ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌:ଅଷ୍ଟେଲିଆକୁ ୮ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଗ୍ରୁପ-‘ବି’ର ଧର୍ମଶାଳାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌କୁ ଜିତି ନେଇଛି ନ୍ୟୁଜିଲାଣ୍ଡ। ଦଳ ଅଷ୍ଟ୍ରେଲିଆକୁ ଆଜି ୮ ରନରେ ହରାଇଛନ୍ତି। ଏହି ବିଜୟ ସହ ଟେବୁଲର ଶୀର୍ଷରେ ରହିଛି ନ୍ୟୁଜିଲାଣ୍ଡ। ପୂର୍ବରୁ ନ୍ୟୁଜିଲାଣ୍ଡ ଭାରତକୁ ୪୭ ରନ୍‌ରେ ପରାଜିତ କରିଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୪୨ ରନ୍‌ କରିଥିଲା। ଦଳ ପକ୍ଷରୁ ପକ୍ଷରୁ ମାର୍ଟିନ୍‌ ଗୁପ୍ତିଲ୍‌ ୨୭ ବଲ୍‌ରେ ୩୯ରନ୍‌, କେନ୍‌ ୱିଲିୟମସନ୍‌ […]

nz vs aus

nz vs aus

Rakesh Mallick
  • Published: Friday, 18 March 2016
  • Updated: 18 March 2016, 05:45 PM IST

Sports

Latest News

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଗ୍ରୁପ-‘ବି’ର ଧର୍ମଶାଳାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌କୁ ଜିତି ନେଇଛି ନ୍ୟୁଜିଲାଣ୍ଡ। ଦଳ ଅଷ୍ଟ୍ରେଲିଆକୁ ଆଜି ୮ ରନରେ ହରାଇଛନ୍ତି। ଏହି ବିଜୟ ସହ ଟେବୁଲର ଶୀର୍ଷରେ ରହିଛି ନ୍ୟୁଜିଲାଣ୍ଡ। ପୂର୍ବରୁ ନ୍ୟୁଜିଲାଣ୍ଡ ଭାରତକୁ ୪୭ ରନ୍‌ରେ ପରାଜିତ କରିଥିଲା।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୪୨ ରନ୍‌ କରିଥିଲା। ଦଳ ପକ୍ଷରୁ ପକ୍ଷରୁ ମାର୍ଟିନ୍‌ ଗୁପ୍ତିଲ୍‌ ୨୭ ବଲ୍‌ରେ ୩୯ରନ୍‌, କେନ୍‌ ୱିଲିୟମସନ୍‌ ୨୦ ବଲରୁ ୨୪, ଜି.ଇଲୋଟ୍‌ ୨୦ ବଲରୁ ୨୭ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜେମ୍ସ ଓ ମ୍ୟାକ୍ସୱେଲ୍‌ ୨ଟି ଲେଖାଏଁ ଏବଂ ୱାଟସନ୍‌ ଓ ମାର୍ଶ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ୧୪୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୪ କରିଥିଲା। ଦଳ ପକ୍ଷରୁ ଖାୱାଜା ୨୭ ବଲ୍‌ରୁ ୩୮ ରନ୍‌, ମ୍ୟାକ୍ସୱେଲ୍‌ ୨୩ ବଲରୁ ୨୪ ରନ୍‌ ଓ ମାର୍ଶ ୨୩ ବଲରୁ ୨୪ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ୩ଟି, ଅଣ୍ଡରସନ୍‌ ଓ ସାନ୍ତନର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos