ଟି-୨୦ ବିଶ୍ୱକପ୍ ବଦଳରେ ଆଇପିଏଲ୍ ଆୟୋଜନ ସପକ୍ଷରେ ମ୍ୟାକକୁଲମ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସବୁ କ୍ରିକେଟ୍ ଗତିବିଧି ବନ୍ଦ ରହିଛି। ଏହି କ୍ରମରେ ଆଇପିଏଲର ୧୩ଶ ସଂସ୍କରଣକୁ ମଧ୍ୟ ସ୍ଥଗିତ କରାଯାଇଛି। ତେବେ ଚଳିତ ବର୍ଷ ଆଇପିଏଲ୍ ଆୟୋଜନ ହେବ କି ନାହିଁ, ତାହା ଉପରେ ପ୍ରଶ୍ନବାଚୀ ଲାଗି ରହିଛି। ଏପରିକି ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ମଧ୍ୟ ସ୍ଥଗିତ ହେବାର ସମ୍ଭାବନା ଦେଖା ଦେଇଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ତଥା କୋଲକାତା ନାଇଟ୍ ରାଇଡର୍ସ […]

mccullam

mccullam

Ranjit Kumar Jena
  • Published: Thursday, 23 April 2020
  • Updated: 23 April 2020, 05:36 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସବୁ କ୍ରିକେଟ୍ ଗତିବିଧି ବନ୍ଦ ରହିଛି। ଏହି କ୍ରମରେ ଆଇପିଏଲର ୧୩ଶ ସଂସ୍କରଣକୁ ମଧ୍ୟ ସ୍ଥଗିତ କରାଯାଇଛି। ତେବେ ଚଳିତ ବର୍ଷ ଆଇପିଏଲ୍ ଆୟୋଜନ ହେବ କି ନାହିଁ, ତାହା ଉପରେ ପ୍ରଶ୍ନବାଚୀ ଲାଗି ରହିଛି। ଏପରିକି ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ମଧ୍ୟ ସ୍ଥଗିତ ହେବାର ସମ୍ଭାବନା ଦେଖା ଦେଇଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ତଥା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଟିମର କୋଚ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ ଆଇପିଏଲ୍ ଆୟୋଜନକୁ ନେଇ ବଡ଼ ପ୍ରସ୍ତାବ ଦେଇଛନ୍ତି। ମ୍ୟାକକୁଲମଙ୍କ ମତରେ, ଚଳିତ ବର୍ଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରାଯାଉ ଏବଂ ଏହା ବଦଳରେ ବ୍ୟୟବହୁଳ ଟି-୨୦ ଲିଗର ଆୟୋଜନ କରାଯିବା ଦରକାର।

କରୋନା ଯୋଗୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ, ଏହି ଲିଗ୍ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଆଇପିଏଲ୍ ପାଇଁ ଏବେବି ବାଟ ଖୋଲା ରହିଥିବା ମ୍ୟାକକୁଲମ୍ କହିଛନ୍ତି। ମ୍ୟାକକୁଲମ୍ କହିଛନ୍ତି, ମୋତେ ଲାଗୁଛି ଆଇପିଏଲ୍ ଆୟୋଜନ ପାଇଁ ବିସିସିଆଇକୁ ଅକ୍ଟୋବର ୱିଣ୍ଡୋ ମିଳିବା ଦରକାର ଏବଂ ଆଇସିସି ଟି-୨୦ ବିଶ୍ୱକପକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ କରାଯାଉ।

ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡରେ ମହିଳା ଦିନିକିଆ ବିଶ୍ୱକପ୍ ଆୟୋଜନ ହେବ। ଏହା ଉପରେ ମ୍ୟାକକୁଲମ୍ କହିଛନ୍ତି, ମୋ ମତରେ ଆଇସିସି ମହିଳା ବିଶ୍ୱକପକୁ ମଧ୍ୟ ସ୍ଥଗିତ କରାଯିବା ଦରକାର। ଆମେ ଚାହୁଁଛୁ ଯେ ସମସ୍ତ ତିନୋଟି (ଆଇପିଏଲ୍‌, ଟି-୨୦ ବିଶ୍ୱକପ୍‌, ମହିଳା ବିଶ୍ୱକପ୍‌) ଯାକ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉ। ମୋତେ କାଇଁ ଲାଗୁନି ଯେ ଟି-୨୦ ବିଶ୍ୱକପକୁ ବିନା ଦର୍ଶକରେ ଆୟୋଜନ କରାଯିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଲାଗିଥିବା କଟକଣା ଯୋଗୁ ସମସ୍ତ ୧୬ଟି ଯାକ ଅଷ୍ଟ୍ରେଲିଆରେ ପହଞ୍ଚି ପାରିବେ ନାହିଁ।

ସୂଚନାଯୋଗ୍ୟ, ପୂର୍ବରୁ ବିସିସିଆଇ ସ୍ପଷ୍ଟ କରିସାରିଛି ଯେ ଯଦି ଆଇପିଏଲ୍ ଆୟୋଜନ ନହୁଏ, ତାହେଲେ କୌଣସି ଖେଳାଳି କିମ୍ବା ସହଯୋଗୀ ଷ୍ଟାଫଙ୍କୁ ପ୍ରାପ୍ୟ ମିଳିବ ନାହିଁ। ଏପରିକି ଆଇପିଏଲ୍ ନହେଲେ ବିସିସିଆଇ ସମେତ ସମସ୍ତ ଫ୍ରାଞ୍ଚାଇଜି, ବ୍ରଡକାଷ୍ଟର, ଷ୍ଟେକହୋଲ୍ଡରଙ୍କୁ ବିପୁଳ କ୍ଷତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story