କ୍ରିକେଟପ୍ରେମୀଙ୍କୁ ଗାଙ୍ଗୁଲିଙ୍କ ଶକ୍ତ ଝଟକା, କହିଲେ ବଡ଼ କଥା

ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ଦୁନିଆର ସବୁ କ୍ରୀଡ଼ା ବନ୍ଦ କିମ୍ବା ସ୍ଥଗିତ ରହିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି ଆଇପିଏଲ୍। କରୋନାଭାଇରସର ପ୍ରକୋପ ନକମିବା ଯାଏ ଆଇପିଏଲ୍ ସ୍ଥଗିତ ରହିବ ବୋଲି ବିସିସିଆଇ ସ୍ପଷ୍ଟ କରି ଦେଇଛି। ଏହା ମଧ୍ୟରେ ଜର୍ମାନୀରେ ପ୍ରିମିୟର ଫୁଟବଲ୍ ଲିଗ୍ ‘ବୁଣ୍ଡେସଲିଗ୍’କୁ ମେ’ ମାସରେ ଆୟୋଜନ କରିବା ନେଇ ଚର୍ଚ୍ଚା ଚାଲିଛି। ଏହି ଲିଗକୁ ମଧ୍ୟ ଖାଲି ଷ୍ଟାଡିୟମରେ କରାଯିବ ବୋଲି ସୂଚନା ମିଳିଛି। ଯଦି ଜର୍ମାନୀରେ ଫୁଟବଲ୍ ମ୍ୟାଚ୍ ଆୟୋଜନ […]

ganguly

ganguly

Ranjit Kumar Jena
  • Published: Wednesday, 22 April 2020
  • Updated: 22 April 2020, 09:14 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ଦୁନିଆର ସବୁ କ୍ରୀଡ଼ା ବନ୍ଦ କିମ୍ବା ସ୍ଥଗିତ ରହିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି ଆଇପିଏଲ୍। କରୋନାଭାଇରସର ପ୍ରକୋପ ନକମିବା ଯାଏ ଆଇପିଏଲ୍ ସ୍ଥଗିତ ରହିବ ବୋଲି ବିସିସିଆଇ ସ୍ପଷ୍ଟ କରି ଦେଇଛି। ଏହା ମଧ୍ୟରେ ଜର୍ମାନୀରେ ପ୍ରିମିୟର ଫୁଟବଲ୍ ଲିଗ୍ 'ବୁଣ୍ଡେସଲିଗ୍'କୁ ମେ' ମାସରେ ଆୟୋଜନ କରିବା ନେଇ ଚର୍ଚ୍ଚା ଚାଲିଛି। ଏହି ଲିଗକୁ ମଧ୍ୟ ଖାଲି ଷ୍ଟାଡିୟମରେ କରାଯିବ ବୋଲି ସୂଚନା ମିଳିଛି।

ଯଦି ଜର୍ମାନୀରେ ଫୁଟବଲ୍ ମ୍ୟାଚ୍ ଆୟୋଜନ ହୋଇପାରିବ, ତାହେଲେ ଆଗାମୀ ଦିନରେ ଭାରତକୁ କ୍ରିକେଟ୍ ପୁଣି ଫେରିବ କି ନାହିଁ, ତାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବଡ଼ ବୟାନ ଦେଇଛନ୍ତି। ଗାଙ୍ଗୁଲି ସିଧା ସିଧା କହିଛନ୍ତି ଯେ ବର୍ତ୍ତମାନ ଦେଶରେ କୌଣସି କ୍ରିକେଟ୍ ହେବା ଆଦୌ ସମ୍ଭବ ନୁହେଁ। ହୁଏତ ଗାଙ୍ଗୁଲିଙ୍କର ଏହି ବୟାନ କ୍ରିକେଟପ୍ରେମୀଙ୍କୁ ବଡ଼ ଝଟକା ଦେଇଥିବ, କିନ୍ତୁ ଅସଲରେ ଲୋକଙ୍କର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ସର୍ବୋତ୍ତମ।

ଗାଙ୍ଗୁଲି କହିଛନ୍ତି, "ଜର୍ମାନୀ ଓ ଭାରତର ସାମାଜିକ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଭାରତରେ ନିକଟ ଭବିଷ୍ୟତରେ କୌଣସି କ୍ରିକେଟ୍ ଇଭେଣ୍ଟ ଆୟୋଜିତ ହେବାର ପ୍ରଶ୍ନ ଉଠୁନାହିଁ। ଏଥିରେ ଅନେକ ଯଦି ଏବଂ କିନ୍ତୁ ସାମିଲ୍‌ ଅଛି। ବର୍ତ୍ତମାନ ପରିସ୍ଥିତିକୁ ଆଖି ଆଗରେ ରଖିବା, ତାହେଲେ ଲୋକଙ୍କର ଜୀବନ ଆଗରେ ଖେଳର କୌଣସି ମୂଲ୍ୟ ନାହିଁ।" ଗାଙ୍ଗୁଲିଙ୍କ ଏହି କଥାରେ ଟିମ୍ ଇଣ୍ଡିଆର ସିନିୟର୍ ସ୍ପିନର ହରଭଜନ ସିଂହ ସହମତି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos