ଲଲିତ ଭାନୋତ ଏସିଆନ ଆଥଲେଟିକ୍ସ ଆସୋସିଏସନ ଉପ-ସଭାପତି ନିର୍ବାଚିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଲିମ୍ପିକ ଆସୋସିଏସନର ପୂର୍ବତନ ସଂପାଦକ ଲଲିତ ଭାନୋତ ସୋମବାର ଏସିଆନ ଆଥଲେଟିକ୍ସ ଆସୋସିଏସନ (ଏଏଏ)ର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଥଲେଟିକ୍ସ ଫେଡେରସନ୍ ଅଫ୍ ଇଣ୍ଡିଆର ସୁପାରିଶ କ୍ରମେ ଭାନୋତ୍ ଏହି ନିର୍ବାଚନ ଲଢ଼ିଥିଲେ। ଏଏଏର ୫ଟି ଉପ-ସଭାପତି ପଦ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ହୋଇଥିଲେ। ଜୋରଦାର ଲଢ଼େଇ ସତ୍ତ୍ୱେ ଭାନୋତ ଅତି ସହଜରେ ଗୋଟିଏ ଉପ-ସଭାପତି ପଦ ପାଇବାରେ ସଫଳ ହୋଇଛନ୍ତି। ଭାନୋତ ବର୍ତ୍ତମାନ ଏଏଫଆଇର ଯୋଜନା କମିଟିର ଅଧ୍ୟକ୍ଷ […]

lalitbhanot

lalitbhanot

Rakesh Mallick
  • Published: Monday, 01 June 2015
  • Updated: 01 June 2015, 09:50 AM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଲିମ୍ପିକ ଆସୋସିଏସନର ପୂର୍ବତନ ସଂପାଦକ ଲଲିତ ଭାନୋତ ସୋମବାର ଏସିଆନ ଆଥଲେଟିକ୍ସ ଆସୋସିଏସନ (ଏଏଏ)ର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଆଥଲେଟିକ୍ସ ଫେଡେରସନ୍ ଅଫ୍ ଇଣ୍ଡିଆର ସୁପାରିଶ କ୍ରମେ ଭାନୋତ୍ ଏହି ନିର୍ବାଚନ ଲଢ଼ିଥିଲେ। ଏଏଏର ୫ଟି ଉପ-ସଭାପତି ପଦ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ହୋଇଥିଲେ। ଜୋରଦାର ଲଢ଼େଇ ସତ୍ତ୍ୱେ ଭାନୋତ ଅତି ସହଜରେ ଗୋଟିଏ ଉପ-ସଭାପତି ପଦ ପାଇବାରେ ସଫଳ ହୋଇଛନ୍ତି।

ଭାନୋତ ବର୍ତ୍ତମାନ ଏଏଫଆଇର ଯୋଜନା କମିଟିର ଅଧ୍ୟକ୍ଷ ଅଛନ୍ତି।

୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି ଅଭିଯୋଗରେ ସେ କିଛି ଦିନ ଜେଲରେ ଥିବା ଯୋଗୁ ଗତବର୍ଷ ଆଇଓଏ ନିର୍ବାଚନ ଲଢ଼ିବାକୁ ତାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ବାରଣ କରିଥିଲା। ତେବେ ଏଏଏ ପକ୍ଷରୁ ନିର୍ବାଚନ ଲଢ଼ିବା ନେଇ ତାଙ୍କୁ କୌଣସି ପ୍ରକାର ସର୍ତ୍ତ ରଖାଯାଇ ନଥିଲା କି ବାରଣ ବି କରାଯାଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos