ହାଇଦ୍ରାବାଦକୁ ଜିତାଇଲେ ମନୀଷ ପାଣ୍ଡେ-ବିଜୟ ଶଙ୍କର

ଦୁବାଇ: ମନୀଷ ପାଣ୍ଡେଙ୍କ ବିସ୍ଫୋରକ ଓ ବିଜୟ ଶଙ୍କର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ଫିକା ପଡ଼ିଛି ରାଜସ୍ଥାନ ରୟାଲ୍ସ। ପାଣ୍ଡେଙ୍କ ଅପରାଜିତ ୮୩ ଓ ବିଜୟ ଶଙ୍କରଙ୍କ ୫୨ ରନ୍‌ ବଳରେ ହାଇଦ୍ରାବାଦ ୬ ୱିକେଟରେ ରାଜସ୍ଥାନକୁ ପରାସ୍ତ କରିଛି। ଏହି ବିଜୟ ସହ ହାଇଦ୍ରାବାଦ ୭ମରୁ ୫ମ ଓ ରାଜସ୍ଥାନ ପରାଜୟ ଯୋଗୁ ୭ମ ସ୍ଥାନକୁ ଚାଲି ଆସିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୬ ୱିକେଟ ହରାଇ ୧୫୪ ରନ୍‌ କରିଥିଲା। ତେବେ […]

fg

fg

Hemant Lenka
  • Published: Thursday, 22 October 2020
  • Updated: 22 October 2020, 11:11 PM IST

Sports

Latest News

ଦୁବାଇ: ମନୀଷ ପାଣ୍ଡେଙ୍କ ବିସ୍ଫୋରକ ଓ ବିଜୟ ଶଙ୍କର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ଫିକା ପଡ଼ିଛି ରାଜସ୍ଥାନ ରୟାଲ୍ସ। ପାଣ୍ଡେଙ୍କ ଅପରାଜିତ ୮୩ ଓ ବିଜୟ ଶଙ୍କରଙ୍କ ୫୨ ରନ୍‌ ବଳରେ ହାଇଦ୍ରାବାଦ ୬ ୱିକେଟରେ ରାଜସ୍ଥାନକୁ ପରାସ୍ତ କରିଛି। ଏହି ବିଜୟ ସହ ହାଇଦ୍ରାବାଦ ୭ମରୁ ୫ମ ଓ ରାଜସ୍ଥାନ ପରାଜୟ ଯୋଗୁ ୭ମ ସ୍ଥାନକୁ ଚାଲି ଆସିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୬ ୱିକେଟ ହରାଇ ୧୫୪ ରନ୍‌ କରିଥିଲା। ତେବେ ହାଇଦ୍ରାବାଦ ୧୧ ବଲ ପୂର୍ବରୁ ୮ ୱିକେଟରେ ଦମଦାର ବିଜୟ ହାସଲ କରିଛି।

ଟସ୍‌ ଜିତି ସନ ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନର ଦୁଇ ଓପନର ବେନ ଷ୍ଟୋକ୍ସ ଓ ରବିନ ଉଥାପ୍ପା ଦ୍ରୁତ ଆରମ୍ଭ କରିଥିଲେ ହେଁ ପୁଣିଥରେ ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ।

ରବିନ ଉଥାପ୍ପା ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୯ ରନ୍‌ କରିଥିବା ବେଳେ ରନ୍‌ ଆଉଟ ହୋଇଯାଇଥିଲେ। ସଞ୍ଜୁ ସାମସନ ଓ ଷ୍ଟୋକ୍ସ ସ୍ଥିତି ସମ୍ଭାଳି ୫୬ ରନ୍‌ର ଭାଗିଦାରୀ କରିଥିଲେ। କିନ୍ତୁ ସାମସନ(୩୬)ଙ୍କୁ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜେସନ ହୋଲଡର ବୋଲ୍ଡ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଷ୍ଟୋକ୍ସ(୩୦)ଙ୍କୁ ରଶିଦ ଖାନ ବୋଲ୍ଡ କରି ରାଜସ୍ଥାନକୁ ତୃତୀୟ ଝଟକା ଦେଇଥିଲେ। ଶେଷରେ ଜୋଫ୍ରା ଆର୍ଚର ଅପରାଜିତ ୧୬, ରିୟାନ ପରାଗଙ୍କ ୨୦ ଓ ଷ୍ଟିଭ ସ୍ମିଥଙ୍କ ୧୯ ରନ୍‌ ବଳରେ ରାଜସ୍ଥାନ ୬ ୱିକେଟ ହରାଇ ୧୫୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୧୫୫ ରନ୍‌ର ଟାର୍ଗେଟ ପାଇଥିବା ହାଇଦ୍ରାବାଦ ଆରମ୍ଭରୁ ୱାର୍ଣ୍ଣର(୪) ଓ ଜନ୍ନି ବେୟାରଷ୍ଟୋ(୧୦)ଙ୍କୁ ହରାଇଥିଲା। ଉଭୟଙ୍କ ୱିକେଟ ଆର୍ଚର ନେଇଥିଲେ। ୧୬ ରନ୍‌ରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ହାଇଦ୍ରାବାଦ ପାଇଁ ଦୁଇ ଯୁବ ଖେଳାଳି ପାଣ୍ଡେ ଓ ଶଙ୍କର ମଙ୍ଗ ସମ୍ଭାଳିଥିଲେ।

ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ମନୀଷ ପାଣ୍ଡ ବିସ୍ଫୋରକ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ବିଜୟ ଶଙ୍କର ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ଅପରାଜିତ ୧୪୦ ରନ୍‌ର ଭାଗିଦାରୀ କରି ଦଳକୁ ୬ ୱିକେଟରେ ବିଜୟ କରାଇଥିଲେ।

ପାଣ୍ଡେ ୪୭ ବଲରେ ୮୩ ଓ ବିଜୟ ଶଙ୍କର ୫୧ ବଲରେ ୫୨ ରନ୍‌ର ଇନିଂସ ଖେଳିଛନ୍ତି। ପାଣ୍ଡେ ତାଙ୍କ ଇନିଂସ୍‌ରେ ୮ଟି ଛକା ଓ ୪ଟି ଚୌକା ମାରିଛନ୍ତି। ସେହିପରି ବିଜୟ ୬ଟି ଚୌକା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story