ଆଇପିଏଲ୍ ୨୦୨୦: ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ରାହାଣେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ଟ୍ରେଡିଂ ପ୍ରକ୍ରିୟା ଜାରି ରହିଛି। ଭାରତୀୟ ଟେଷ୍ଟ ଦଳର ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ୨୦୨୦ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ। ଗୁରୁବାର ରାଜସ୍ଥାନ ରୟାଲ୍ସ ତା’ର ସବୁଠାରୁ ଅଭିଜ୍ଞ ଖେଳାଳି ରାହାଣେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ଟ୍ରେଡ୍ କରିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ରାହୁଲ ତେୱାତିଆଙ୍କୁ ରିଲିଜ୍ କରିଛି। ଟି-୨୦ କ୍ରିକେଟରେ ୪ହଜାରୁ ଊର୍ଦ୍ଧ୍ୱ […]

rahane

rahane

Ranjit Kumar Jena
  • Published: Thursday, 14 November 2019
  • Updated: 14 November 2019, 07:17 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ଟ୍ରେଡିଂ ପ୍ରକ୍ରିୟା ଜାରି ରହିଛି। ଭାରତୀୟ ଟେଷ୍ଟ ଦଳର ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ୨୦୨୦ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ। ଗୁରୁବାର ରାଜସ୍ଥାନ ରୟାଲ୍ସ ତା'ର ସବୁଠାରୁ ଅଭିଜ୍ଞ ଖେଳାଳି ରାହାଣେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ଟ୍ରେଡ୍ କରିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ରାହୁଲ ତେୱାତିଆଙ୍କୁ ରିଲିଜ୍ କରିଛି।

ଟି-୨୦ କ୍ରିକେଟରେ ୪ହଜାରୁ ଊର୍ଦ୍ଧ୍ୱ ରନ୍ କରିଥିବା ରାହାଣେ ଆଇପିଏଲର ପ୍ରାରମ୍ଭିକ ଦୁଇଟି ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ୨୦୧୦ ସିଜନରୁ ଓହରିବା ପରେ ସେ ରାଜସ୍ଥାନ ରୟାଲ୍ସ ଦଳର ନିୟମିତ ସଦସ୍ୟ ରହିଥିଲେ। ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ରୟାଲ୍ସ ପକ୍ଷରୁ ୧୦୦ ମ୍ୟାଚ୍ ଖେଳିଥିବା ରାହାଣେ ୨୪ ମ୍ୟାଚରେ ଏହି ଟିମର ନେତୃତ୍ୱ ନେଇଛନ୍ତି। ସେ ଆଇପିଏଲରେ ରୟାଲ୍ସ ପକ୍ଷରୁ ୩୪.୨୬ ହାରରେ ୨୮୧୦ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ଷ୍ଟ୍ରାଇକରେଟ୍ ୧୨୨.୬୫ ରହିଛି। ଏହାବ୍ୟତୀତ ତାଙ୍କ ନାଁରେ ଆଇପିଏଲରେ ଦୁଇଟି ଶତକ ଏବଂ ୧୭ ଅର୍ଦ୍ଧଶତକ ମଧ୍ୟ ରହିଛି।

ରାହାଣେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ଏବଂ ପୁଣି ୨୦୧୮ ଓ ୨୦୧୯ ସିଜନରେ ରାଜସ୍ଥାନ ଟିମର ପ୍ରତିନିଧିତ୍ୱ କରିଥିଲେ। ଗତ ସିଜନରେ ସେ କ୍ୟାପଟେନ୍ ଭାବେ ଶୁଭାରମ୍ଭ କରିଥିଲେ, କିନ୍ତୁ ସିଜନ ଅଧାରୁ ହିଁ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାପଟେନ୍ ଭାର ପ୍ରଦାନ କରାଯାଇଥିଲେ। କ୍ୟାପଟେନ୍ ଭାବେ ରାହାଣେଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ରହିନଥିଲେ। କିନ୍ତୁ କ୍ୟାପଟେନ୍ ପଦ ଛାଡ଼ିବା ପରେ ତାଙ୍କ ବ୍ୟାଟରୁ ପ୍ରଚୁର ରନ୍ ବର୍ଷିଥିଲା। ସେ ଦିଲ୍ଲୀ ବିପକ୍ଷରେ ୧୦୫ ରନର ଶତକୀୟ ଇନିଂସ୍ ଖେଳିଥିଲେ। ସିଜନରେ ସେ ୧୪ ମ୍ୟାଚରେ ୩୯୩ ରନ୍ କରିଥିଲେ। ସେ ଆଇପିଏଲରେ ୧୪୦ ମ୍ୟାଚ୍ ଖେଳି ୩୮୨୦ ରନ୍ କରଛନ୍ତି। ୪ କୋଟି ଟଙ୍କାରେ ରୟାଲ୍ସ ଟିମରେ ସାମିଲ୍ ହୋଇଥିବା ରାହାଣେ ଭାରତ ପକ୍ଷରୁ ଶେଷଥର ପାଇଁ ଅଗଷ୍ଟ, ୨୦୧୬ରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେହିପରି ୨୦୧୮ରେ ସେ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ।

ରାହାଣେଙ୍କ ପରେ ଦିଲ୍ଲୀ ଟିମ୍ ମାର୍କଣ୍ଡେ ଓ ତେୱାତିଆକୁ ରୟାଲ୍ସକୁ ଟ୍ରେଡ୍ କରିଛି। ମାର୍କଣ୍ଡେ ମୁମ୍ବାଇ ଇଣ୍ଡିଆନ୍ସରୁ ଦିଲ୍ଲୀ ଟ୍ରାନ୍ସଫର୍ ହୋଇଥିଲେ । କିନ୍ତୁ ଏବେ ତାଙ୍କୁ ରୟାଲ୍ସ ଟିମକୁ ଟ୍ରାନ୍ସଫର୍ କରାଯାଇଛି। ମାର୍କଣ୍ଡେ ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ୧୭ ମ୍ୟାଚରେ ୮.୫୪ ହାରରେ ୧୬ ୱିକେଟ୍ ନେଇଥିଲେ । ମୁମ୍ବାଇ ପକ୍ଷରୁ ଉନ୍ନତ ପ୍ରଦର୍ଶନ କରି ମାର୍କଣ୍ଡେ ଜାତୀୟ ଟି-୨୦ ଦଳରେ ସ୍ଥାନ ହାସଲ କରିଥିଲେ।

ତେୱାତିଆ ୨୦୧୪ରେ ରୟାଲ୍ସ ଟିମ୍ ପକ୍ଷରୁ ଖେଳି ଆଇପିଏଲ ଶୁଭାରମ୍ଭ କରିବା ପରେ ପୁଣିଥରେ ଏହି ଟିମ୍ ସହ ଯୋଡ଼ି ହୋଇଛନ୍ତି। ୨୦୧୪ରେ ରୟାଲ୍ସ ତାଙ୍କୁ ୧୦ଲକ୍ଷ ଟଙ୍କାରେ କିଣିଥିଲା। ସେ ୨୦୧୫ରେ ମଧ୍ୟ ଏହି ଟିମର ସଦସ୍ୟ ଥିଲେ ଏବଂ ପୁଣି ୨୦୧୭ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳିଥିଲେ। ତେୱାତିଆ ୨୦୧୮ ଓ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପକ୍ଷରୁ ଖେଳିଥିଲେ। ରାହାଣେଙ୍କ ସାମିଲ୍ ହେବା ଦ୍ୱାରା ଦିଲ୍ଲୀ ଟିମ୍ ବେଶ୍ ମଜଭୁତ୍ ହୋଇଛି। ତାଙ୍କ ପୂର୍ବରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦିଲ୍ଲୀ ଟିମରେ ସାମିଲ୍ ହୋଇଥିଲେ। ଶିଖର ଧୱନ୍‌, ପୃଥ୍ୱୀ ଶ', ଋଷଭ ପନ୍ତ ଓ ଶ୍ରେୟସ୍ ଆୟର୍ ପୂର୍ବରୁ ଦିଲ୍ଲୀ ସହ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story