ଧୋନୀଙ୍କ ଝିଅ ଜୀଭା ସହ କୋହଲିଙ୍କ ମସ୍ତି ଭରା ଅନ୍ଦାଜ: ଭାଇରାଲ୍‌ ହେଲା ଭିଡ଼ିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ସମୟରେ ଭାରତୀୟ ଦଳର ଖେଳାଳି ଧୋନୀଙ୍କ ଘରକୁ ବି ଯାଇଥିଲେ। ଧୋନୀ ତାଙ୍କ ନୂଆ ଘରକୁ ଭାରତୀୟ ଦଳକୁ ଆମନ୍ତ୍ରଣ କରିଥିଲେ। ଏହି ସମୟରେ ଭାରତୀୟ ଅଧିନାୟକ କୋହଲି ଏକ ଭିଡିଓ ରେକର୍ଡିଂ କରି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ ବିରାଟ ଧୋନୀଙ୍କ ଝିଅ ଜୀଭା ସହ ମସ୍ତି ମୁଡ୍‌ରେ ଥିଲେ। ବିରାଟ ଜୀଭାଙ୍କ ସହ ଏମିତି କଥା ହେଉଥିଲେ ଯାହା ଦେଖଣାହାରିଙ୍କ ପାଇଁ ମନୋରଂଜନର ଖୋରାକ ଯୋଗାଇଥିଲା।