍ତି ଖୋଦ୍ ଇଞ୍ଜାମାମ। ପୂର୍ବତନ କ୍ରିକେଟର୍ ରମିଜ୍ ରାଜାଙ୍କ ୟୁଟ୍ୟୁବ୍ ଶୋ'ରେ ଇଞ୍ଜାମାମ ନିଜ ସମୟର କିଛି ରୋଚକ କଥାର ଖୁଲାସା କରିଛନ୍ତି। ଏପରିକି ଏହି ଭିଡିଓରେ ମଧ୍ୟ ସେ ତତ୍କାଳୀନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ କିଛି ଅଭିଯୋଗ ମଧ୍ୟ ଲଗାଇଛନ୍ତି।

ଇଞ୍ଜାମାମ କହିଛନ୍ତି, କାଗଜରେ ପାକିସ୍ତାନ ତୁଳନାରେ ଭାରତୀୟ ବ୍ୟାଟିଂଲାଇନ୍ ବେଶ୍ ମଜଭୁତ୍। ଯେତେବେଳେ ଆମେ ଭାରତ ବିପକ୍ଷରେ ଖେଳୁଥିଲୁ, ସେତେବେଳେ ସେମାନଙ୍କର ବ୍ୟାଟିଂ ଶକ୍ତିଶାଳୀ ଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ କେବଳ ନିଜ ପାଇଁ ଖେଳନ୍ତି। କିନ୍ତୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ସର୍ବଦା ନିଜ ଟିମ୍ ପାଇଁ ପ୍ରଦର୍ଶନ କରୁଥିଲେ। ଆମ ବ୍ୟାଟ୍ସମ୍ୟାନ୍ ଯଦି ୩୦-୪୦ ରନ୍ କରୁଥିଲେ, ତାହା ଟିମ୍ ପାଇଁ ଥିଲା। ତେବେ ଭାରତ ପକ୍ଷରୁ ଯଦି କେହି ଶତକ ମାରନ୍ତି, ତାହା କେବଳ ନିଜ ବ୍ୟକ୍ତିଗତ ରେକର୍ଡ ପାଇଁ ଉଦିଷ୍ଟ ଥିଲା। ଭାରତୀୟମାନେ କେବେବି ନିଜ ଟିମ୍ ପାଇଁ ଖେଳୁନଥିଲେ। ତେଣୁ ସେହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେହି ଅନ୍ତର ଥିଲା।

ଏହି ଚାଟ୍ ଶୋ'ରେ ଇଞ୍ଜାମାନ ପୂର୍ବତନ କ୍ୟାପଟେନ୍ ଇମ୍ରାନ୍ ଖାନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ହୁଏତ ଇମ୍ରାନ୍ ଟେକ୍ନିକାଲ କ୍ୟାପଟେନ୍ ନଥିଲେ, କିନ୍ତୁ ସେ ସର୍ବଦା ନିଜ ଖେଳାଳିଙ୍କୁ ସମର୍ଥନ କରୁଥିଲେ ଏବଂ ଏହି କାରଣରୁ ଟିମରେ ତାଙ୍କୁ ବହୁତ ସମ୍ମାନ ମିଳୁଥିଲା। ୧୯୯୨ରେ ଇମ୍ରାନଙ୍କ କ୍ୟାପଟେନ୍ସିରେ ପାକିସ୍ତାନ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ଇମ୍ରାନଙ୍କ ସମ୍ବନ୍ଧରେ ଇଞ୍ଜାମାମ ଆହୁରି କହିଛନ୍ତି, ଇମ୍ରାନ୍ କହୁଥିଲେ ଯେ ଯଦି ଇଞ୍ଜାମାମ୍ ରନ୍ କରିବେ, ତାହେଲେ ଆମେ ନିଶ୍ଚୟ ବିଶ୍ୱକପ୍ ଜିତିବୁ।

ସୂଚନାଯୋଗ୍ୟ, ୧୯୯୨ ବିଶ୍ୱକପ୍ ସେମିଫାଇନାଲରେ ଇଞ୍ଜାମାମ ନ୍ୟୁଜିଲ୍ୟାଣ୍ଡ୍‌ ବିପକ୍ଷରେ ୩୭ ବଲରେ ୬୦ ରନର ଇନିଂସ୍ ଖେଳିଥିଲେ। ସେହିପରି ଇଂଲଣ୍ଡ ବିପକ୍ଷ ଫାଇନାଲରେ ସେ ୩୫ ବଲରେ ୪୨ ରନ୍ ସଂଗ୍ରହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos